✍ବାସନ୍ତୀ ଲତା ଜେନା
ପିଲା ଦିନ ମୋର ହଜିତ ଯାଇଛି
ଆଜି ଖୋଜି ପାଉ ନାହିଁ
ଅତୀତର ସ୍ମୃତି ହୃଦେ ସାଇତା ମୋ
ମନେ ପଡେ ରହି ରହି ll
ମା'ର ପରଶ ସ୍ନେହର ଆଶିଷ
କେତେ ଅଳି କରୁ ଥିଲି
ବାପାଙ୍କ ପାଖରୁ ଗାଳି ଖାଉ ଥିଲେ
ମାଆ ନେଉ ଥିଲେ ତୋଳି ll
ସାରା ଖରା ବେଳ ଖେଳେ କଟୁ ଥିଲା
ଭିନ୍ନ ଭିନ୍ନ ଖେଳ ସାଥେ
ବହୂ ଚୋରି ଖେଳ ଖପରା ଡିଆଁ ଯେ
କେଲି ବାଡି ବାଟି ସାଥେ ll
ଆମ୍ଭୁଲ ଆଚାର ଘରୁ ନେଉ ଥିଲୁ
ମା'କୁ ଲୁଚାଇ କରି
ସାଙ୍ଗ ସାଥି ମିଶି ବାଣ୍ଟି ଖାଉ ଥିଲୁ
ମଜ୍ଜା ଲାଗୁଥିଲା ଭାରି ll
କଞ୍ଚା ଆମ୍ବ ସାଥେ ଲୁଣ ଲଙ୍କା ଦେଇ
ଖାଉ ଥିଲୁ ମନ ଭରି
ଖଜୁରୀ ପିଜୁଳି କେତେ ଖାଉ ଥିଲୁ
ବାଡ଼ିରେ ବିଛାଇ କରି ll
ଝିପି ଝିପି ବର୍ଷା ଭିଜିବାକୁ ମଜ୍ଜା
ଗାଁ ସାଥି ପିଲା ମେଳେ
ବାଡ଼ି ଧରି କରି ଜେଜେ ମା ଗୋଡ଼ାନ୍ତି
ସର୍ଦ୍ଦି କାଶ ହେବ କାଳେ ll
ସନ୍ଧ୍ୟାରେ ବସି ମୁଁ ପାଠ ପଢୁ ଥିଲି
ନିଦ ଆସୁ ଥିଲା ଘାରି
ମା କହୁ ଥିଲେ ପଢା ସାରି ଦିଅ
ଶୋଇ ଯାଅ ଖାଇ କରି ll
ଚିନ୍ତା ତ ନ ଥିଲା ଦୁଃଖ ବି ନଥିଲା
ନ ଥିଲା ଜଞ୍ଜାଳ କିଛି
ବଡ଼ ହୋଇ ଆଜି ଜଞ୍ଜାଳେ ଫସିଛି
ଶୈଶବ ହଜି ଯାଇଛି ll
ବାସନ୍ତୀ ଲତା ଜେନା, ଗାନ୍ଧିନଗର, ନବରଙ୍ଗପୁର l
No comments:
Post a Comment