ମୁଁ ବଡ ଅଫିସର ହେବି!
ପିଲା ଦିନୁ ସମସ୍ତଙ୍କର କିଛି ନା କିଛି ସ୍ୱପ୍ନ ଥାଏ । କିଛି ସ୍ୱପ୍ନ ସାକାର ହୁଏ ଆଉ କିଛି ଅଧାରେ ରହିଯାଏ । କିଛି ସପ୍ନ ସମୟ ସମୟ ଧରି ପରିବର୍ତନ ହୋଇଯାଏ । ରାଜୁର ଏକ ମାତ୍ର ସ୍ୱପ୍ନ ବଡ ହେଲେ ଅଫିସର ହେବି । ଧିରେ ଧିରେ ବଡ ହୁଏ କିନ୍ତୁ ସ୍ୱପ୍ନ ଭୁଲେ ନାହିଁ । ବଡ ହେବା ସହିତ ଅଫିସର ହେବାର ମାର୍ଗ ସବୁ ଖୋଜୁ ଥାଏ । ବୟସ ବଢ଼ିବା ସହିତ ଓଏଏସ୍ ଓ ଆଇଏଏସ୍ ପରୀକ୍ଷା ବିଷୟରେ ଶୁଣିଲା । ଆଉ ସେହି ଦିନ ଠୁ ପ୍ରୟାସ ଆରମ୍ଭ କଲା ରାଜୁ । ଯେବେ ବି ଖବର କାଗଜରେ ଆଇଏଏସ୍ର ରେଜଲ୍ଟ ବାହାରେ ରାଜୁ ଖବର କାଗଜ ଖୋଜେ ଆଉ ଆଇଏଏସ୍ ପରୀକ୍ଷା ପାଇଁ ପ୍ରେରଣା ପାଏ । କିଏ କହୁଛି ଦୈନିକ ୧୨ ଘଂଟା ପଢ଼ୁଥିଲି, କିଏ କହେ ୧୮ ଘଂଟା ଓ ଅନେକ ପରାମର୍ଶ ଦିଅନ୍ତି କି ଏତେ ଘଂଟା ପଢ଼ିବାକୁ ହେବ । ଆଉ ବିଳମ୍ବ ନ କରି ରାଜୁ ଲାଗିପଡିଲା ପ୍ରସ୍ତୁତିରେ । ଦିନ ରାତି ପାଠ । ମା ବାପାଙ୍କ ଠୁ ଜିଦି କରି ସ୍ୱତନ୍ତ୍ର ରୁମ୍ ନେଲା ଖାସ୍ ପ୍ରସ୍ତୁତି ପାଇଁ । କୋଚିଙ୍ଗ ସେଂଟରରେ ନାଁ ବି ଲେଖାଇଲା । ସତରେ ସେ ପୁରା ବୁଡି ଯାଇଥାଏ ପରୀକ୍ଷା ଭିତରେ । ରିଜୟନିଙ୍ଗ୍, ଜିକେ, କରେଂଟ ଆଫାୟାର, ଆଉ ଅନ୍ୟ ବିଷୟ । ବାସ ଦିନକୁ ୧୬ରୁ ୧୮ ଘଂଟା ବହି ପଢ଼େ । ସମ୍ବାଦପତ୍ର ପଢ଼େ । ଏମିତି ଚାଲିଥାଏ ପ୍ରସ୍ତୁତି ।
ମଧ୍ୟବିତ ପରିବାର ।
ଯୌଥ ପରିବାର । ଘରେ ହଜାର ଧନ୍ଦା, ମାତ୍ର କେଉଁ କାମରେ ହାତ ମାରେ ନାହିଁ ରାଜୁ । ଏଇ ଭଳିଆ ତିନି ଓଳି ଖାଇବା ମଧ୍ୟ ମା, ବଡ଼ମା ଏବଂ ସାନମା ମାନେ କବାଟ ବାଡେଇ ଖାଇବାକୁ ଦିଅନ୍ତି । ଖାଇ ସାରି ପ୍ଲେଟ ବି ଉଠାଏ ନାହିଁ । ଦିନେ ମା’ ଜୋରରେ କବାଟ ବାଡେଇଲେ । ରାଜୁ ଶୁଣିଲୁ, ଗାଁରେ ରଘୁ ଦାଦାଙ୍କ ଘରେ ନିଆଁ ଲାଗି ଯାଇଛି । ପୁରା ଗାଁ ଲୋକ ସେଠି । ନିଆଁ ଲିଭା ଚାଲିଛି । ତୁ ଟିକେ ଯାଆ । ରାଜୁ କବାଟ ଖୋଲିଲା ନାହିଁ, ଆଉ ଉତର ଦେଲା ମାଁ ଦୟାକରି ମୋତେ ଡିଷ୍ଟର୍ବ କର ନାହିଁ । ମୁଁ ଏବେ ରିଜୟନିଙ୍ଗ୍ ପଢ଼ୁଛି ।ପରୀକ୍ଷା ଆସିଲାଣି । ମା ଚୁପ୍ଚପ୍ ପଳେଇଲେ । କିଛି ସମୟ ପରେ ଘରକୁ ସମସ୍ତେ ଫେରିଲେ । କିନ୍ତୁ ରାଜୁର ବାପା ଫେରିଲେ ନାହିଁ । ଜଣା ପଡିଲା ନିଆଁ ଲିଭା କାମରେ ଟିକେ ମାଡ ହୋଇଯାଇଛି । ତାଙ୍କୁ ହସ୍ପିଟାଲ ନେଇଛନ୍ତି ଗାଁର ଟୋକାମାନେ। ଏବେ ମା କାନ୍ଦି କାନ୍ଦି ଦଉଡି ଆସିଲେ କବାଟ ବାଡେଇଲେ ।
ରାଜୁ... ଏ ରାଜୁ କବାଟ ଖୋଲ, ତୋ ବାପାଙ୍କର କଣ ହୋଇଛି । ଗାଁ ପିଲାମାନେ ତାଙ୍କୁ ହସ୍ପିଟାଲ ନେଇଛନ୍ତି । ମୋ ମନ ମାନୁନି । ତୁ ଯାଆ ହସ୍ପିଟାଲ । ରାଜୁ ଉତର ଦେଲା ଓଃ ହ ମା, । ଆଉ କେତେ କହିବି । ମୋ ପରୀକ୍ଷା ଅଛି , ତୁ ବାରମ୍ବାର ଡିଷ୍ଟର୍ବ କରନା । ମାମୁଲି କଣ ହୋଇଥିବ । ତୁ ଫୋନ କରି ପଚାରିନେ । ମା ଉପରେ ବିଗିଡ଼ିଲା ରାଜୁ...
ମାଆଙ୍କୁ ରାଗ ଆସିଲା । ହେଲେ ମାଆ ନିଜ ଅବୁଝା ମନକୁ ବୁଝେଇ ନେଲେ।
ସନ୍ଧ୍ୟା ବେଳେ ରାଜୁ ବାପା ଫେରିଲେ । ଡକ୍ଟର କହିଲେ ବିଶ୍ରାମ ନେବା ପାଇଁ । ସନ୍ଧ୍ୟା ହେଲାଣି । ରାଜୁ ମା, ଶୁଣୁଛ... ଆଜି ପିଙ୍କିକୁ ଆଣି ପାରିବି ନାହିଁ । ମୋ ଗୋଡ ବିନ୍ଧା ହେଉଛି । ରାଜୁକୁ କୁହ ପିଙ୍କିକୁ ଟିୟୁସନରୁ ନେଇ ଆସିବ । ପିଲାଟା ରାତିରେ ଏକା ଆସିବାକୁ ଡରେ । ଇଛା ନ ଥିଲେ ବି ମା ପୁଣି ଥରେ କବାଟ ପିଟିଲେ। ରାଜୁ ଯାଆ ଟିକେ । ପିଙ୍କିକୁ ନେଇ ଆ । ରାଜୁ ଏବେ ଚିଡି କବାଟ ଖୋଲିଲା ଆଉ ରାଗି ନାଲି ପଡିଗଲା । ମା, ତୋ ପିଙ୍କିକୁ କଣ କିଏ କିଡ୍ନାପ କରି ନେଉଛି? ମୁଁ ଯାଇ ପାରିବି ନାହିଁ । ବାପାଙ୍କୁ ଯିବାର ଅଛି ତ ଯାଆନ୍ତୁ ନ ହେଲେ ସେ ଏକା ଆସିବାର
ଅଭ୍ୟାସ କରୁ । ମୋତେ ଏସବୁ ଫାଲତୁ କାମରେ ପୁରାନା ମୁଁ ବଡ ଅଫିସର ହେବି ଦେଶ ସେବା କରିବି.....
ଏଇ କଥା ଶୁଣି ୯୦ ବର୍ଷର ଜେଜେ ମାଆ କହିଲେ, ଯିଏ ଗାଁରେ ନିଆଁ ଲାଗିଲେ ଘରୁ ବାହାରୁନି । ଯିଏ ରୋଗୀ ବାପାର
ସେବା କରୁନି, ଯିଏ ନିଜ ଭଉଣୀର ସୁରକ୍ଷା ଚିନ୍ତା କରେନି । ସିଏ ପୁଣି ଅଫିସର ହୋଇ ଦେଶ ସେବା କରିବ.....
ଲେଖକ: ମୁହମ୍ମଦ ଇମ୍ରାନ ଅଲି
କଜିସହି, ଭଦ୍ରକ

No comments:
Post a Comment