Tuesday, July 21, 2020

ଆଉ କେତେ


ଆଉ କେତେ


ବଂଚିବାଟା ମରୀଚିକା ପରି
ପଛେ ପଛେ ଧାଉଁଥାଏ
ସାଥେ ଧରି କିଆରିଏ ସ୍ବପ୍ନ
ଅଗଣା ତ ପାଣିଘେରା
ଏଠି ଭରସା ବି ବାଲିଚରା
ଆଗକୁ ଆଗକୁ ପଥ ଯେତେ
ଦିଶେ ସବୁ ଦିଗହରା    ।

ଚିରାଛାତ ତଳେ ଖାଲି କଂସାଏ  ଭୋକ
ଆଉଟୁ ପାଉଟୁ ରାତିଠାରୁ ଦିନଯାକ
ଗହୀରି ବିଲରେ  ମହୁରାଳି ଖେଳେ
ତେଲ ଲୁଣ ଅଭାବରେ ଏ ସଂସାରଟା ଚଳେ   ।

ଭୋକିଲା ର ପାରିଜାତ ଧାରେ ସରୁ ହସ
ସେଥିପାଇଁ ତ ସେ କରୁଥାଏ ପରିଶ୍ରମ
ବର୍ଷ ବର୍ଷ ଫିନ ରାତି ଆଉ ମାସମାସ
ନୁଖୁରା ମୁଣ୍ଡରେ ପାଏନି ତୈଳର ଆଭାସ   ।

ରଙ୍ଗ ହୀନ ଲାଗେ ପୂର୍ଣ୍ଣମୀର ଏ ଜହ୍ନ
ଆଲୋକର ଶୀତଳ ସ୍ପର୍ଷ ଛୁଏଁ ନି ଏ ମନ
ତାରା କରେ ସତଚେଷ୍ଟା ରହିବ ଅଗଣାରେ
ଏଇ ତ ସେ ଲୁଚିଯାଏ ଘନ କଳା ବାଦଲରେ   ।

ନିଃଶ୍ୱାସ ଟା  ଶକ୍ତିହୀନ ଲାଗେ
ବିଶ୍ୱାସର ଆଘାତରେ
ପହଁରି ପହଁରି ଯାଏ କାଳେ
କୂଳ ଛୁଇଁପାରେ
ଏଇତ ଜୀବନ ନାଟକ ଏଠି
କଳାକାର କେତେ ଅବା ସହି ପାରେ    ।।

ଶ୍ରୀମତୀ ଦୀପ୍ତି ଦେବଦର୍ଶିନୀ ସୁତାର
ଓରାଳି ,ହାଟଡିହୀ,କେନ୍ଦୁଝର  -758083
ଓଡିଶା

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy

2 comments:

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy