Wednesday, July 22, 2020

ଲୁହ

ଲୁହ


ଖୁସିରେ ଆସୁ ତୁ,
ଦୁଃଖରେ ଆସୁ,
ଆଖିକୁ କରି ତୁ ଓଦା,
ଖୁସି ବେଳେ ଆସି ଶୀଘ୍ର  ଚାଲିଯାଉ,
ଦୁଃଖ ବେଳେ ଦେଉ ବାଧା ।।

ଦୁଃଖ ସହ ତୋର ଏତେଯେ ନିବିଡ଼,
ନିମିଷକେ ଆସି ଯାଉ,
ଆଖିରେ ଆସି ତୁ ଘର କରି ଦେଉ
ତୁ ଚାହିଁଲେ ଝରାଇ ଥାଉ  ।।

ଝିଅ ବିଦା ବେଳେ ଆସି ଥାଉ ତୁହିଁ
ଝରାଇ ସଭିଙ୍କୁ ଲୁହ,
ଝିଅ ସହ ବାପା,ଭାଇ ବି କାନ୍ଦନ୍ତି,
ଲୁହ ଲୌହୁରେ କରନ୍ତି ସେ ବିଦାୟ ।।

ଦୁଃଖୀନି ମାଆର ଅନେକ ଯେ ଦୁଃଖ,
ତା ଛୁଆ ପାଇଁ କାନ୍ଦୁଥାଏ,
ଦି  ଓଳି ଦି ମୁଠା ଖାଇବା ନପାଇ,
ତା ଛୁଆକୁ ଯେ ବିକି ଥାଏ
ସେ ଲୁହ ଯେ ଝରାଉ ଥାଏ  ।।

ପୁଅଝିଅ କୁ ଯେ ମଣିଷ କରିବା       
ବାପା କେତେ ଭାବିଥାନ୍ତି ,
ଯଦି ପୁଅଝିଅ ଅମଣିଷ ହେଲେ,
ଖାଲି ଆଖିରୁ ଲୁହ ଗଡାନ୍ତି ।।

ଭଉଣୀକୁ ଯେବେ ଭାଇ ନପଚାରେ
 ଛାତିରେ ଉଠଇ  କୋହ,
ଭଉଣୀ ସେ କଥା କହେନି କା ଆଗେ।
କାନିରେ ପୋଛଇ ଲୁହ ।।

ସମ୍ପତ୍ତି ପାଇଁ କି ଦୁଇ ଭାଇ ଯେବେ,
ଦାଣ୍ଡରେ କରନ୍ତି କଳି,
ବାପା ମାଆ ତାକୁ ସହି ନପାରି,
ଲୁହ ଝରାନ୍ତି ସେ ଖାଲି   ।।

ଯୁବକ ଯୁବତୀ ସ୍ବପ୍ନ ଦେଖୁଥାନ୍ତି ,
ଭାବରେ ବିଭୋର ହୋଇ,
ସ୍ୱପ୍ନକୁ ସାକାର କରି ନପାରିଲେ
ଦୁଃଖ ଲୁହରେ ସେ ଭାସନ୍ତି  ।।

ପିତା ମାତାଙ୍କୁ ଯେ ଶେଷ ଅବସ୍ଥାରେ
ପୁଅ ଯେବେ ତଡ଼ି ଦିଏ,
ପୂର୍ବ କଥା ଭାବି ବେସାହାରା ହୋଇ
ଖାଲି କାନ୍ଦିବାରେ ଦିନ ଯାଏ  ।।

ମାଆ ବାପାଙ୍କର ଯବାନ ପୁଅଟି,
ଆତ୍ମହତ୍ୟା ଯେବେ କରେ,
କେଉଁ ଧର୍ଯ୍ୟ ଧରି ବଞ୍ଚିବେ ସେମାନେ
 ଖାଲି କାନ୍ଦି କାନ୍ଦି ଦିନ ସରେ  ।।

ଲୁହ ତୁ ଏମିତି ଆସିଥାଉ ସତେ
ସୁଖ ଦୁଃଖ ସବୁ ନେଇ
ଦୁଃଖ ବେଳେ ଦେଉ ଅନେକ ଯେ କଷ୍ଟ
ସୁଖ ବେଳେ ଦେଖା ନାହିଁ ।।

ଦୁଃଖୀ ଜନ ଖାଲି ଲୁହ ଢାଳିଥାନ୍ତି
ଆଖି ଲୁହକୁ ସେ ଓଠରେ ଚାପନ୍ତି
ଲୁହ  ଢ଼ାଳି ଢାଳି ଦିନ ସରିଯାଏ
ସୁଖ ଟିକେ ପାଇଁ ଛଟ ପଟ ହୁଏ ।।

ଶ୍ରୀ ସୁଦାମ ଦଳବରା
ଗ୍ରାମ/ ପୋଷ୍ଟ - ଭଂଜନଗର, ଭଞ୍ଜଭୂମି
ଗଞ୍ଜାମ- ୭୬୧୧୩୧ ଓଡିଶା

For all support related issues or to reach our team, Please check below details.                           
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy

4 comments:

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy