- ସନାତନ ମହାକୁଡ଼
ସେମାନେ ସତୀ
ପୁଣ୍ୟତୋୟା ଗଙ୍ଗା ପରି
ପତି ପ୍ରାଣପ୍ରିୟା
ଅନସୂୟା ସୀତା ଓ ସାବିତ୍ରୀ
ଦେଇ ପାରନ୍ତି ଜୀବନ ପରୀକ୍ଷା
କେବେ ଅନସୂୟା,
ଯାହା ପାଇଁ ପାଏ ନାହିଁ ରାତି ।
କେବେ ସୀତା ,
ଯାହାକୁ ଦେବାକୁ ହୁଏ ଅଗ୍ନି ପରୀକ୍ଷା
ଧରିତ୍ରୀରେ ମିଶିବା ପର୍ଯ୍ୟନ୍ତ ।
କେବେ ସାବିତ୍ରୀ
ଯେ ଭେଟିପାରେ ଯମରାଜାଙ୍କୁ
ମାଗିବାକୁ ମଥାର ସିନ୍ଦୂର
ପରୋକ୍ଷରେ
ପତିଙ୍କର ଆୟୁଷ ମୁଠାକ ।
*****
ଗ୍ରାମ/ପୋ. ଅ: ଵେରୁଆଁବାରୀ
ଜିଲ୍ଲା:ନୟାଗଡ଼- ୭୫୨୦୮୨,ଓଡିଶା।
No comments:
Post a Comment