Friday, July 24, 2020

ଧୂଳି


କବିତା ର ଶିର୍ଷକ ଧୂଳି
******
ମାତା ପାଦ ଧୂଳି ତ୍ରୀବେଣୀ ସଙ୍ଗମ
ପିତା ପାଦ ଧୂଳି ତୀର୍ଥ
ଗୁରୁ ପାଦ ଧୂଳି ସ୍ବର୍ଗ ଠୁ ମହାନ
ଦୂର ହୁଏ ଅଜ୍ଞ ଆର୍ତ୍ତ ।।୧

ଜନ୍ମ ସ୍ଥାନ ଧୂଳି ସର୍ବ ଶ୍ରେଷ୍ଠ ରଜ
ସୁବାସ ଚନ୍ଦନ ତୁଲ୍ୟ
ବଡ ଦାଣ୍ଡ ଧୂଳି ବୈକୁଣ୍ଠ ସମାନ
କଳନା ନୁହେଁ ତା ମୂଲ୍ୟ ।।୨

ଗୋପ ଦାଣ୍ଡ ଧୂଳି ମହାନ ପବିତ୍ର
ବର୍ଣ୍ଣି ବାକୁ ତା'ର ସରି
ବ୍ରଜ ବାଳି ସମ ଭାବର ଶ୍ରୋତରେ ଝୁରି ଝୁରି ଯିବ ମରି ।।୩

ତିନି ସଞ୍ଜ ବେଳେ ଗାଈ ଗୋଠମେଳ
ପୁର ଆଗମନ ବେଳେ
ଧୂସରରେ ପୂରି ଦାଣ୍ଡେ ଉଡ଼େ ଧୂଳି
ଗାବ ବନ୍ଧା ଶାନ୍ତ ବଳେ ।।୪

ମାତୃଭୂମି ଧୂଳି ଭାରତ ମାତାର
ତାଠୁ କେ ଯାଇନି ବଳି
ସେ ଧୂଳିରେ ଅଛି ମହାନ ସଂସ୍କୃତି
ତାକୁ କେ କରିବ କଳି ।।୫

ଘର ଦାଣ୍ଡ ଧୂଳି ଶିଶୁ ଖେଳେ ବୋଳି
ଆନନ୍ଦେ ମତାଲ ଭରି
ଧୂଳି ଖେଳ ତା'ର ଅତି ପ୍ରିୟ ଖେଳେ
ଖେଳନା କଣ୍ଢେଇ ଧରି ।।୬

ଧୂଳି ହୋଇ ବୋଳି ଖାଉ ଥିଲେ ମାଟି
ଥିଲା କୃଷ୍ଣ ଙ୍କର ପ୍ରିୟ
ମାତା ଯଶୋବନ୍ତି ଧରି କର୍ଣ୍ଣ ପାଟି
ଆଁ କରି ମୋତେ ଦେଖାଅ ।।୭

ଧୂଳି କଣା ରାଶି ଉପାଦେୟ ଭାରି
ବହୁ ରୋଗ ନିବାରଣ
ଚିକିତ୍ସା ବିଜ୍ଞାନ ସେ ଏକ ସ୍ବତନ୍ତ୍ର
ମାଟି ଚିକିତ୍ସାଟି ଜାଣ  ।।୮

ଶକ୍ତିଦା ବିଷୋୟୀ,
ସୋରଡ଼ା, ଗଞ୍ଜାମ୍
ଓଡିଶା

For all support related issues or to reach our team, Please check below details.                           
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy