Wednesday, November 11, 2020

ଏକାଗ୍ରତା

 ଅଶୋକ କୁମାର ଗୌଡ

★★★★★★★★★

ସଫଳତାର ଚାବିକାଠି

             ଅଟେ ଏକାଗ୍ରତା

ଲୁଚି ରହିଛି ସଫଳତାର ମନ୍ତ୍ର

               ଏକାଗ୍ରତା ମଧ୍ୟେ ।

ଉତ୍ତମ ମାଧ୍ୟମ ଅଟଇ ଧ୍ୟାନ,

               କରିବାକୁ କାର୍ଯ୍ୟ,

               ଉତ୍ପନ୍ନ ହେବାକୁ ଶକ୍ତି

ବୃଦ୍ଧି ହେବା ପାଇଁ ଧୈର୍ଯ୍ୟ ଓ ସାହସ

କରିବାକୁ କଠିନରୁ 

କଠିନତର କାର୍ଯ୍ୟ

         ରହିଛି ପ୍ରେରଣା 

           ଏକାଗ୍ରତା ମଧ୍ୟେ ।।

ଆରୋହଣ ନିମନ୍ତେ 

              ସଫଳତାର ସିଡି,

ନିଷ୍ଠା,ଧୈର୍ଯ୍ୟ,ଅଧ୍ୟବସାୟ ସମେତ

 ରହିଛି ଆବଶ୍ୟକ ଏକ 

              ଅମୋଘ ଅସ୍ତ୍ର -

ସେ ହେଉଛି ଏକାଗ୍ରତା ।।

*******

ପଳାସପଲ୍ଲୀ, ଗଞ୍ଜାମ

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy