Friday, February 10, 2023

ଗୋଟେ ଚକୋଲେଟ୍ କୁ ଦୁହେଁ ମିଶି ଖାଇବା

ବାସନ୍ତୀ ଲତା ଜେନା


ଚକୋଲେଟ୍ ଅଟଇ ବିଭିନ୍ନ ପ୍ରକାର                           
ଭିନ୍ନ ଭିନ୍ନ ନାମ ତାର 
ସୁନ୍ଦର ଜରିରେ ସଜ୍ଜିତ ହୁଅଇ
ମନ ଲାଖି ଯାଏ ମୋର  l୧l

ଭାଇ ଭଗ୍ନୀ ଆମେ ଦୁହେଁ ମିଶି ଅଛୁ
ସ୍ନେହ ପ୍ରିତି ବନ୍ଧନର
ମମତା ମଧୁର ଆମ ଛୋଟ ଘର
ଏକତାରେ ଭରି ପୁର  l୨l

ଖାଇବା ଜିନିଷ ଘରକୁ ଆସିଲେ
ମା' ଭାଗ କରି ଦ୍ୟନ୍ତି
ଭାଇ ଭଉଣୀକୁ ମିଶି ଖାଇବାକୁ
ଜେଜେମା ବୁଝାଉ ଥାନ୍ତି  l୩l

ପିଲା ବେଳୁ ଆମ ଅଭ୍ୟାସ ହୋଇଛି
ବସି ମିଶି ଖାଇବାକୁ
ବାପା ଆଣିଛନ୍ତି ଚକୋଲେଟ ଗୋଟିଏ
ଦୁହେଁ ମିଶି ଖାଇବାକୁ   l୪l

ଭାଇ ଭଗ୍ନୀ ଆମେ ଚକୋଲେଟ ଖାଇଲୁ
ଦୁହେଁ ମିଶି ଅଧା ଅଧା
ସ୍ନେହର ପରଶ ମିଠା ଆଣି ଦେଲା
ନ ରହିଲା କିଛି ବାଧା   l୫l

ମିଶିକି ଖାଇଲେ ମନ ସ୍ଵଛ ହୁଏ
ତ୍ୟାଗ ଭବ ବଢ଼ି ଥାଏ
ପରୋପକାରରେ ସେବାର ପ୍ରଭାବ
ସ୍ୱତଃ ଆମେ ଆସି ଥାଏ   l୬l

ମିଶିକି ଖାଇଲେ ପ୍ରେମ ବଢ଼ି ଥାଏ
ହୃଦୟ ହୁଏ ନିର୍ମଳ
ଅଳପରେ ମନ ସନ୍ତୁଷ୍ଟ ହୁଅଇ
କଥା ରହେ କାଳ କାଳ  l୭l

ଗାନ୍ଧୀନଗର, ପୋଷ୍ଟ / ଜିଲ୍ଲା : ନବରଙ୍ଗପୁର

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy