ନମାମି ଉତ୍କଳ ଜନନୀ ତରଣି
ସୁରଭିତ ରସ ରଞ୍ଜିତ ଧରଣୀ
ବନ୍ଦେ ବୀର ପ୍ରସବିନୀ
ବରେଣ୍ଯା ସୁତ ସେବିନୀ
ପୂତ ପୂର୍ଣ୍ଣଗର୍ଭା
ଅପର୍ଣ୍ଣା ସ୍ଵରୂପା
ପ୍ରସବିତ୍ରୀ ଶୋଭା ବରଣି ।
ନମାମି ଉତ୍କଳ...............
ସୁରଭିତ ରାଜ୍ୟ ଶୁଭ କାରିଣୀ
ସୁଦକ୍ଷା ନିପୂଣା ଦୁଃଖ ହାରିଣୀ
ପୂଣ୍ଯ ଜନ୍ମଭୂମି ମାତା
ସାବିତ୍ରୀ ସୀତା ସମ୍ଭୁତା
ପ୍ରତି ପ୍ରାଣ ଇନ୍ଦୁ
ପ୍ରଗତି ପ୍ରସୂନ
ବିଜୟିନୀ ଧ୍ବଜା ଧାରିଣୀ ।
ନମାମି ଉତ୍କଳ..............
ବିଭୁଷିତ ମର୍ତ୍ତ୍ଯ ମାତୃକା ମୂର୍ତ୍ତି
ବିରାଜିତ ନବ ବିଭବ କୀର୍ତ୍ତି
ବିସ୍ତୃତ ସବୁଜ ତନୁ
ବିଶ୍ବ ବିଷ୍ଣୁପଦ ଭାନୁ
ଉଦ୍ଭାବିତ ନବ
ଉତ୍କଳ ଆଦିତ୍ୟ
ଗଣତନ୍ତ୍ର ମନ୍ତ୍ର ସାରଣୀ ।
ନମାମି ଉତ୍କଳ..............
ସୁକୋମଳ ବକ୍ଷ ଜନ ବନ୍ଦିନୀ
ଦେବୀ ଅନିନ୍ଦିତା ବିଶ୍ବ ନନ୍ଦିନୀ
ବନ୍ଦେ ଉତ୍କଳ ମାତୃକା
ଅବଦ୍ଯ ଉତାଙ୍ଗ ଟିକା
ବିଶ୍ବ ଦିବ୍ୟ ଶିଖା
ଶିଖରୀ ମୂକୁଟ
*ସ୍ଵର୍ଣ୍ଣଭୂମି* ପୂର୍ଣ୍ଣ ତରଣୀ ।
ନମାମି ଉତ୍କଳ............
*ପ୍ରସନ୍ନ ମଣ୍ଡଳ*
କୋଟପଲ୍ଲା, ଖୋର୍ଦ୍ଧା
No comments:
Post a Comment