Wednesday, November 11, 2020

ସେଦିନ ସନ୍ଧ୍ୟା ରେ........

 ✍ସୁଧାଂଶୁ କୁମାର ତ୍ରିପାଠୀ


***********

ନୂଆ ନୂଆ ସହରକୁ ଆସିଥାଏ , ପୁର୍ତ୍ତ ବିଭାଗରେ ଚାକିରୀ ଖଣ୍ଡେ ପାଇବାରୁ ଗାଁ ଛାଡି ଆସିବାକୁ ପଡିଲା। ଗାଁ ଠୁ ସହର ପ୍ରାୟ ତିରିଶ ମାଇଲ ବାଟ,ସବୁଦିନେ ଯିବାଆସିବା କରିବା ଟା ସମ୍ଭବ ହବନି ବୋଲି ବାପା ଙ୍କ ଠୁ ଅନୁମତି ନେଇ ଆସିବାକୁ ପଡିଲା ସହରକୁ। ନୂଆ ଜାଗା,ନୂଆ ଲୋକ, ସହର ପାଣିପାବନ ସହ ଖପାଖୁଆଇ ଚାଲିବାକୁ ପଡିବ। ଅବିବାହିତ ଯୁବକ ପିଲାଙ୍କୁ ସହରରେ ଘର ଖଣ୍ଡେ ପାଇବା ଟା ଯେ କେତେ କଷ୍ଟ ସେକଥା ଯିଏ ଅନୁଭବ କରିଥିବ ସେ ହିଁ ବୁଝିପାରିବ। ବହୁ କଷ୍ଟରେ ଘର ଖଣ୍ଡେ ମିଳିଲା, ଗୋଟିଏ ବଖରା ସାଙ୍ଗକୁ ବାରଣ୍ଡା ଟିଏ , ଏକୁଟିଆ ଲୋକ ତ ଚଳିଯିବ ଭାବିକି ରହିଲି। ପ୍ରତିଦିନ ସକାଳୁ ବସ ଯୋଗେ ଅଫିସ କୁ ଯିବାକୁ ପଡେ । 

   ସେଦିନ ଝିପିଝିପି ବର୍ଷା ସାଙ୍ଗକୁ ହଲକା ପବନ ହଉଥାଏ। ଅଫିସ ରୁ ବହାରିକି ଟାଉନ ବସ କୁ ଅପେକ୍ଷା କରିଥାଏ। ସନ୍ଧ୍ୟା ହେଇଗଲାଣି ଅଫିସ ଠୁ ଘର ପ୍ରାୟ ତିନି କିଲୋମିଟର ,ବର୍ଷା ହୋଉନଥିଲେ ଚାଲିକି ପଳେଇଯାନ୍ତି । ବର୍ଷା ଲାଗି କୌଣସି ବସ ବି ଆସୁନଥାଏ। ଭାବିଲି ଆଉ ଅପେକ୍ଷା କରିବା ଠିକ ହବନି ବର୍ଷା ର ମାତ୍ର ବି କମିଗଲାଣି । ପ୍ୟାଣ୍ଟ ଟାକୁ ଟିକିଏ ଭାଙ୍ଗ କରିଦେଇ ରାସ୍ତାର କଡେ କଡେ ଚାଲିଲି। ସନ୍ଧ୍ୟା ସମୟ ସହର ଆଲୋକିତ , କିଛି ବାଟ ଯିବା ପରେ ବର୍ଷା ପୁଣି ଜୋର ହେଲା , ଭାବିଲି ଏମିତି ଆଉ ଭିଜିକି ଗଲେ ହବନି କୋଉଠି ଟିକେ ରହିଯିବି। ଦେଖିଲି ଆଗରେ ଗୋଟିଏଯାତ୍ରୀ ବିଶ୍ରାମ ଗାର ଅଛି , ସେଠି ଯାଇ ପହଂଚିଲି। ବର୍ଷା ଜୋର ହଉଥାଏ , ଯାଇ ଦେଖେ ତ ଜଣେ ସୁନ୍ଦର ଯୁବତୀ ବସିଛନ୍ତି ସେଠି। ବୋଧେ ବର୍ଷା ପାଇଁ ସେ ବି ଏଠି ଅଟକିଯାଇଛନ୍ତି। ନିଜ ପକେଟ ରୁ ରୁମାଲ ଟା ବାହାର କଲି ଦେଖିଲି ସେଇଟା ବି ଭିଜି ଯାଇଛି। ତଥାପି ଓଦା ରୁମାଲ ରେ ମୁଂହ ପୋଛିଲି । ବର୍ଷା ର ମାତ୍ର ବେଳକୁ ବେଳ ବଢିଚାଲିଲା। ନିରବ ଭାବରେ ସିମେଣ୍ଟ ବେଞ୍ଚ ଉପରେ ବସିଲି , ମୋ ଅପର ପାର୍ଶ୍ୱ ରେ ସେ ସୁନ୍ଦରୀ ଯୁବତୀ ଜଣଙ୍କ ବସିଥାନ୍ତି। ତାଙ୍କ ମୁଖ ମଣ୍ଡଳକୁ ଦେଖିଲେ ଲାଗୁଥିଲା ସେ ଯେମିତି ବିବ୍ରତ ଅଛନ୍ତି। ପର୍ଶ୍ୱସ୍ଥ ନୀରବତା କୁ ଭାଙ୍ଗ କରି ପଚାରିଲି "କଣ ହେଇଛି ଆପଣ ଵ୍ୟସ୍ତ ଜଣାପଡୁଛନ୍ତି"? ....ମୋର ପ୍ରଶ୍ନ ରେ ସେ ବି ନୀରବତା ଭଙ୍ଗ କରି କହିଲେ "ଆଜି ଅଫିସ ରୁ ଫେରିବା ଟିକିଏ ବିଳମ୍ବ ହେଇଗଲା ସେଥିପାଇଁ ବସ ପାଇଲିନି। " 

ମୁ କହିଲି ତାହାଲେ ପରବର୍ତ୍ତୀ ବସ ଆସିଵା ଯାଏ ଅପେକ୍ଷା କରନ୍ତୁ।

ସେ କହିଲେ ସନ୍ଧ୍ୟା ସମୟରେ ଆମ ଗାଁ କୁ କେବଳ ଗୋଟିଏ ବସ। 

ତୁମ ଗାଁ ଏଠୁ କେତେ ବାଟ ହବକି"ମୁ ପଚାରିଲି।

ସେ କହିଲେ ପ୍ରାୟ ଚାଳିଶ କିଲୋମିଟର ଠୁ ଅଧିକ ହେବ।

ମୁ କହିଲି " ତାହାଲେ ଏଠି କେହି ସମ୍ପର୍କୀୟ ଙ୍କ ଘରେ ରହିଯାଅନ୍ତୁ।"

ମୋ ଠୁ ଏହା ଶୁଣିବା ପରେ ସେ କହିଲେ ଆମର ସମ୍ପର୍କୀୟ ବୋଲି କେହି ନାହାନ୍ତି, ଘରେ ମୁ ଅଉ ମୋ ବାପା ଆମେ ଦୁହେଁ ରହୁଛୁ। ମୁ ଛୋଟ ଥିଲି ମୋ ମା ଚାଲିଯାଇଛନ୍ତି। ଏତିକି କହି ଯୁବତୀ ଜଣଙ୍କ କାନ୍ଦିବାକୁ ଲାଗିଲେ।

ମୁ କହିଲି ହୋଉ ତାହାଲେ ବ୍ୟସ୍ତ ହବା କିଛି ଦରକାର ନାହିଁ। ମୁ ଗୋଟିଏ ଟାକ୍ସି ଡାକିଦଉଛି ସେଥିରେ ଆପଣ ଚାଲିଯିବେ।

ଯୁବତୀ ଜଣଙ୍କ କହିଲେ ଟାକ୍ସି ରେ ଯିବାକୁ ମୋର କିଛି ଅସୁବିଧା ନାହିଁ ଯେ , ଆମ ଗାଁ କୁ ଯିବା ବାଟରେ ଜଙ୍ଗଲ ରାସ୍ତା ଦେଇ ଯିବାକୁ ପଡେ । ମୁ ଏକୁଟିଆ ଯଦି ଟାକ୍ସି ରେ ଯାଏ ତାହାଲେ.......

ମୁ ବି ସେଇଆ ଭାବିଲି ଆଜି କାଲୀ କା ସମୟ ଭଲ ନୁହଁ , ଏକୁଟିଆ ଛାଡିବା ଠିକ ହବନି।

ଯୁବତୀ ଜଣଙ୍କ ଚିନ୍ତା ରେ ବୁଡି ରହିଲେ।

ମୁ କହିଲି ଦେଖନ୍ତୁ ଆପଣ ଯଦି ଖରାପ ନଭାବିବେ ତାହାଲେ ମୁ ଗୋଟେ ପ୍ରସ୍ତାବ ଦେବୀ।

କୁହନ୍ତୁ.... ସେ କହିଲେ

ଆପଣ ଯଦି ମୋ ଘରେ ଆଜି ରାତିଟା ଚଳି ଯାଆନ୍ତେ ତାହାଲେ କିଛି ଅସୁବିଧା ହେବକି?

ଏମିତି ପଚାରି ଥିବାରୁ ମତେ ନିଜକୁ ବହୁତ ଖରାପ ଲାଗୁଥିଲା।

କେଜାଣି ଯୁବତୀ ଜଣଙ୍କ କଣ ଭାବୁଥିବେ।

ଏମିତି ସମୟରେ ସେ କହିଲେ ଆପଣ କୋଉଠି ରୁହନ୍ତି। କିଏ କିଏ ରୁହନ୍ତି ଆପଣଙ୍କ ସହ?

ଏଇ ଅଳ୍ପ ଦୂରରେ ମୋ ଘର, ମୁ ଏକୁଟିଆ ରୁହେ। 

ଏକୁଟିଆ ରହିବା କଥା ଶୁଣି ସେ ଟିକିଏ ବିଚଳିତ ଲାଗିଲେ।

ଆପଣ ଜମା ଭୟ କରନ୍ତୁନି ମୋ ଘରେ ଆପଣ ପୁରା ନିରାପଦ। ମୁ  କହିଲି

ମୋ କଥା ଶୁଣି ଯୁବତୀ ଜଣଙ୍କ ମୋ ସହ ଯିବାକୁ ରାଜି ହେଲେ।........

ବର୍ଷା ସେତେବଲକୁ  କମି ଯାଇଥାଏ, ସମୟ ଆଠ ଟା ବାଯିବାକୁ ବସିଲାଣି ଦୁହେଁ ବାହାରିଲୁ । 

  ବର୍ଷା ସିନା ଛାଡ଼ିଥାଏ କିନ୍ତୁ ପବନ ଟିକିଏ ଟିକିଏ ହଉଥାଏ। ଦୁହେଁ ପାଦ ଚଞ୍ଚଳ କରି ଚାଲିଲୁ। ଯିବା ବାଟରେ ପଚାରିଲି ତୁମ ନା ଟା କଣ ,? .......

ପ୍ରିୟଙ୍କା ମୋ ନାଁ ଯୁବତୀ ଜଣକ କହିଲେ। 

ଅବିନାଶ ମୋ ନାଁ , ମୁ କହିଲି।

ଦୁହେଁ ସାଢ଼େ ଆଠଟା ସୁଦ୍ଧା ଘରେ ପହଂଚି ସାରିଥିଲୁ। ସହର ସିନା ବର୍ଷା ରାତି ଲାଗି ନିଶବ୍ଦ ଲାଗୁଥାଏ। 

ଘର ଚାବି ଖୋଲି ଭିତରକୁ ଗଲୁ , ବଲବ ସୁଇଚ ଲଗେଇଲି।ଗୋଟାଏ ବଖରା ଘର, ଛୋଟ ଖଟ ଟିଏ ପଡିଛି। ଯୁବତୀ ଜଣକୁ କହିଲି ଏଥିରେ ଟିକିଏ ଚଳେଇଦେବେ ଆଜି ରାତିକ।

ସେ ମୁଣ୍ଡ ହଲେଇ ହଁ କଲେ।  ସେ ଟିକିଏ ବର୍ଷା ରେ ଭିଜି ଯାଇଥାନ୍ତି ତାଙ୍କ ପୋଷାକ ବି ଓଦା ଓଦା ଲାଗୁଥିଲା, ମୋର ହଳେ ଟ୍ରାଉଜର ତାଙ୍କୁ ଦେଲି ବଦଳେଇବା ପାଇଁ,ମୋ ପୋଷାକ ବି ଭିଜି ଯାଇଥାଏ , ତଉଲିଆ ଟେ ନେଇ ବାରଣ୍ଡା ରେ ବଦଳେଇ ଆସିଲି। .......  

ରାତି ପାଖା ପାଖି ନଅଟା ବାଜିଲାଣି, ରୋଷେଇ କରିବା ପାଈଁ ମୁ ବାହାରିଲି। ଯୁବତୀ ଜଣକ କହିଲେ ଆପଣ ରୁହନ୍ତୁ ମୁ ରୋଷେଇ କରିଦଉଛି। ......ମୁ ମନା କଲି ଆପଣ ଆଜି ଅତିଥି ମୋ ଘରେ କାହିଁକି ଆପଣ ରୋଷେଇ କରିବେ , ମୁ କରିଦଉଛି। ଶୁଣିଲେଣି ଦୁହେଁ ମିଶିକି ରୋଷେଇ କଲୁ। 

ରାତି ପ୍ରାୟ ଦଶଟା ହେଇଯାଇଥାଏ ରୋଷେଇ ସରିଲା, ଦୁହେଁ ସାମ୍ନା ସାମ୍ନି ବସିଲୁ ଖାଇବା ପାଇଁ। ......ମୁ ଖାଇବା ସମୟରେ ଲକ୍ଷ୍ୟ କଲି ସେ ମତେ ଦେଖୁଛନ୍ତି, ମୁ ପଚାରିଲି କିଛି ଅସୁବିଧା ହେଲାକି, ସେ କହିଲେ ନାହିଁ। ଶ୍ୟାମଳ ବର୍ଣ ଶରୀର ଉପରେ ମୋ ଟ୍ରାଉଜର ଟା ଚିପିକି ରହିଥିବାରୁ ବହୁତ ଆକର୍ଷଣୀୟ ଲାଗୁଥାନ୍ତି ସେ। ମୋର ବି ବାରମ୍ବାର ଧ୍ୟାନ ଭଙ୍ଗ ହୋଉଥିଲା, ଯଥା ସମୟରେ ଖାଇବା ସରିଲା । ମୁ କହିଲି ତୁମେ ଖଟ ଉପରେ ଶୋଇପଡ ମୁ ବାରଣ୍ଡା ରେ ସୋଇପଡିବି, । ସେ କହିଲେ ନାହିଁ ଆପଣ କାହିଁ ବାରଣ୍ଡା ରେ ସୋଇବେ ବରଂ ମୁ ଏଠି ତଳେ ସୋଇଯାଉଛି ଆପଣ ଖଟ ରେ ସୁଅନ୍ତୁ କିଛି ଅସୁବିଧା ନାହିଁ। ମୁ ମନା କଲି କହିଲି ଆପଣ ଉପରେ ସୁଅନ୍ତୁ ମୁ ତଳେ ସୋଇଯାଉଛି। ସେ ରାଜି ହେଲେ , ମୁ ତଳେ ଗୋଟେ ଚଦର ପକେଇଦେଇ ଶୋଇଗଲି,ବଲବ ଲାଗିଥିଲା, ଆଖିକୁ ନିଦ ଅସୁନଥାଏ, ସେ ବି ଖଟ ଉପରେ ଏକଡ଼ ସେକଡ଼ ହୋଉଥାନ୍ତି। ମୋ ଆଖିକୁ କେତେବେଳେ ନିଦ ଆସିଯାଇଛି,ବର୍ଷା ରାତି ହେଇଥିବାରୁ ଟିକିଏ ଶିତ ଲାଗୁଥିଲା ,ଜାକି ହୋଇ ସୋଇଯାଇଥିଲି। ହଟାତ ଅନୁଭବ ହେଲା କାହା ହାତର ନରମ ଛୁଆଁ , ଶରୀର ରେ ସିଂହରଣ ଖେଳିଗଲା , ନିଶ୍ୱାସ ବଢିଗଲା ମୁଣ୍ଡ ଉଠେଇ ଦେଖେତ ପ୍ରିୟଙ୍କା....... ମୋ ଦେହରେ ଚଦର ଟା ଘୋଡେଇଦଉଛନ୍ତି, ............. ହାତଟାକୁ ଧରି ଦେଲି, ଚମକି ଗଲେ। ଝୁଙ୍କି ପଡିଲେ ମୋ ଉପରେ ରାତିର ନିରବ ଭିତରେ ଜଣେ ଯୁବକ ର ଛାତି ଉପରେ ଜଣେ ଯୁବତୀ। ଦୁହିଁଙ୍କ ଆଖି ପରସ୍ପର କୁ ଖୋଜିଲେ................ ଧୀରେ ଧୀରେ ଦୁହିଁଙ୍କ ନିଶ୍ୱାସ ପ୍ରଖର ହବାକୁ ଲାଗିଲା....................କାମାନାଳରେ ଦୁହେଁ ଦଗ୍ଧଭୁତ । ନିବଡ଼ ବାହୁ ବନ୍ଧନ ଭିତରେ ଚରମ ଆତ୍ମତୃପ୍ତି ର ପିପାସା....... ନିଶବ୍ଦ ରାତିରେ କେବଳ ନିଶ୍ୱାସ ର ଘୋର ଗର୍ଜନ, ଶରୀର କ୍ରମଶଃ ଘର୍ମାକ୍ତ, ଦୁଇ ମନ ଦୁଇ ଶରୀର ର ମିଳନ ପାଇଁ ଉଛୁକତା ବଢ଼ିବାରେ ଲାଗିଲା......ମୁ କୋଠରୀର ଲାଇଟ କୁ ବନ୍ଦ କରିଦେଲି.........................

       ବର୍ଷା ରାତିର ନୀଶବ୍ଦତା କୁ ଭଙ୍ଗ କରୁଥିଲା ଆମ ଦୁହିଁଙ୍କ ପ୍ରଖର ନିଶ୍ୱାସ। ରାତିର ଅନ୍ଧକାର ଭିତରେ କମାଗ୍ନି ଜଳି ଆଲୋକିତ କରୁଥିଲା ଉନ୍ମାଦନା ଭରା ମନକୁ। ସେହି ଆଲୋକ ଭିତରେ ଦୁହେଁ ଦୁହିଁଙ୍କୁ ଖୋଜୁଥିଲୁ। ମନରେ ଚରମ ଆତ୍ମତୃପ୍ତି ର ଇଛା। ପ୍ରଣୟ ର ରଙ୍ଗରେ ଦୁହେଁ ରଙ୍ଗାୟିତ । ମଦନ ର କାମ ବାଣ ରେ ଦୁହେଁ କ୍ଷତାକ୍ତ, ଜର୍ଜରିତ କାମନା ର ମାଦକତା ରେ। ଉନ୍ମାଦନା ର ଚରମ ସୀମାରେ ଦୁହେଁ ପହଁଚି ସାରିଥିଲୁ,। ପ୍ରେମ ପ୍ରଣୟ ରେ ଯେ ଏତେ ମାଦକତା ଥାଏ ପ୍ରଥମ ଥର ପାଇଁ ଅନୁଭବ ହେଇଥିଲା ମତେ। ରାତିର ପ୍ରାୟ ଶେଷ ପ୍ରହର ବେଳକୁ ଅଶାନ୍ତ ସମୁଦ୍ର ଶାନ୍ତ ହେବାରେ ଲାଗିଲା। ଭଟ୍ଟା ପଡିଲା କାମନା ଜୁଆରରେ........ଅନୁଭବ ହେଲା ମନରେ ଅସୀମ ଆନନ୍ଦ। ଘର୍ମକ୍ତ ଶରୀର କ୍ରମେ ଶୁଷ୍କ ହେବାରେ ଲାଗିଲା, କ୍ଲାନ୍ତ ଶରୀରରେ ଘର୍ମ ବିନ୍ଦୁର ଶିତଳତା ମନକୁ ରୋମାନଚିତ କଲା। ମୋ ଛାତି ଉପରେ ମୁଣ୍ଡକୁ ରଖି ସେମିତି ସୋଇଥାନ୍ତି ପ୍ରିୟଙ୍କା। ରାତି ପାହି ପାହି ଆସୁଥାଏ ଦୁହେଁ ପରସ୍ପର ଠୁ ଅଲଗା ହେଲୁ। ଶରୀର ଅବଶ ଲାଗୁଥାଏ, କ୍ଲାନ୍ତି ବାରି ହୋଉଥିଲା ଶରୀରର ପରିଭାଷାରୁ, ଶୁଷ୍କ ଲାଗୁଥିଲା ମୁଖମଣ୍ଡଳ। ନିଜ ନିଜର ଅସଜଡା ଶରୀର କୁ ସଜାଡି ସାରି ନିଜ ନିଜ ନିତ୍ୟ କର୍ମ ସାରିଲୁ। ରାତିର ଘଟଣା ପାଇଁ ମୁଁ ନିଜକୁ ଦୋଷୀ ଭାବିଲି। ସେ ବି ସେମିତି ନିରବ ଥାନ୍ତି । ସାହସ ହେଉନଥାଏ କିଛି କହିବାକୁ। ଗାଧେଇ ସାରି ନିଜ ଅସଜଡା କେଶକୁ ସଜାଡୁ ଥାନ୍ତି ପ୍ରିୟଙ୍କା, ଭାବିଲି ରାତି ର ଘଟଣା ପାଇଁ କ୍ଷମା ମାଗିବି। ପାଖକୁ ଯାଇ ହାତକୁ ଧରିଦେଲି , ମୁଂହ ଉଠେଇ ଚାହିଁଲେ , ଆଖି ରେ ଆଖି ମିଶିଲା ପରେ ଲାଜେଇଗଲେ ସେ ମୁଂହକୁ ତଳକୁ କରିଦେଇ ଘୁଂଚିଗଲେ ପଛକୁ। ମୋ ଛାତିରେ ସୃଷ୍ଟି ହେଇଥିବା ଆଶଙ୍କା ର ଝଡ ଟିକିଏ ଥମିଲା ଭଳି ଲାଗିଲା। "କାଲି ରାତିରେ ହେଇଥିବା ଭୁଲ ପାଇଁ ମୁଁ କ୍ଷମା ମଗୁଛି , " କହିଲି ମୁଁ......।

ମୁଂହ ତଳକୁ ସେମିତି ରହିଥାନ୍ତି ସେ, ଧୀର ସ୍ୱର ରେ କହିଲେ " ଭୁଲ ଅପଙ୍କର ନୁହଁ କି ମୋର ବି ନୁହଁ , ଭୁଲ ହେଉଛି ଆମ ବୟସ ଆଉ ଆମ ପାରିପାର୍ଶ୍ବିକ ପରିସ୍ଥିତି ର , ଏଥିପାଇଁ ଆମେ ନିଜକୁ ଦୋଷ ଦେବା ଅନୁଚିତ"। ପ୍ରିୟଙ୍କା ଙ୍କ ଏ କେଇପଦ କଥା ଶୁଣିବା ପରେ ମୋ ମନରୁ ସବୁ ଭୟ ଦୁରେଇ ଗଲା। କାହିଁକି କେଜାଣି ଦେଖିଲା ପରଠୁ ମତେ ନିଜର ନିଜର ଲାଗୁଥିଲେ ସେ, ମନରେ ତାଙ୍କ ପ୍ରତି ପ୍ରେମ ଜାଗ୍ରତ ହେଇଥିଲା ତାଙ୍କୁ ଦେଖିବା ପରଠୁ। କଣ କରିବି ଭାବିପରୁନଥାଏ। ସେ ସେମିତି ନିରବ ଭାବରେ ରହିଥାନ୍ତି କିନ୍ତୁ ଓଠରେ ତାଙ୍କ ହସ ଥିଲା। ଲାଜେଇକି ରହିଥାନ୍ତି ସେ। ସାହସ କରି ହାତକୁ ପୁଣି ଧରିଲି। ପ୍ରେମ ନେବେଦନ କରିବାକୁ ସାହସ ଜୁଟେଇଲି। " ତୁମକୁ ଦେଖିବା ପରଠୁ ମୁ ମୋ ମନ ଆଉ ହୃଦୟ ତୁମକୁ ଦେଇ ସରିଛି, ସାରା ଜୀବନ ତୁମର ହେଇ ରହିବାକୁ ଚଂହୁଛି,। " ମୋ ମୁଂହରୁ ଏମିତି ଶୁଣିବ ପରେ ମୁଂହ ଉଠେଇ ଚାହିଁଲେ ମତେ , ଲାଜ ମିଶା ହାସଟିଏ ଦେଇ ପୁଣି ମୁଂହ ତଳକୁ କରିଦେଲେ। ମୁ ସେମିତି ତାଙ୍କ ହାତକୁ ଧରିଥାଏ । ମୁଂହରେ ହସ ଦେଖି ବୁଝିପାରିଲି ମନର କଥା,ଟାଣି ଆଣିଲି ଛାତି ଉପରକୁ ,ନିଜ ବହୁବନ୍ଧନରେ ବାନ୍ଧି ରଖିଲି । ବହୁତ ଭଲ ପାଏ ଆପଣଙ୍କୁ" ଧୀରେ କହିଦେଲେ ମତେ। ତାଙ୍କରି ଏଇ ଗୋଟେ ପଦ କଥା ମନ କୁ ଆନନ୍ଦିତ କରିଦେଲା। ଦୁହେଁ ଭାବନା ରାଜ୍ୟ ରେ ହଜିଗଲୁ। ...............

   ସମୟ ଆସି ଆଠଟା ବାଜିଲାଣି, ସମୟକୁ ନିଘା ନଥାଏ ଏକଲୟରେ ଚାହିଁ ରହିଥିଲୁ ଦୁହେଁ ଦୁହିଁଙ୍କୁ। ଘଣ୍ଟାର ଘଣ୍ଟି ଶବ୍ଦ ରେ ପ୍ରକୃତିସ୍ଥ ହେଲୁ , ଅଫିସ ବେଳ ହେଇଗଲାଣି , ତରତର ହେଇ ଜଳଖିଆ ପ୍ରସ୍ତୁତି ରେ ଲାଗିପଡିଲୁ। ମୋର କିନ୍ତୁ କୋଉଥିରେ ମନ ନଥାଏ , ପ୍ରେମର ଚୁମ୍ବକୀୟ ଆକର୍ଷଣ ମତେ ଆକର୍ଷିତ କରିଥାଏ ପ୍ରିୟଙ୍କା ଙ୍କ ଆଡକୁ। ଯଥା ସମୟରେ ଦୁହେଁ ଅଫିସ ବାହାରିଲୁ। ଗୋଟେ ରାତିରେ ଆମ ସମ୍ପର୍କରେ ଏତେ ନିବିଡ଼ତା ଆଇଯାଇଥିଲା ଯେ କେହି କାହାକୁ ମୁହୁର୍ତେ ଛାଡିବା ପାଇଁ ଇଚ୍ଛା କରୁନଥିଲୁ। "ଅଫିସ ରୁ ଫେରିଲା ପରେ ପୁଣି ସେଠି ମିଶିବା ଯୋଉଠି କଲି ଦେଖା ହେଇଥିଲା"ମୁ କହିଲି । ପ୍ରିୟଙ୍କା କିନ୍ତୁ କହିଲେ ନାହଁ , ମୁ କାଲିଠୁ ଘରକୁ ଯାଇନି , ବାପା ବହୁତ ବ୍ୟସ୍ତ ହୋଉଥିବେ, ମୁ ଆଜି ଶୀଘ୍ର ଘରକୁ ଚାଲିଯିବି। .....ମୁ ବି ଭାବିଲି କଥାଟା ଠିକ। ତେଣୁ ବାଧ୍ୟ କଲିନି ତାଙ୍କୁ ଦୁହେଁ ଯଥା ସମୟରେ ଅଫିସ ରେ ପହଂଚିଲୁ। ମୋର କିନ୍ତୁ କାମରେ ମନ ନଥାଏ। ପ୍ରିୟଙ୍କା କଥା ଭାବିଲା ବେଳକୁ ମନରେ ରୋମାଞ୍ଚ ଖେଳିଯାଏ। ........ଏମିତି  କେତେ ଦିନ କେତେ ରାତି ମୋର ଭାବନାରେ ବିତି ଯାଇଥାଏ ମୁ ନିଜେ ଜଣେନା। ଦିନକୁ ଦିନ ଆମ ସମ୍ପର୍କର ଗଭୀରତା ବଢ଼ିବାରେ ଲାଗିଲା, ପରସ୍ପର କୁ ମୁହୁର୍ତେ ନଦେଖିଲେ ରହି ପାରୁନଥିଲୁ। ଯେମିତି ଜଣକ ବିନା ଆଉ ଜଣେ ଅଧୁରା, ଅଫିସ ରୁ ବିରତି ନେଇ ଦୁହେଁ ସମୟ ବିତାଉ। କାହାରିକୁ ନିଘା ନଥାଏ। ସମୟ ଅତିକ୍ରାନ୍ତ ହୋଇ ଚାଲିଥାଏ ଗାଁ କୁ ଗଲେ ସେଠି ଆଉ ରହିବାକୁ ମନ ଲାଗେନି, ଛୁଟି ଦିନ ପଡିଲେ ଭାରି କଷ୍ଟ ହୁଏ ରହିବା। ........... ପାଖା ପାଖି ସାତ ମାସ ର ସମ୍ପର୍କ ପରେ ଦିନେ ପ୍ରିୟଙ୍କା କହିଲେ , ଆମ ସମ୍ପର୍କ କୁ ଦୁଇଜଣଙ୍କ ପରିବାରରେ ଜଣାଇଦବା ପାଈଁ। ମୁ ବି ସମ୍ମତି ଦେଲି । ଆଗକୁ ଛୁଟି ଥିଲା ଗାଁ କୁ ଯିବି ବୋଲି ପ୍ରସ୍ତୁତ ହେଲି। ସେ ବି ରାଜି ହେଲେ। ...........ଶନିବାର ସନ୍ଧ୍ୟା ରେ ଗାଁ କୁ ଯାଇଥାଏ , ବାପା ଙ୍କୁ କେମିତି କହିବି ଏ କଥା ଭାବୁଥାଏ। ଭାବିଲି ରାତିରେ କହିବିନି ସକାଳ ହେଲେ କହିଦେବି। ବାପା ରାଜି ହେବେ ନା ନାହିଁ ଏମିତି ଭାବି ଭାବି ରାତି ନିଦ ହୋଉନଥାଏ। ସକାଳ ହେଲା ବାପା ବସି ଚା ପିଉଥାନ୍ତି , ପାଖରେ ଯାଇ ଠିଆ ହେଲି ଧୀର ସ୍ଥିର ଭାବରେ। ମତେ ଦେଖି ବାପା ବସିବାକୁ କହିଲେ , ମୋ ଦେହରୁ ଝାଳ ବୋହିପଡୁଥାଏ କେମିତି କହିବି ଭାବୁଥାଏ। "କିଛି କହିବୁକି, ବାପା କହିଲେ" ତାଙ୍କ କଥା ଭାରି ଓଜନିଆ। ଭୟ ଲାଗେ ତଥାପି ସାହସ ଜୁଟେଇ କହିଦେଲି " ବାପା ମୁ ପ୍ରିୟଙ୍କା କୁ ଭଲ ପାଏ , ତାଙ୍କୁ ବହାହାବାକୁ ଚାହେଁ" ? ମୋ ମୁଂହରୁ ଏ କଥା ଶୁଣିଲା ପରେ ରାଗିଗଲେ ବାପା, କାହାଠୁ ଅନୁମତି ନେଇ ଅ ନିଷ୍ପତି ନେଲୁ। ମୁ ନିରବ ରହିଲି । ତୋର ବହୁତ ସାହସ ହେଇଗଲାଣି ଦେଖୁଛି।ବହୁତ ଗାଳି କଲେ ମତେ ସେଦିନ , ସଫା ସଫା ଶୁଣେଇଦେଲେ ଯଦି ତୁ ମୋ ଇଛା ବରୋଧ ରେ ଯାଇ ସେ ଝିଅ କୁ ବାହା ହେଲୁ ତାହାଲେ ମୋ ସହିତ ତୋର କୌଣସି ସମ୍ପର୍କ ରହିବ ନାହିଁ। ବାପାଙ୍କ ମୁଂହରୁ ଏମିତି ଶୁଣିଲା ପରେ ମୁ ହାତବକ ହେଇଗଲି।" ଭଲପାଇ ବିବାହ କରିବା ଆମ ଅଭିଜାତ୍ୟ , ବଂଶ ପରମ୍ପରା ରେ ନାହିଁ, ମୋ ବୋହୁ ହବା ପାଇଁ ସେମିତି ଜଣେ ଗାରିମା ସମ୍ପନ୍ନ ପରିବାର ହବା ଦରକାର"। ବାପା କହିଲେ। ବାପା ଙ୍କ ଠୁ ଏମିତି ଶୁଣିବା ପରେ ରାଗରେ ସହରକୁ ଆସିଲି। ରାତି ହୋଇଯାଇଥାଏ, ଆଖିରୁ ଲୁହ ବହି ଚାଲିଥାଏ। କଣ ଜବାବ ଦେବୀ ପ୍ରିୟଙ୍କା କୁ ସେ କଥା ଭାବି ଭାବି ରାତି ପାହିଗଲା। ଅଫିସ ଯିବା ପୂର୍ବରୁ ମିସିଲି ତାଙ୍କ ସହ , ବହୁତ ଖୁସି ଥାନ୍ତି ସେ , ନିଜ ବାପାଙ୍କ ଠୁ ସ୍ୱୀକୃତି    ପଇସାରିଛନ୍ତି ବୋଧେ। ମତେ ଦେଖି ଖୁସି ହେଇଗଲେ, ଜାବୁଡି ଧରି କହିଲେ ........ଅବିନାଶ ବାପା ଆମ ସଂପର୍କ କୁ ନେଇ ଖୁସି ଅଛନ୍ତି। ତମ ସହ ବାହା ଦେବାପାଇଁ ସେ ପ୍ରସ୍ତୁତ। ସେତବେଳକୁ ମୋ ଆଖିରୁ ଲୁହ ବୋହୁଥାଏ , ମୋ ଲୁହରୁ ଗୋଟିଏ ବିନ୍ଦୁ ପ୍ରିୟଙ୍କା ଙ୍କ ଉପରେ ପଡ଼ିଲା , ମୁଂହ ଉଠେଇ ଚାହିଁଲେ ମତେ,"କଣ ହେଇଛି ଅବିନାଶ ତୁମେ କାନ୍ଦୁଛ କାହିଁକି"। ବାପା ଙ୍କ ଇଛା କୁ ପରିପ୍ରକାଶ କଲି ତାଙ୍କ ପାଖରେ, ମୋ କଥା ଶୁଣି , ଝାଉଁଳି ପଡିଲେ ସେ। ଧାର ଧାର ଲୁହ ବୋହିଗଲା ଦୁହିଁ ଙ୍କ ଆଖିରୁ। କେହି କାହାକୁ ଛାଡିବା ସମ୍ଭବ ନଥିଲା ଆମ ଭିତରେ। ବାପାଙ୍କ କଥାକୁ ଖାତର ନକରି ବିବାହର ପ୍ରତିଶୃତି ଦେଲି । ......... ସେ ବି ମତେ ବାରଣ କଲେନି, ଗୋଟେ ସପ୍ତାହ ପରେ ପ୍ରିୟଙ୍କା ସହିତ ମୋ ବାହାଘର ହେଇଗଲା ସହରରେ, ତାଙ୍କ ବାପାଙ୍କ ଉପସ୍ଥିତି ରେ। ଭାବିଲି ବାପା ତାଙ୍କ ରାଗ ଭୁଲି ଆମକୁ ଆପଣେଇ ନେବେ , ସେଥିପାଇଁ ଗାଁ କୁ ଗଲୁ ସମସ୍ତେ। ବାପା ଆମକୁ ଦେଖି ରାଗରେ ଜଳିଲେ। ମତେ ବହୁତ ଭର୍ଚ୍ଛନା କଲେ,ବୋଉ ବି ନିରୁପାୟ ଭୋ ଭୋ ହେଇ କାନ୍ଦିବା ଛଡ଼ା ଆଉ କିଛି କହିପାରିଲା ନାହିଁ। ଘର ବାହାରୁ ଆମକୁ ଦୁଆର ବନ୍ଦ କରିଦେଲେ ଆମକୁ। ଛାତିରେ ଛାତିଏ କୋହ ସୃଷ୍ଟି ହେଲା। ମୁ ଆଉ ପ୍ରିୟଙ୍କା ସହରରେ ରହିବାକୁ ଠିକ କଲୁ। ବେଶ ଖୁସି ରେ ଅଛୁ ଆମେ। ଖାଲି ଏତିକି ଦୁଃଖ ରହିଗଲା ବାପା ଆଜି ପର୍ଯ୍ୟନ୍ତ ଆମକୁ ଗ୍ରହଣ କରିପାରିଲେନାହିଁ।


  ଭଲ ପାଇବା ଟା କଣ ଭୁଲ, ନା ଘର ଲୋକଙ୍କ ଇଛା ବିରୋଧ ରେ ଯାଇ ବାହା ହବା ଟା ଭୁଲ। ମୋର ଭୁଲ କଣ କୁହନ୍ତୁ। 


**********

କୃପାସିନ୍ଧୁପୁର
ଶେରଗଡ
ଗଞ୍ଜାମ

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy