Thursday, August 27, 2020

ଶିଶୁ ସଙ୍ଗୀତ

               🐒🦄🐆🐊🐅🦘

ମାଙ୍କଡ଼ କହିଲା ଗଧ ଭାଈନା ହୋ
କୁଆଡ଼େ ଯାଉଛ ଶୁଣ,
ସମସ୍ତେ କୁହନ୍ତି ତମ ପାଖେ ଗୋଟେ
ଅଛି କାଳେ ଭଲ ଗୁଣ ।

ଯେତେ ଯାହା ଦେଲେ ଲଦି ତମପରେ
ନେଇ ଯାଅ ହସି ହସି,
କଳି ଦ୍ୱନ୍ଦ କିଛି କର ନାହିଁ ତମେ
ବସ ନାହିଁ କେବେ ରୁଷି ।

ଆଜି ମୋର ମନ ବଳିଅଛି କିଆଁ
ମାମୁଁ ଘର ଯିବା ପାଇଁ,
ବାଘ ମାମୁଁ ମତେ ଚାହିଁ ବସିଛନ୍ତି
ସାଙ୍ଗରେ ବାଘୁଣି ମାଇଁ ।

ତମ ପିଠିପରେ ବସେଇ ମତେ ଗୋ
ନେଇ ଟିକେ ଛାଡ଼ି ଦିଅ,
ବଦଳରେ ତୁମେ କଅଣ ଚାହୁଁଛ
ଦେବି ମତେ ଟିକେ କୁହ ।

ଗଧ ଯେ କହିଲା ମାଙ୍କଡ଼ ନନା ହୋ
ଶୁଣ ଟିକେ ଦେଇ ମନ,
ଗଧ ଜନମ ଟା ପାଇଥାଇ ପାରେ
କିନ୍ତୁ ଅଛି ଅଳ୍ପ ଜ୍ଞାନ ।

ତୁମେ କି ଭାବୁଛ ନିଜକୁ ଚାଲାଖ
ମୋର ଟିକେ ବୁଦ୍ଧି ନାହିଁ,
କୁମ୍ଭୀର ଭଳିଆ ଠକିଦେଇ ମତେ
ବାଘ ମୁହେଁ ଦେବ ନେଇ। 

କହୁଥିଲେ ମତେ ବିଲୁଆ ମଇତ୍ରେ
ଯାଇଥିଲ ତମେ ବୁଲି,
ବାଘ ମାମୁଁ ସଙ୍ଗେ ଭେଟ ହେଇ ଗଲା
ଜଙ୍ଗଲରେ ପୁଣି କାଲି ।

ବାଘୁଣି କହିଲା ଖାଇବ ତମକୁ
ନରମ ଶରୀର ଦେଖି,
ଆସିଅଛ ଦେଇ କଥା ସେମାନଙ୍କୁ
ମତେ ନେବ ବୋଲି ଡ଼ାକି ।

ଛକି ଶୁଣୁଥିଲେ ବିଲୁଆ ମଇତ୍ରେ
ଆସି କହିଦେଲେ ମତେ,
ଆଜି ମୁଁ ଦେଖୁଛି ମାଙ୍କଡ଼ ନନା ହେ
ତମେ ଧୋକାବାଜ କେତେ ?

.                           ସମାପ୍ତ

       ____●◆●____

✍ ଅମରନାଥ ବାରିକ୍
💌 ଯାଜପୁର,ମଙ୍ଗଳପୁର,କୟାଁ

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy