Wednesday, August 19, 2020

-ସ୍ବାକ୍ଷରତା-

 ✍ସୁକାନ୍ତ ଖଣ୍ଡା
              -୧ମ ଦୃଶ୍ୟ-
(ମଞ୍ଚ ଆଲୋକିତ ହେଲା । ଘରେ ଦଉଡ଼ିଆ ଖଟରେ ବସି ଦୁଇ ଅଜା ନାତି କଥା ହେଉଥିଲେ)
ଅଜା ସୁବୋଧ ବାବୁ-ଅଶୋକ ! ତୋ ବାପା ମାଆ ହୁଡହୁଡ ବାତ୍ୟାରେ ଆର ପାରିକୁ ଗଲା ପରେ ମୁଁ ମୁଣ୍ଡଝାଳ ତୁଣ୍ଡରେ ମାରି ତୋତେ ବଡ଼ କଲି। ଏବେ ତ ବଡ଼ ହୋଇ ଗଲୁଣି କାହାଘରେ କାମ ସିନା କରି ପାରିବୁ ନାହିଁ ଅନ୍ତତଃ ଗାଈ କି ଛେଳି ଚରାଇ ପାରିବୁ । ଏ କାମ କଲେ କେମିତି ହୁଅନ୍ତା ?
ନାତି ଅଶୋକ-ଅଜା ! ସରକାରଙ୍କ ନୀତି ଅନୁସାରେ କୌଣସି ଶିଶୁ ଶ୍ରମିକ,ବେଗାରି କି କେଉଁଠି ବେଠି କରି ପାରିବେ ନାହିଁ। ଯଦି ମୋତେ ଏ ସବୁ କାମରେ ନିଯୁକ୍ତ କରାଇବେ ତ ଫଳ ଭୟଙ୍କର ହୋଇପାରେ।
ଅଜା-(କାନ୍ଦି ପକାଇ)ତୋ କଥା ବୁଝୁଛିରେ ଅଶୋକ । ମୁଁ ଏମିତିରେ ବି ବୁଢ଼ା ହୋଇ ଗଲିଣି। ଆଉ ବର୍ଷେ କି ଅଧେ ବଞ୍ଚିବା କଷ୍ଟକର ଯଦି ସରକାର ମୋତେ ଜେଲ ଦିଅନ୍ତି ତେବେ ତ ଶୁଭଙ୍କର । ମୋର ଜେଲରେ ମରିବା ସୁନିଶ୍ଚିତ ଆଉ ତୋର ଉପରେ ସରକାରଙ୍କ ଦୃଷ୍ଟି ଆକର୍ଷଣ ହେବ ଆଉ ତୁ ସରକାରୀ ହେପାଜତରେ ବଢିବୁ ଓ ପଢ଼ିବୁ ଓ ବଡ଼ ମଣିଷ ହେବୁ।
             ମଞ୍ଚ  ଅନ୍ଧକାର
             -୨ୟ ଦୃଶ୍ଯ-
(ମଞ୍ଚ ଆଲୋକିତ ହେଲା ଅଜା ନାତି ପ୍ଲାନ ଅନୁସାରେ କାମ କଲେ। ଅଶୋକ ଗ୍ରାମର କେତେ ଜଣ ଲୋକଙ୍କର ଛେଳି ଚରେଇଲା।)
ଅଶୋକ-ଡ୍ରି... ଡ୍ରି...(ସେ ରାସ୍ତାରେ ଛେଳି ନେଉଥିଲା)
ସାମ୍ବାଦିକ-(ପାଖକୁ ଡାକି କଅଁଳେଇ କହିଲେ)ବାବୁ ! ତୁ ଏ ବୟସରେ ପାଠ ନ ପଢ଼ି....?
ଅଶୋକ-ଆଜ୍ଞା ! ମୋର ଅଜାଙ୍କ ବ୍ଯତିତ କେହି ନାହାନ୍ତି? ବାପା ମାଆ ହୁଡହୁଡରେ ଆର ପାରିକୁ ଚାଲିଗଲା ପରେ ଆଜା ବହୁ କଷ୍ଟରେ ମୋତେ ବଞ୍ଚାଇ ରଖିଛନ୍ତି। ଏଇ କେଇ ବର୍ଷ ଭିତରେ ମୁଁ ବଡ଼ ହୋଇ ଗଲିଣି ।ଏବେ ତାଙ୍କୁ ବସାଇ ଖୁଆଇବା ମୋର କର୍ମ ଓ ଧର୍ମ। ଏଣୁ ଅଣ୍ଟା ଭିଡ଼ିଛି ଅଜାଙ୍କ ମୁହଁରେ ହସ ଫୁଟାଇବି।
ସାମ୍ବାଦିକ-(ପିଲାଟିକୁ କିଛି କହିବା ଆଗରୁ ସବୁ କହିବା ଶୁଣିନେଲେ ଆଉ ରେକଡ଼ିଙ୍ଗ କରି ଚାଲିଗଲେ। ସେ ଗଲାବେଳେ କିଛି ଅର୍ଥ ଧରାଇ ଦେଇ କହିଲେ)ଧନ୍ଯବାଦ ପୁଅ ! ତୁ ଯା' ତୋର କାମ ତୁ କର।
            ମଞ୍ଚ ଅନ୍ଧକାର
            -୩ୟ ଦୃଶ୍ୟ-
(ରାତି ପାହିଲା ସମ୍ବାଦ ଖବର କାଗଜରେ ପ୍ରଚାରିତ ହେବା ପରେ ସରକାରଙ୍କ ଜଣେ ଲୋକ ଓ କେଇ ଜଣ ପୋଲିସ୍ ଆସି ଅଶୋକ ଓ ତାର ଅଜାଙ୍କୁ ଧରି ନେଲା)
ସୁବୋଧ ବାବୁ-ଆଜ୍ଞା ଆମକୁ କାହିଁକି ଏଠାକୁ ଆଣିଛନ୍ତି?
ପୋଲିସ-ତୁମେ ଏ ଶିଶୁଙ୍କୁ ପାଠ ନ ପଢ଼େଇ ବଡ଼ ଭୁଲ କରିଛ। ତୁମକୁ ଜେଲ ହୋଇପାରେ। ତୁମେ ଜାଣି ନାହଁ କି ଜଣେ ଶିଶୁର ଜନ୍ମଗତ ଅଧିକାର କ'ଣ?
ସୁବୋଧ ବାବୁ-ବଡ଼ ଉପକାର ହେବ ବାବୁ। ମୋର ତ ଏ ସଂସାରରେ କେହି ନାହାନ୍ତି। ହୁଡହୁଡରେ ସବୁ କିଛି ଆର ପାରିବି ଚାଲି ଗଲାପରେ ଏ ସନ୍ତକ କେବଳ ପାଖରେ ଅଛି। ଆଶା ଥିଲା ମୁଁ ମରିଗଲେ ଏ ନାତି ଟୋକା ମୋ ମୁହଁରେ ନିଆଁ ଦେବ।  ଯଦି ଆପଣ ମୋର ଏ ନାତିର ଭରଣ ପୋଷଣ କରିବେ ତ ତେବେ ଯଥାଶୀଘ୍ର ମୋତେ ଜେଲ ଦେବାର ସୁବ୍ୟବସ୍ଥା କରନ୍ତୁ। (ସେ କଇଁକଇଁ କାନ୍ଦି ଉଠିଲା)
ପୋଲିସ-(ପୋଲିସ ସବୁ କଥାକୁ ବୁଝି) ଆପଣ ଆପଣଙ୍କ ନାତିକୁ ସରକାରଙ୍କୁ ଦେଇ ଦିଅନ୍ତୁ। ସରକାର ତାର ସବୁ ଆବଶ୍ୟକତା ବୁଝିବେ। ଆଉ ଆପଣ ଏବେ ଘରକୁ ଯାଆନ୍ତୁ ଆଉ ଯେବେ ଚାହିଁବେ ଆସି ନାତିକୁ ଦେଖି ଯିବେ। (ସୁବାଧ ବାବୁଙ୍କୁ କିଛି ଅର୍ଥ ଗୁଂଜି ଦେଇ ତାଙ୍କ ଘରେ ଛାଡ଼ିଦେଇ ଚାଲିଗଲେ।)
                  ମଞ୍ଚ ଅନ୍ଧାର
                 - ୪ର୍ଥ ଦୃଶ୍ୟ-
(ମଞ୍ଚ ଆଲୋକିତ ହେଲା ଅଶୋକ ଭୁବନେଶ୍ବର ସୈନିକ ସେବାଶ୍ରମ ସ୍କୁଲରେ ପାଠ ପଢୁଛି)
ଅଶୋକ-ଅଜା ! ମୁଁ ଯଥାଶୀଘ୍ର ପାଠ ପଢ଼ି ରୋଜଗାର କରି ତୁମ ପାଖକୁ ଫେରୁଛି।
ସୁବୋଧ ବାବୁ-(ନିଜ କୁଟୀରରେ ଥାଇ) ଧନରେ ! ମୋର ବଳ ବୟସ ଥିବା ବେଳେ ତୋତେ ଦେଖିବାକୁ କେତେ ଥର ଯାଇଛି। ହେଲେ ଏବେ ମୁଁ ବିଛଣା ଧରିଛି । ବୋଧେ ଯମ ଦେବତାଙ୍କ ଦଉଡ଼ି ମୋ ଗୋଡ଼ରେ ବନ୍ଧା ହେଲାଣି। ମୋତେ ଆର ପାଣିକୁ ଯିବାକୁ ହେବ। ତୋ ବାପା ମାଆ ଓ ଆଈ ଅପେକ୍ଷା କରିଛନ୍ତି। ତୋର ମଙ୍ଗଳ ହେଉରେ ନାତି। ତୋତେ ସରକାର ଓ ଭାରତା ମାତାଙ୍କ ପାଖରେ ଛାଡ଼ି ଦେଇ ଯାଉଛି ତୁ ଗାଁ, ଜାତି ଓ ଦେଶ ପାଇଁ ନିଜକୁ ଉତ୍ସର୍ଗ କରିବୁ। (ସେ ଏତିକି କହୁକହୁ ମୃତ୍ୟୁର କୋଳରେ ଶୋଇଗଲା ଏକ ଚିଠି ମୁଣ୍ଡ ତଳେ ଧୋଇ। ଗାଁରୁ ଅଶୋକଙ୍କ ପାଖକୁ ଖବର ଗଲା କେତେ ଜଣ ସରକାରୀ ଲୋକ ସହ ଅଶୋକ ଆସି ଅଜାଙ୍କ ଶବ ସତ୍କାର ଶୁଦ୍ଧିକ୍ରିୟା ସାରି ଫେରି ଗଲା)
                 ମଞ୍ଚ ଅନ୍ଧାର
                 -୫ମ ଦୃଶ୍ଯ-
(ମଞ୍ଚ ଆଲୋକିତ ହେଲା ଅଶୋକ ଜଣେ ଯବାନ ହୋଇ ଗଲୱାନା ଘାଟରେ ମୁଠାଏ ମାଟି ଧରି ଶପଥ କରୁଛି )
ଅଶୋକ-ମୁଁ ଛେଳି ଚରା ଟୋକାରୁ ଆଜି ଯବାନ। ମୋତେ ସରକାର ସବୁ ସୁବିଧା ଦେଇ ସ୍ବାକ୍ଷରତା ପ୍ରଦାନ କରିଛନ୍ତି। ମୁଁ ମୋର ଅଜାଙ୍କ କଥାକୁ ରଖିବି ଗାଁ, ଜାତି ଓ ଦେଶ ସୁରକ୍ଷା କରି ଜୀବନକୁ ଧନ୍ଯ ମଣିବି। ହେ ଭାରତ ମାତା ! ମୋତେ ସହାୟ ହୁଅ । ମୁଁ ଏ ଗଲୱାନା ଘାଟିରେ ନିଜର ଜୀବନକୁ ତୁଚ୍ଛ କରି ସଇତାନୀ ଚାଇନା କବଳରୁ ତୁମକୁ ରକ୍ଷା କରିବି। ତ୍ରିରଙ୍ଗା ପତାକା କି ଜୟ।  ଭାରତ ମାତା କି ଜୟ।
                  -ସମାପ୍ତ-

1 comment:

  1. ବଢ଼ିଆ ହେଇଛି ସାର୍ ,ପଢିଲା ବେଳେ "କ୍ୟାପଟେନ ସାହେବ" ଗପଟା ମନେ ପଡୁଛି । ଲେଖା ଜାରି ରହୁ

    ReplyDelete

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy