Wednesday, November 11, 2020

ତୁମେ ଫେରିଛ କି

ତୁମେ ଫେରିଛ କି ସଜ ସକାଳର 

ସୁମନ ସୁବାସ ସାଥେ 

ଝରା ଶେଫାଳୀର ଅସରା ମହକେ 

ଜୀବନର ଚଲାପଥେ 

ବେସୁରା ସମ୍ପର୍କ ଗୀତେ 

ତୁମେ ଫେରିଛ କି ସ୍ବର ଟିଏ ହୋଇ 

ତାଳ ଲୟର ସହିତେ 


ତୁମେ ଫେରିଛ କି ଦ୍ଵିତୀୟା ଜହ୍ନର 

ଦେବ ଦୁର୍ଲଭ ଦ୍ୟୁତିରେ 

ପୂର୍ଣ୍ଣିମା ବୀହିନ ଏଇ ଜୀବନରେ 

ଶୁକ୍ଳ ପକ୍ଷର ତିଥିରେ 

ନିର୍ଜନ ଅର୍ଦ୍ଧରାତିରେ 

ତୁମେ ଫେରିଛ କି କଇଁର ପ୍ରାଣରେ 

ଚିର ଇପ୍ସିତ ପ୍ରୀତିରେ


ତୁମେ ଫେରିଛ କି ଶେଷ ବସନ୍ତର 

ପୁନଃ ଆବାହନୀ ହୋଇ 

ଭୂମି ଠାରୁ ଭୂମା ଅପୂର୍ବ ଉପମା 

ସର୍ଜନାର ସାହାନାଇ 

ପୂର୍ଣ୍ଣଛେଦ ଟିଏ ନେଇ 

ତୁମେ ଫେରିଛ କି ପ୍ରତାରିତ ପ୍ରାଣେ 

ଅପେକ୍ଷାର ଅନ୍ତ ହୋଇ 


ରଞ୍ଜନ କୁମାର ମହାନ୍ତି 
ବାଲେଶ୍ୱର 

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy