ମାଧବୀପଟେଲ।
ଏକ ଛୋଟିଆ ପଲ୍ଲୀ ନାଁ ତାର ନୂଆଁଡିହି।ଦିନଥିଲା ଏଠାରେ ଲୋକେ ଭୋକ ଉପାସରେ ରହୁଥିଲେ।ବର୍ଷକରେ ଧାନ ଚାଷହିଁ ସେମାନଙ୍କର ଉପାର୍ଜନର ଏକ ପନ୍ଥା ଥିଲା।ଗାଁର ଅଧିକାଂଶ ପୁରୁଷ ମୂଲ ମଜୁରି କରି ଚଳୁଥିଲେ।କୋଉଠି ସଡକ ତିଆରି ପୋଖରି ଖୋଳା
ପ୍ରଭୃତି କିଛି କାମ ମିଳିଲେ କରୁଥିଲେ କେବେକେବେ।ହେଲେ ସବୁଦିନ କାମ ବି ମିଳୁନଥିଲାପୁରୁଷମାନେ କାମରୁ ଯାହା ମଜୁରି ମିଳୁଥିଲା ସେଥିରୁ ଅଧା ମଦପିଇଦେଇ ଆସୁଥିଲେ।ମଙ୍ଗଲୁ ବି ସେମାନଙ୍କ ଭିତରୁ ଜଣେ।ତା ସ୍ତ୍ରୀ ସୀତା ଦୁଇପିଲା ପିଙ୍କି ଓ ରିଙ୍କୁ କୁ କୌସସି ମତେ ପଢାଇବାକୁ ଚାହୁଁଥିଲା।ତା ମାଆଘର ସ୍ବଛଳ ପରିବାର ଥିଲେ।ତା ଦାଦାର ପିଲାମାନେ ସବୁ ପାଠ ପଢୁଥିଲେ।ତାଙ୍କ ଦେଖାଦେଖି ସେ ବି ନିଜ ପିଲାଙ୍କୁ ପଢାଇବାକୁ ଚାହୁଁଥିଲା।ସମୟ ସମୟରେ ମାଆ ଭାଇଠୁ କିଛି ଆର୍ଥିକ ସାହାଯ୍ୟ ମିଳୁଥିଲା ସେଥିରେ କୌଣସି ପ୍ରକାରେ ସେ ତାର ସଂସାର ରୂପକ ଶଗଡକୁ ଟାଣିବାକୁ ଚେଷ୍ଟାକରୁଥିଲା।ହେଲେ ମଙ୍ଗଳୁ ତାକୁ କୌଣସି ପ୍ରକାରେ ସାହାଯ୍ୟ କରୁନଥିଲା ବରଂ ବିଘ୍ନ ସୃଷ୍ଟି କରି ମନୋବଳ ଭାଙ୍ଗୁଥିଲା।ପାଠପଢି ଏମାନେ କଣ କରିବେ ବରଂ କାମ ଶିଖାଅ ବୋଲି ସେ ସୀତାକୁ କହୁଥିଲା।ହେଲେ କଣ କାମ ଶିଖିବେ ଗାଁରେ।ଏମିତି କିଛି କାମ ନ ଥିଲା ଯାହା କରି ଦୁଇ ପଇସା ରୋଜଗାର କରି ହେବ।ସେ ତା ମାଆ ଘରକୁ ଯାଇଥିବାବେଳେ ଦେଖିଲା ସେଠି ବିଶ୍ବଗ୍ରୃପ ତରଫରୁ ଏକ ସ୍ବୟଂ ସହାୟକ ଗୋଷ୍ଠି ଗଢିଛନ୍ତି ଓ ସରକାରି ସହାୟତା ପାଉଛନ୍ତି କିଛି କିଛି ଟଙ୍କା।ସେ ଟଙ୍କାରେ ସେମାନେ ମିଶି ଛତୁଚାଷ କରୁଛନ୍ତି ଓ ବେଶ୍ ପଇସା ରୋଜଗାର କରୁଛନ୍ତି।ସେମାନଙ୍କୁ ଆଉ ନିଜ ଗେରସ୍ତଙ୍କ ଉପରେ
ନିର୍ଭର କରିବାକୁ ପଡୁନି।ଘରକାମ ସମ୍ଭାଳି ଏ କାମ ବି ସହଜରେ କରି ହେଉଛି।ଆଉ ଛତୁର ଏବେ ବହୁତ ଆଦର ରହିଛି।ମାଂସ ପରେ ଭୋଜି ମାନଙ୍କରେ ଛତୁର ହି ଆଦର।ନିରାମିଶ ମାନଙ୍କ ପାଇଁ
ଛତୁ ର ଆଏଟମ ଟେ ଦରକାର।ତେଣୁ ଛତୁର ବିକ୍ରିବି ସହଜରେ ହେଇଯାଏ ଓ ଭଲ ଦରରେ।ସେ ମାଆ ଘରେ କିଛିମାସ ରହି ଏହାର ଟ୍ରେନିଂ ନେଲା।ଭଲ ଭାବରେ ସବୁ ଶିଖିଗଲାପରେ ସେ ନିଜଶାଶୁଘର ଗାଆଁରେ ସବୁ ସ୍ତ୍ରୀଲୋକଙ୍କୁ ବୁଝାଇ ଏକ ସ୍ବୟଂସହାୟକ ଗୋଷ୍ଠି ଗଢିଲା।ଏବେ ଛତୁଚାଷ କରି ସବୁ ସ୍ତ୍ରୀଲୋକ ସ୍ବାବଲମ୍ବୀ ହୋଇପାରିଛନ୍ତି।ତାରି ପ୍ରେରଣାରେ ଗାଁର ଛବି ବଦଳି ଯାଇଛି।ଏବେ ମଦବିରୋଧରେ ବି ଆନ୍ଦୋଳନ ଜାରି ରହିଛି।ଗାଁରୁ ମଦ ଦୋକାନ ସବୁ ଉଠିଗଲାଣି।ଏବେ ପୁରୁଷମାନେ ମଦଛାଡି ନିଜ ଗୃହିଣୀଙ୍କୁ ପୂର୍ଣ ମାତ୍ରାରେ ସାହାଯ୍ୟ କରୁଛନ୍ତି।ଏ ବର୍ଷ ପିଙ୍କି ମାଟ୍ରିକରେ ରାଜ୍ୟସ୍ତରରେ ଟପ୍ପର ଭିତରେ ଅଛି।ଏବେ ତାଙ୍କ ଗାଁର ଗୌରବ ବନିଛି ପିଙ୍କି ଆଉ ଏହାର ଶ୍ରେୟ ଯାଉଛି ସୀତାକୁ।ତାରି ଉଦ୍ୟମ ପାଇଁ ଏସବୁ ସମ୍ଭବ ହେଇଛି।ଖବର କାଗଜରେ ସୀତା ଓ ମଙ୍ଗଲୁର ବି ଫଟୋ ଛପିଛି ପିଙ୍କିସହ।ତାର ଦେଖାଦେଖି ଏବେ ଗାଁର ସମସ୍ତେ ତାକୁ ଅନୁକରଣ କରିବା ଆରମ୍ଭ କରିଦେଇଛନ୍ତି।
ମାଧବୀ ପଟେଲ।
No comments:
Post a Comment