ଜଗଦୀଶ ଶତପଥୀ।
ମନୋହରୀ ବାଲା ଆସିଛି। ଗାଁ ଦାଣ୍ଡରେ ପ୍ରବଳ ଭିଡ଼।ମୋର ରିବନ ଦରକାର, ମୋର ଫେୟାର ଆଣ୍ଡ ଲଭଲି ଦରକାର।କାହାର କାଚ, କାହାର ସିନ୍ଦୂର। ଭିଡ଼ ଜମେଇ ଦେଇଛି ମନୋହରୀ ବାଲା। ସତରେ ବଡ଼ ଅଦ୍ଭୁତ ଏଇ ମନୋହରୀ ବାଲା। ଗାଁ ଯାକର ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ସବୁ ତା ପାଖରେ। ଛୁଆଙ୍କ ଠାରୁ ବୁଢ଼ିମା ପର୍ଯ୍ୟନ୍ତ। ସେଥିରେ ପୁଣି ମୂଲାମୂଲି।ଏକା ଏକା ଥକିଯାଏ ମନୋହରୀ ମନୋଜ। ଦେଖିବାକୁ ସୁନ୍ଦର ସୁଢଳ ଚେହେରା।ତା ସାଙ୍ଗକୁ କଲରାପତରିଆ ନିଶ ହଳକ ଚୋଖା ଦେଖାଯାଏ। କହିବାକୁ ଗଲେ ଗାଁ ସାରାର ପ୍ରେମିକ। ଦୁଇଦିନେ ଥରେ ଗୋଟିଏ ଗାଁ। ଏହିଭଳି ପାଳିକରି ଗାଁ ବୁଲେ,ଆଉ ଡାକୁଥାଏ,ଏ ନାନୀ କାଚ ସିନ୍ଦୂର,ଅଳତା ନେବ,ଵାସନମଜା,ରୁଟିଶେକା ନେବ।ଏ ଭଉଣୀ ତୋ ହାତକୁ ଏ କାଚ ଭାରି ମାନିବ।ନେ,ଆରେ ପଇସା ଆଜି ନଦେଲେ କାଲି ଦେବ। ସେଥିରେ କୁଣ୍ଠା କାହିଁକି। ମୁଁ ପରା ମନୋଜ ଭାଇ।ଆସ ଆସ ଆସ ସମସ୍ତେ।କି ପ୍ରେମ କେଜାଣି, ସମସ୍ତଙ୍କୁ ବାନ୍ଧି ରଖେ ପ୍ରେମ ରେ। ଏହି ପ୍ରେମ ରୁ ପ୍ରେମ ସୃଷ୍ଟି ହୁଏ, ବଉଳ ସହିତ।ଦୁଃଖିତ ପରିବାର ର ଝିଅ। ପିଲାଟି ଦିନରୁ ବାପା ଗୋଟିଏ ଗାଡି ଆକ୍ସିଡେଣ୍ଟ ରେ ଚାଲିଗଲେ।ମା କାମ ଧନ୍ଦା କରି ଯାହା ଆଣେ, ସେଥିରେ ଦୁଇ ପ୍ରାଣୀ କୁଟୁମ୍ବ ଚଳି ଯାଆନ୍ତି।ବଉଳ ଖୁବ୍ ସାଦାସିଧା। କଲେଜ ରେ ପଢ଼େ ଓ ଟିଉସନ କରି ଯେଉଁ ପଇସା ହୁଏ, ସେଥିରେ ପାଠପଢ଼ା ଖର୍ଚ୍ଚ କରେ। ଏହି ମନୋଜ ଭାଇ ଭାରି ସୁନ୍ଦର। ଉଭୟ ଉଭୟଙ୍କୁ ଭଲ ପାଆନ୍ତି। ଜୀବନ ଦେବାକୁ ପ୍ରସ୍ତୁତ। ସଂପର୍କ ନୂଆ ମୋଢ ନିଏ। କେଉଁ ଏକ ଅସଜଡା ମୁହୁର୍ତ୍ତ ରେ।ବଉଳ ଗର୍ଭବତୀ ହୁଏ। ଲୋକ ମାନଙ୍କ କାହିଁ ଟାପରା ଶୁଣିବାକୁ ହୁଏ, ବିଚାରୀ ବଉଳ କୁ। ମନୋଜ କିନ୍ତୁ ଫେରାର। ମନୋହରୀ ବାଲା ରୁ ଵନିଯାଏ ବାପା। ସମସ୍ତଙ୍କୁ କାଚ ସିନ୍ଦୂର ଅଳତା ଦେଉଥିବା ମନୋଜ ବଉଳ କୁ କାଚ ସିନ୍ଦୂର ଦେବାକୁ ଘୃଣା କରେ। ସମାଜ ରେ ଏଭଳି ଅନ୍ୟାୟ ସବୁଦିନ ଚାଲିଛି, ବିକ୍ରି କରୁଥିବା କାଚ ସିନ୍ଦୂର ସତସତିକା ହେଲାବେଳକୁ ବଉଳ ଆତ୍ମହତ୍ୟା କରିଦିଏ। ମନୋହରୀ ହୋଇଯାଏ ଵଉଳ ପାଇଁ କାଳ।ଗରୀବ ଝିଅ ପାଲଟି ଯାଏ ସମସ୍ତଙ୍କର ଟାପରା।
ଧର୍ମଶାଳା। ଯାଜପୁର।
No comments:
Post a Comment