ଗ୍ରୀଷ୍ମ ପ୍ରଚଣ୍ଡ ତାପ
ଜାଳୁଥିଲା ପୃଥିବୀକୁ
ମାଟି ତଳେ ଜିଆ
ଜୀବନ ବିକଳେ ବଞ୍ଚିଥିଲା ନୀରବେ
ଦରପୋଡା ସ୍ୱପ୍ନ
ମୁକୁଳା ଇଛାରେ
ସ୍ମୃତି ତୀର୍ଥେ ବୁଲୁଥିଲା ଅହରହ
ଦୁର୍ଲ୍ଲଭ ମଣିଷ କଥା
ଚତୁର,ଜ୍ଞାନୀ,ସୁନ୍ଦର,
ବିବେକୀ,ଦୟାଳୁ, ଧାର୍ମିକ ଆଦି
ଯେତେ ଯେତେ ଗୁଣ
ଦେଖିବାକୁ ଇଛା କଲା ଦିନେ
ମାଟି ତଳୁ ମୁଣ୍ଡଟି କାଢି
ବଲବଲ କରି ଦେଖେ
ମାଟି ମାଆ କହେ
ମଣିଷ ତ ଭଲ ନୁହଁ
ଆତ୍ୟାଚାର କରେ ମୋତେ
ଦେବ,ଦାନବ ମଣିଷକୁ
ନିତି ପ୍ରତିଦିନ ଦେଖେ
ତୁ କି କରିବୁ କହ ?
ଜିଆ ତ ଭାବିଲା
ଚାଷ ବେଳେ ମୁହିଁ
ମାଟି ତଳେ ରହି
ମାଟିକୁ କରେ ସାହାଯ୍ୟ
ଫସଲ ହୁଏ ପ୍ରଚୁର
ମଣିଷ ତ ମୋର ନିଜର ।
ସେ ଦିନ ବର୍ଷା ଯାଇଛି ଛାଡି
ମାଟି ତଳୁ ଦେହକୁ କାଡ଼ି
ଆସିଲା ମଣିଷ ପାଶ
ଦେଖି ମଣିଷ ନାକ ଟେକିଲା
ପାଶେ ନରଖି ଘଉଡ଼ାଇ ଦେଲା
ତଥାପି ଥରେ ଗଲା
ରାଗିଲା ମଣିଷ
ମାରିବା ଚିନ୍ତା କଲା
ଏବେ ଜାଣିଲା ଜିଆ
ମଣିଷ ତ ଭଲ ନୁହଁ
ବୁଦ୍ଧି ଅଛି ବୋଲି
ନିଜ ସ୍ୱାର୍ଥ ପାଇଁ
ମାନବେତର ପ୍ରାଣୀଙ୍କୁ
ଖଟାନ୍ତି ଅହରହ
ତା ପାଖରେ କେହି ନିଜର ନୁହଁ ।।
ପରାଣ ବିକଳେ ଫେରିଲା ଜିଆ
ମାଟି ମାଆ ତାର ଭଲ
କହି ପାରୁନି ବୋଲି
ମନରେ ଉଠିଲା କୋହ
ଭଗବାନ ପାଖେ
ଗୁହାରି ଜଣାଇଲା
ଦୁଇ ମୁଣ୍ଡ ଆମ
କେଉଁ କାର୍ଯ୍ୟକୁ ନୁହ ?
ଡ.ଗୁରୁ ମୂର୍ତ୍ତି ନାୟକ (ଅଧ୍ୟାପକ)
ଗ୍ରାମ/ ପୋଷ୍ଟ - ଭଂଜନଗର, ଭଞ୍ଜଭୂମି
ଗଞ୍ଜାମ- ୭୬୧୧୩୧ ଓଡିଶା
For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy
nice sir
ReplyDeleteVery beautiful poem
ReplyDeleteI have very little knowledge on Odiya literature but read it, it sounds well & very depth. To imagine such a beautiful poem congratulations...Most important is he is my brother we are from same village... feeling proud ��
ReplyDeleteଅତ୍ୟନ୍ତ ହୃଦୟସ୍ପର୍ଶି ଏବଂ ଚଳନ୍ତି ସମୟର କବିତା ଯାହା ମାନବ ସମାଜର ଉଲଗ୍ନ ଚିନ୍ତାଧରା ଓ କ୍ରୁରତା ପରିପ୍ରକାଶ କରୁଛି । ଭଞ୍ଜ ମାଟି ଆପଣଙ୍କ ପରି କବି କୁ ପାଇ ନିଜକୁ କୃତାର୍ଥ ମନେ କରୁଛି ।
ReplyDelete