Sunday, August 30, 2020

ପ୍ରଭାତ ବର୍ଣ୍ଣନା

🌾🌾🌾🌾🌾🌾🌾
✍️ସୁଧାଂଶୁ କୁମାର ତ୍ରିପାଠୀ
🌾🌾🌾🌾🌾🌾🌾🌾

ଅନ୍ଧାର ହଟିଲା,ସିନ୍ଦୁରା ଫାଟିଲା,ମନ୍ଦୀରୁ ବାହାରି ଉଷା,
ମନ୍ଦାର ଫୁଟିଲା ମଥାମଣୀ ରୁପେ ପୁଷ୍ପେ ହୋଇ ବେଶଭୂଷା।

ସକାଳ ପଖାଳ ଖାଇ ଚଷାକୁଳ ଚଳିଲେ ନିଜବେଉସା,
ପକ୍ଷୀ କୁଳ ମୁଖେ ହୁଳହୁଳୀ ଦେଲେ ଉଲସୀତ ହେଲାରସା।

ରଥାଙ୍ଗ ଦମ୍ପତୀ ବିରହ ବିପତି,ଦୁରକଲେ ଦିବାକର,
ମିଳନ ସମ୍ପତୀ ପାଇ ବିଚାରିଲେ,କରିବାକୁ ଉପକାର ।

ନିଜସଖୀ ଉଷା ତବଯୋଗ୍ୟ ଯୋଷା,ଏହାକୁ କରଗ୍ରହଣ,
ଏତେବୋଲି ଛଳେ,ବାନ୍ଧି ଦେଲେ ବଳେ,ଅର୍କକରିଲେ ବରଣ ।

ଶମ୍ଭୁଆଳେ କମ୍ଭୁ ଶବଦ ଶୁଭିଲା,ସ୍ତବଦ ହୋଇଲାଧରା।
ପୁଅବୋହୁବେନୀ,ବନ୍ଦାପନାଘେନି ଧରିଲା ଚାଙ୍ଗୁଡି ଖରା ।

ବାଉଁସରଗଣ୍ଠି ବାଣରୁପେ ଫୁଟି ଚହଟିଲା ଚଉଦିଗ
 କୁଳନାରୀ ମାନେ ହୁଳହୁଳୀ ଦେଇସ୍ନାନକୁ ହେଲେଉଦ୍ ବେଗ ।

ସର୍ବଅଶୁଭକୁ ଦୂରିଭୁତ କଲେ ଖଡିକା ଛଳେଖରକି 
ନବପ୍ରଭାତକୁ ସ୍ବାଗତ କରିଲେ,ଲଲାଟ ଲେଖେପରଖି।।

 କୃପାସିନ୍ଧୁପୁର
ଶେରଗଡ ,ଗଞ୍ଜାମ

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy