Sunday, November 29, 2020

ପ୍ରେମ ଓ ସାମାଜିକ ମାଧ୍ୟମ

ଅଢେଇ ଅକ୍ଷର ର ସମଷ୍ଟି ହେଉଛି ପ୍ରେମ, 

ସେ ପବିତ୍ର-ଶାଶ୍ୱତ- ଚିର- ଅମର ସତ, 

ଦିନକୁ ଦିନ ତା ସଜ୍ଞା ବଦଳୁଛି

ହେଉଛି ସେ ବଦନାମ, ହେଉଛି ସେ ବଦନାମ l 1

ପ୍ରେମ ହୁଏ ଆଜି 

ଉଦ୍ଧତ ଯୌବନ କୁ ଧାରଣ କରିଥିବା 

ତରୁଣ ତରୁଣୀ ଯୁବକ ଯୁବତୀ ମାନଙ୍କ ମଧ୍ୟରେ,

ପ୍ରେମ ହୁଏ ଆଜି 

ଗୁପଚୁପ ଦହିବରା ଫାଷ୍ଟଫୁଡ ଠେଲା ପାଖରେ, 

ପ୍ରେକ୍ଷାଳୟ-ଉଦ୍ୟାନ-ନଈପଠା-ଝାଉଁ ବଣରେ, 

ଶୀତ ତାପ ନିୟନ୍ତ୍ରୀତ ହୋଟେଲର ନିବୁଜ କୋଠରୀ ଭିତରେ, 

କିନ୍ତୁ ପ୍ରେମ ହୁଏନାହିଁ ହୃଦୟ ଭିତରେ l 2

ପ୍ରେମ ର ମାପକାଠି ଆଜି 

ଧନୀ ପୁଅ ର ଦାମୀ ଉପହାର-ଅଟ୍ଟାଳିକା-ଟଙ୍କାପଇସା-ବିଳାସ ବ୍ୟସନରେ, 

ପ୍ରେମକୁ ମାପି ହୁଏନା ଆଜି 

ଗରିବପୁଅର ମାନବିକତା-ଉଦାରତା ଆଉ ସୁନ୍ଦର ମନରେ l 3

ପ୍ରେମ ର ମାନେ ଆଜି 

ସମ୍ଭଗ-ଆଲିଙ୍ଗନ, ଚୁମ୍ବନ, ମୈଥୁନ,ଯୌନକ୍ରୀଡା ରେ 

କାମନା-ବାସନା ଭାବର ଆତ୍ମତୃପ୍ତିରେ, 

ପ୍ରେମର ମାନେ ନୁହେଁ ଆଜି 

ଅପେକ୍ଷା-ପ୍ରତୀକ୍ଷା-ତ୍ୟାଗ ଆଉ ଅନୁଭବ ରେ l 4

ପୃଥିବୀ ଟା ଛୋଟଲାଗେ ଆଜି 

ଆଧୁନିକତା ଚାପରେ ସୃଷ୍ଟି ହୋଇଥିବା 

ସାମାଜିକ ମାଧ୍ୟମ ରେ, 

ଆଜିର ଏ ମାନବ ସଭ୍ୟତା ପହଞ୍ଚେ 

ପୃଥିବୀ ର ପ୍ରତ୍ୟେକ କୋଣ ଅନୁକୋଣ କୁ 

ମାତ୍ର କ୍ଷଣିକ ମଧ୍ୟରେ l 5

ବ୍ୟକ୍ତି ବ୍ୟକ୍ତିତ୍ୱର ବିକାଶ ଘଟାଏ  

ସାରା ବିଶ୍ୱେ ହୁଏ ପରିଚିତା, 

ନିଜ କଥା ସିଏ ସଭିଙ୍କୁ ବାଣ୍ଟିକି 

ଲାଭକରେ ଲୋକପ୍ରିୟତା l 6

ଯୋଗାଯୋଗ ର ଶ୍ରେଷ୍ଠ ମାଧ୍ୟମ 

ଏହି ସାମାଜିକ ମାଧ୍ୟମ, 

ନୂଆ ବ୍ୟକ୍ତି ସହ ସମ୍ପର୍କ ସେତୁ ର 

ମାର୍ଗ ହୁଏ ଅତି ଉତ୍ତମ l 7

***************
ଆପଣଙ୍କ ସ୍ନେହର 
ସୁଧିର ଦୀପ, 
ଗୁଣ୍ଡୁରୀସାହି, ଛତ୍ରଙ୍ଗ, ବୌଦ୍ଧ l

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy