Sunday, November 29, 2020

ଜୀବନ ଡଙ୍ଗା

ନଳିନୀ ପ୍ରଭା ମିଶ୍ର

ଜୀବନ ଡଙ୍ଗା ମୋ ଦେଇଛି ମେଲାଇ

  ଅଥଳ ସଂସାର ଜଳେ

ଦୁଃଖ ଗଣ୍ଡ ମଧ୍ୟେ ପାଏ ନାହିଁ କାତ

  ଟଳମଳ ହୋଇ ତଳେ।

ଡଙ୍ଗା ପରେ ମୁଁ ଯେ ସାଜି ନାଉରୀଆ

  ନେବାକୁ ଆଗକୁ ବାହି

ବର୍ଷା ବତାସି ଘନେଇ ଆସଇ

  ଦିଗ ହଜାଯାଏ ହୋଇ।

ତଥାପି ମୋ ମନେ ଦୃଢ଼ ବଳ ରଖି

  ଆତ୍ମ ବିଶ୍ବାସ ର ସାଥେ

ଡଙ୍ଗା ସଙ୍ଗକୁ ଧରୁଛି ସଳଖି ଆସୁ

  ଝଡ ଜଞ୍ଜା ଯେତେ।

ଜୀବନ ଡଙ୍ଗା କୁ ବାହିନେବା ଲାଗି

   ପ୍ରଭୁଙ୍କୁ ଭରସା କରେ

ତାଙ୍କ ବିନା ଡଙ୍ଗା ବୁଡିଯିବ ନିଶ୍ଚେ

  ଏ ଅଥଳ ପାରାବାରେ।

ମୁକୁନ୍ଦ ପୁର, ଆସ୍କା, ଗଞ୍ଜାମ

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy