Thursday, November 12, 2020

"ଜନ୍ମଦିନ"

କାହିଁଗଲା ପଞ୍ଚଦେବ ଆବାହନ 

ସତ୍ୟପୀର ବନ୍ଦନ 

ମହୌଷଧୀ ଶୀରିଣୀର ଅଧର ଚୁମ୍ବନ... 

ଅପସରି ଗଲାଣି ମନରୁ 'ମୁକାମ'ର ଅମୃତତ୍ୱ 

ମାଡ଼ିଆସୁଛି ପୂର୍ଣ୍ଣ ପାଶ୍ଚାତ୍ୟ...... !!


ପ୍ରଣାମ ତ' ସ୍ବପ୍ନ 

ହାତଯୋଡ଼ିବାରେ ଘୋର ସଂକୋଚ 

"ହାପି ବାର୍ଥଡେ"ର ଉଚ୍ଚବାଚ... 

ଆଶୀର୍ବାଦ ଭିକ୍ଷାର ଚାହିଦା ତ' ନାହିଁ 

ଏଇ ଭିକ୍ଷା ପାଲଟେ ଅଟ୍ଟହାସ୍ୟର ସ୍ଵାକ୍ଷର.. !!


ନିର୍ବାପିତ କରାଯାଏ ବୟସର -

ଜାଜ୍ଜ୍ୱଲ୍ୟମାନ ଦୀପଶିଖା 

ନଶ୍ୱର-ଜଡ଼ମାନେ ପାଲଟିଯା'ନ୍ତି 

ଚାହିଦାର ଉପହାର..... 

ପଛରେ ପଡ଼ିଯାଏ 'ବୁଢ଼ାଟେ ହେଇଥା'ର 

ଆତ୍ମୀକ-ବଜ୍ର ଆଶିଷ.... 

ପ୍ରାଣହୀନ 'ଜନ୍ମଦିନ' ଆଜି 

ପ୍ରଦୂଷିତ କୋଳାହଳର ନାରାବାଜି... l


ଭାରି ମନେପଡ଼େ ସେଦିନ.. 

ଆଉଥରେ ଆସନ୍ତା କି'

ସେକାଳର "ଜନ୍ମଦିନ"... !!!


ପ୍ରିୟରଞ୍ଜନ ସାହୁ 
ରସୁଲଗଡ଼, ଭୁବନେଶ୍ୱର 

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy