ସର୍ଭେଣ୍ଟ କ୍ବାଟର ରୁ ଯୋର୍ ଯୋର୍ ରେ ଆଓ୍ବାଜ ଆସୁଥିଲା।ବସୁମତୀ ବୋଧହୁଏ ଆଜି ପୁଣି ପିଇଦେଇଛି।
ବେଳେବେଳେ ତିହାର ବାହାର ହେଲେ ସେ ଦେଶୀ କୁସୁନାରୁ ଗ୍ଲାସେଅଧେ ବା ପାଉଚଟେ ପିଇନିଏ।
ଆଉ ସେଦିନ ଏମିତି ବକର ବକର ହୁଏ।ବସୁମତୀ
ତାଙ୍କ କଲୋନିରେ ଚାକରାଣୀ କାମକରେ।ତାର ବର କୋଉ ଗୋଟିଏ ବସ୍ ରେ କ୍ଲିନର୍ କାମକରେ।ପୁଅଟା ବି ବାଇଶ ବର୍ଷର ଭେଣ୍ଡିଆ ଯବାନ ହେଲାଣି।ସେ ବି ବାପାର କେବେକେବେ ଦେହ ଅସୁସ୍ଥହେଲେ ତାରି କାମରେ ବସ୍ କୁ ଯାଏ।ନହେଲେ ଏଠି ସେଠି କଛି କାମମିଳିଲେ କରେ।ସେଦିନ କାହିଁକି କାହା ଉପରେ
ତାର ରାଗର ଓରିମାନା ମେଣ୍ଟଉଥିଲା।ଶାଳୀନୀର ସ୍ବତଃପ୍ରବୃତହୋଇ ସେ ପଟକୁ ପାଦ ଉଠିଗଲା।ଅଧଖୋଲା ଦରଜା ଭିତରେ ଦେଖିଲା ବସୁମତୀ ବେଲଣା ବାଡିଟାଧରି ପୁଅ ଉପରେ ଧଡାସ୍ ଧଡାସ୍
ପିଟିଚାଲିଛି।ପୁଅଟା ଚାହିଁଲେ ରୋଗିଣା ମାଆକୁ ଆକ୍ରମଣ କରି ପାରିଥାନ୍ତା।ହେଲେ ସହିଯାଉଥିଲା ସବୁ ପାହାରକୁ କେବଳ ପାହାର ପଡିବା ଆଗରୁ ଦେହକୁ ଟିକେ ସଂକୁଚିତ କରୁଥିଲା।ଚୁଟି ମୁଠାଏ ହାତରେଠାଣି
ପୁଅକୁ ଘରର ଏପଟୁ ସେପଟ ଘୋସାରୁଥାଏ ବସୁମତି।କେଜାଣି କଣ ଏମିତି ସାଂଘାତିକ ଅପରାଧ କରିଥିଲା ବବ୍ଲୁ।ବବ୍ଲୁ ତାଙ୍କରି ଘରେ ରହି ଛୋଟରୁ ବଡ ହେଇଛି।ଅଭାବସହ ଖେଳଖେଳି ସ୍ବପ୍ନକୁ ଧୂଳିଚଟାଇ
ମନକୁ ମାରିମାରି ତାର ପିଲାବେଳ କଟିଛି।ତାର ପାଠପଢାର ବ୍ୟବସ୍ଥାବି କରିଥିଲେ ସେମାନେ।ହେଲେ
ପାଠ ପଢିବାରେ ତାର ମନ ନାଇଁ।ବାଲୁଙ୍ଗାଗିରି କରି
ସିନେମାହିରୋଙ୍କୁ ଅନୁିକରଣ କରି ତେରେନାମ୍ ସିନେମାର ସଲମାନ୍ ଖାନ ପରି ବାଳକାଟି ଆଗପଟ
ଲମ୍ବା ଝାମ୍ପୁରୁ କରୁଛି ତ କେବେ ପଛପଟଟା ପୁରା ଛୋଟ ଛୋଟ କରି ତାଳୁକୁ ଟୋପି ସେପ୍ ରେ କାଟୁଛି।
ଚାରି ପାଞ୍ଚଟା ଲଫଣ୍ଡୁ ପିଲାଙ୍କ ସହ ସାଙ୍ଗ ହୋଇ କାହାଘରୁ ଚୋରି କରୁଛି।ଆଜି ବୋଧହୁଏ ସେମିତି କିଛି ବଡ ଧରଣର ଚୋରି ଧରା ପଡିଛି ବସୁମତୀ ଆଖିରେ।ସେଥିପାଇଁ ତାର ଏ ଉଗ୍ରଦୁର୍ଗାରୂପ।
ପାଖକୁ ଯାଇ ସେ କିଛି ଶୁଣିବାକୁ ଚେଷ୍ଟାକଲା।
ବସୁମତୀ କହୁଥାଏ ତତେ ମରଣ ହେଲାନି।
ମୋରି ପେଟରେ ଜନମ ହୋଇ ଏମିତି ହିନ କାମ କଲୁ।ମାଁର ମମତାକୁ ଅପମାନ ଦେଲୁ।ତୋପାଇଁ ଲାଜରେ ମୁଁ ବାଟଚାଲି ପାରିବିନି।ଏକ ବଳତ୍କାରିର ମାଁ
ଆଖ୍ୟା ପାଇବା ଆଗରୁ ତୁ ମତେ ବିଷଟିକେ ଦେଇ ମାରିଦେ।ତୋପାଇଁ ଏ କାମ କେତେବଡ କି?
ଯିଏ ଜଣେ ଝିଅର ଇଜ୍ଜତ ଲୁଟି ମାରିପାରିଲା ମାଁକୁ ବିଷଦେଇ ମାରିବା ତା ପାଇଁତ ଛୋଟ କଥାଟେ।
ପୁଅମାନେ ବୁଢାବୁଢୀ ବାପାମାଆଙ୍କ ଜରାଶ୍ରମରେ ଛାଡି ଆସୁଛନ୍ତି।ତୁ ବିଷ ଦେଇଦେ।ସେ ନିନ୍ଦା ମୁଁ ସହିଯିବିଯେ ପୁଅହାତରୁ ମାଆ ବିଷପିଇ ମଲା
ହେଲେ ଏକ ବଳତ୍କାରିର ମାଆ ହେବା ନିନ୍ଦା ସହି
ପାରିବିନି।
ଚାଲ ଦେଖି ଆସିବୁ ଯେଉଁ ଯୁବତୀକୁ ତୁ ରେପ୍ କରି
ଜାଳି ଆସିଛୁ ତାରି ଘରର ଅବସ୍ଥା।ତାର ମାଆ ବାପାର ଆକୁଳ କ୍ରନ୍ଦନ।ଭାଇଭଉଣୀଙ୍କ କଲବଲ।
ସବୁଠୁ ବେଶି ତାର ସେ କୁନୀ ପିଲାର ଗୁଲୁଗୁଲା।
ଯିଏ ମାଆ ମାଆ ହୋଇ ରଡି ଛାଡୁଛି।କୌଣସି ନାରୀକୁ ପାଇଲେ ତାରି କୋଳରେ ମାଁର ଥନ ଖୋଜୁଛି।ସେ ସ୍ବାମୀର କାକୁସ୍ଥ ହତାଶପଣ ଯା ଦେଖିବୁ ଯାର ଗୋଟିଏ ଅଙ୍ଗକୁ ତୁ ପାରାଲାଇଜ୍ଡ କରିଦେଲୁ।ଯିଏ ଆଉଥରେ ଉଠିବାକୁ ବଳ ପାଉନି।
ତାର ସାରା ଆଶା ଆକାଂକ୍ଷାକୁ ଧୂଳିସାତ୍ କରିଦେଲୁ।
ପିଲାକୁନେଇ ସେମାନେ ଗଢିଥିବେ କେତେ ସ୍ବପ୍ନର ମିନାର।ତାକୁ ତୋଳିବାର ନିମ୍ବ ନ ପଡୁଣୁ ତାକୁ
ମାଟିରେ ମିଶେଇଦେଲୁ।ବଞ୍ଚିବାର ସମସ୍ତ ଖୁସିର ସାଧନ ଲୁଟିନେଲୁ ସେଘରୁ।ନାରୀଟିର ଆଖିରେ ଅସରନ୍ତି ସ୍ବପ୍ନଥିବ।ସେ ସଜାଡିଥିବ ଏକ ଆଶାର ନନ୍ଦନକାନନ।ଫଳଫୁଲଭରା ସୁନ୍ଦର ସଂସାରଟିଏ।
ସ୍ବାମୀ ସ୍ତ୍ରୀର ଭଲପାଇବାରେ ଭରପୁର ଏକ ସ୍ବର୍ଗପୁରୀ।ସନ୍ତାନର ଭବିଷ୍ୟତର ଗଢିଥିବ ଏକ
ଉଚ୍ଚ ସିଡିଟିଏ।ପାହଚ ପାହଚ ଉଠୁଥିବ ତାର ସନ୍ତାନ
ଆଉ ଗୌରବାନ୍ବିତ ହେଉଥିବ ମାଆବାପା ମନ।
ସମୟର ଅପରାହ୍ନରେ ଅବସ ହୋଇଗଲେ
ଦେହମନ ସନ୍ତାନର ଛତ୍ରଛାୟାରେ ମିଳିବ ଏକ ସୁରକ୍ଷିତ ସ୍ଥାନ।ହେଲେ ତୁ କଣକଲୁ। ସେଇ ସ୍ବପ୍ନର ଗଛର ଚେରକୁ କାଟିଦେଲୁ ତୁ।କେମିତି ଫଳିବ ଫୁଲିବ ସେ ଗଛ।କେମିତି ସେ ଶିଶୁ ମଣିଷ ହେବ?
କେମିତି ସେ ସ୍ବାମୀ ଜୀଇଁବାର ଶକ୍ତି ପାଇବ?
ତୋର କ୍ଷଣିକ ଯୌନ ଉନ୍ମାଦନ କେତୋଟି ଜୀବନକୁ
ନଷ୍ଟ କରିଦେଲା।କେତେକଷ୍ଟ ପାଇନଥିବ ସେ ସ୍ତ୍ରୀ ଟି।ଯାହାର ବିନା ସହମତିରେ ତୁମେମାନେ ତା ସହ ବଳତ୍କାର କରିଥିବ।କେମିତି ଲାଗିଥିବ ତାକୁ ଯେତେବେଳେ ତୁମେ ତାକୁ ଜାଳିଥିବ।ସନ୍ତାନ ପାଇଁ
ଛଟପଟ ହେଉଥିବ ତାର ହୃଦୟ।କିଏନେବ ତାର ସନ୍ତାନର ଯତ୍ନ ଓ ଦାୟିତ୍ବ।କିଏ ଭରିପାରିବ ତାର ରିକ୍ତସ୍ଥାନ।ଜଣେ ମାଁର ମମତାର ଆଉ ଦ୍ବିତୀୟ ବିକଳ୍ପ ନାହିଁ।ସେ ସ୍ଥାନ ଆଉ କେହି ଦେଇପାରିବେ ନାହିଁ।
ସେ ଆଈମା ମାଉଷୀ ଯେ ହେଉନା କାହିଁକି।ଶିଶୁଟି
ମାଁର ପ୍ରତ୍ୟେକ କୋଷ କଣିକା ସହ ପରିଚିତ।ସେ ମାଁର ସ୍ପର୍ଶ ଗନ୍ଧକୁ ବି ବାରିପାରେ।ମାଁର ସ୍ପନ୍ଦନକୁ
ବୁଝିପାରେ।କିଏ ଆଉ ହେବ ତା ମାଆପରି।ଆଉ ଏପଟେ ତୋର ପରିବାର କଥା ବି ଭୂଲିଗଲୁ।
ତୋର ବୃଦ୍ଧ ବାପାମାଆ ତୋ ଉପରେ ଆଶ୍ରା ଖୋଜୁଥିବାବେଳେ ତୋ ପାଇଁ କେତେ ସ୍ବପ୍ନ ବୁଣୁଥିବାବେଳେ।ତୋର ପୁଅଝିଅଙ୍କୁ ଖେଳାଇବା
ନୂ୍ଆଁବୋହୂର ଆଗମନୀର ଗିତ ଶୁଣିବାକୁ ଅନେଇରହିଥିବାବେଳେ ତୁ ତାଙ୍କଠୁ ସବୁ ଛଡେଇ ନେଲୁ।ନିସ୍ବ ବଦନାମ କରିଦେଲୁ ଆଜି ନ ହେଲେ
ତୁ କାଲି ଜେଲକୁ ଯିବୁ।ପୋଲିସ୍ ନ ପାଇଲେ ମୁଁ ନିଯେନେଇ ହାଜତରେ ତତେ ଛାଡି ଆସିବି।ଏକ ସ୍ତ୍ରୀର କର୍ତବ୍ୟ ନିଭାଇବି।ଏକ ବଳତ୍କାରୀକୁ ଉଚିତ
ଶାସ୍ତିଦେବି।ତାପରେ ପଛେ ପ୍ରତିମୂହୁର୍ତ ମୁଁପୁତ୍ରଶୋକରେ ଜୁଡୁବୁଡୁ ହେଉଥାଏ।ହେଲେ ତୋର ଦଣ୍ଡ ତୁ ନିଶ୍ଚୟ ପାଇବୁ।ଆଉ ମୋର ଦଣ୍ଡ ମୁଁ ଜୀବନ ସାରା ପାଉଥିବି ତୋର ମାଆ ହେବାର ଅପରାଧ ବୋଧରେ।
ମାଧବୀ ପଟେଲ।
No comments:
Post a Comment