Thursday, November 12, 2020

ଝାରସୁଗୁଡା

 ✍ମାଧବୀ ପଟେଲ


ଝାରଜଙ୍ଗଲ ରମ୍ୟସୁନ୍ଦର

ପ୍ରକୃତି ଗନ୍ତାଘର।

ଝାରସୁଗୁଡା ନାମରେ ଜିଲ୍ଲା

ଯହିଁ ନିବାସ ମୋର।

ଅନେକ ନଦୀ ପାହାଡମାଳ

ପ୍ରପାତ,ଝର ନେଇ।

ଇବ, ସଫେଇ,ଭେଡେନ ଆଦି

ବହନ୍ତି କେତେ ନଈ।

କୁଇଲିଘୁଘର ଲାଲପଥର

ସୌନ୍ଦର୍ଯ୍ୟ ଭରପୁର।

ବଣଭୋଜିକୁ ଉତ୍ତମସ୍ଥାନ

ଦର୍ଶନକୁ ସୁନ୍ଦର।

ତା ଚାରିପାଖେ ମନ୍ଦିରମାନ

ଦିଶେ ଅତି ସୁନ୍ଦର।

ସହରମଧ୍ୟେ କନକଦୁର୍ଗା

କାଳିମାତା ମନ୍ଦିର।

ଝାଡେଶ୍ବର ନାମେ ପୂଜା ପାଆନ୍ତି

ଏଠି ଭୋଳାଶଙ୍କର।

ତାଙ୍କ ସମ୍ମୁଖେ ଅବସ୍ଥାପିତ

ମାଆ ଦୁର୍ଗା ମନ୍ଦିର।

ବେହେରାମାଲ ସିଦ୍ଧେଶ୍ବରୀ ଦୁର୍ଗା

ତରିଣୀମାଁ ମନ୍ଦିର।

କାଙ୍କମାଲରେ ପୂଜାପାଆନ୍ତି

ବାବା ବାଲୁଙ୍କେଶ୍ବର।

ପ୍ରାଚୀନକାଳୁ ଜଗନ୍ନାଥ ମନ୍ଦିର

ରହିଛି ଅନ୍ତସ୍ଥଳେ।

ହନୁମାନଙ୍କ ମନ୍ଦିର ମାନ

ରହିଛି ସ୍ଥଳେ ସ୍ଥଳେ।

ଶନି ମନ୍ଦିର ଶୀତଳା ମନ୍ଦିର

ରାମ ମନ୍ଦିରମାନ|

ଅନେକଠାରେ ରାଧାକୃଷ୍ଣଂକ

ଅଛି ମନ୍ଦିର ମାନ|

ସାଇମନ୍ଦିର ହନୁମାନ ମନ୍ଦିର

ପ୍ରଭୁ ଶ୍ରୀରାମ ସଂଗେ |

ପାହାଡେଶର ମନ୍ଦିରଏକ

ରହିଛି ମଧ୍ୟଭାଗେ|

ବରଘାଟ ମନ୍ଦିର, ଚଣ୍ଡୀମନ୍ଦିର

ଇବ୍ ନଦୀର କୂଳେ।

ପ୍ରତ୍ୟକ୍ଷ ଚଣ୍ଡୀ ପୂଜା ପାଆନ୍ତି

ଏକ ଗୁମ୍ଫା ଭିତରେ।

ଜଗନ୍ନାଥ ଓ ଶିବ ମନ୍ଦିର

ଲକ୍ଷ୍ମୀମାତା ମନ୍ଦିର।

ଆଖପାଖରେ ବିରାଜିଛନ୍ତି

ଆଉ କେତେ ଠାକୁର।

ଚାରିକତିରୁ ସୁରକ୍ଷାଦେଇ

କରନ୍ତି ସଂରକ୍ଷଣ।

ବିବିଧ ଧର୍ମ ସଂଗମ ଏଠି

ମିନିଭାରତ, ଜାଣ।

ଧର୍ମ ସଂସ୍କୃତି ଉର୍ଦ୍ଧରେ ଉଠି

ସଭିଙ୍କ ବାସସ୍ଥାନ।

ବନ୍ଧୁମିଳନ ପର୍ବ ପାଳନ

କରନ୍ତି ଯୋଗଦାନ।

ଶିଳ୍ପ କ୍ଷେତ୍ରରେ ସମୃଦ୍ଧ ଆଜି

ଝାରସୁଗୁଡା ଭୂଇଁ।

ବେଦାନ୍ତ,ଭୂଷଣ,ଆଦିତ୍ୟବିର୍ଲା

କାରଖାନାକୁ ପାଇ।

ସୁରେନ୍ଦ୍ରସାଏ ବିମାନ ବନ୍ଦର

ଯାତାୟତର ସେବା।

ଉନ୍ନତି ମୁଖା ଏହି ଅଞ୍ଚଳ

ଚାଲିଛି ଆଗେଇବା।

ରାଜନୀତିରେ ମନ ମନାନ୍ତର

ଏବେ କାହାରିନାହିଁ।

ଏଇ ଜିଲ୍ଲାର ଉନ୍ନତି ଲକ୍ଷ୍ୟ

ଦେଶ ହିତର ପାଇଁ।

ସାହିତ୍ୟ ପଥେ ଅନେକ ରଥି

ଅଛନ୍ତି ଅଣ୍ଟାଭିଡି।

ଝାରସୁଗୁଡା ଜିଲ୍ଲା ଆମର

ଶିଖର ଯିବ ଚଢି।

ଲକ୍ଷ୍ମୀନାରାୟଣ ମହାବିଦ୍ୟାଳୟ

ମହିଳା ବିଦ୍ୟାଳୟ।

ମନମୋହନସ୍କୁଲ ରେଲ ଷ୍ଟେସନ

ଏହାର ପରିଚୟ।

ଗୁଜାପାହାଡ ବିକ୍ରମଖୋଲ

ଇତିହାସକୁ ନେଇ।

ଉଲାପଗଡେ ଅନେକ ତଥ୍ୟ

ଦର୍ଶନ ପାର୍ଥୀପାଇଁ।

ନବ ନିର୍ମିତ ଡାକ୍ତରଖାନା 

ବିରାଟ କଳେବର।

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ

ଅତ୍ୟନ୍ତ ମନୋହର।

ଓ,ଏମ୍,ପିରେଓ ,ଏସ୍,ଏ,ପି

ସୁରକ୍ଷାରେ ତତ୍ପର।

ଝାରସୁଗୁଡା ଖେଳକୁଦରେ

ରହିଛି ଆଗଭର।

ଗିତ ନାଚ ଓ ରସରକେଲି

ଡାଲଖାଇର ତାଲେ।

ଦୁଲୁଦୁଲି ,ପର୍ବ ପାଳିତ ହୁଏ

ନୂଆବର୍ଷ ଆସିଲେ।

କେତେପ୍ରକାର ହସ୍ତ ଶିଳ୍ପର

ଏଠି ହୁଏ ପ୍ରଚାର।

ସମ୍ବଲପୁରି ବସ୍ତ୍ର ଶାଢୀର

ହୁଏ ଅତି ଆଦର।

ଭାରତସାରା ବିଭିନ୍ନପ୍ରାନ୍ତ

ଲୋକକଳାକୁ ନେଇ।

ପରିବେଷଣ ହୁଅଇ ନାଚ

ଦର୍ଶକ ଥାଏ ଚାହିଁ।

ଝାରସୁଗୁଡା ମାଟିର ଗର୍ବ

କବି ବିନୋଦ ନାୟକ।

ଏଲ୍ ,ଏନ୍, କଲେଜ କର୍ମଭୂମି

ଭେଟିଥିଲା ପ୍ରତ୍ୟକ୍ଷ।

ଭବଭୂତି ନାମେ ମହାପୁରୁଷ

ଜନ୍ମ ଏଇ ମାଟିରେ

ଉତ୍ତର ରାମାୟଣ ରଚନାକଲେ

ନିଜ ଜ୍ଞାନ ବଳରେ|

ମିଟୁକୁଅଁର, ରତ୍ନାକରସିଂ,

ବିହାରିତନ୍ତୀ ସଂଗ୍ରାମୀ।

ଚୌହନଲାଲ ଶୀବାସ୍ତବ ପାଇଁ

ଧନ୍ୟ ହେଲା ଏ ଜମି।

ମହାଦେବ ପାଲିରେ ରାନୀଦର୍ହ

ରହିଛି ଏକ ସ୍ଥାନ।

ରାଣୀମାନେ ଇଜ୍ଜତ ହେତୁ

ଝାସିଥିଲେ ପରାଣ।

ପୂଜାରୀପାଲି ପଦ୍ମାସିନୀ ମନ୍ଦିର

ପ୍ରତ୍ୟକ୍ଷ ଦେବୀହେଇ।

ଲୋକଙ୍କ ମନେ ବିଶ୍ବାସ ଅଛି

ଭକତ ଆସେ ଧାଇଁ।

କୁଲାବିରା ସମଲେଇମାଁ

 ନାମ ରହିଛି ଏଠି।

ବଏଲ ଯାତରା ପାଳନହୁଏ

ବହୁତ ଭିଡ ଏଠି।

ଏମାଟି ହୁଏ କେତେ ପରବ

ପୁଷପୁନି ନୂଆଖାଇ।

ଦିଆଲି ପାଇଁ ଏ ଜାଗା ବିଖ୍ୟାତ

ଦୁର୍ଗାପୂଜାକୁ ନେଇ।

ମଙ୍ଗଳ ବଜାର ପୂଜାମଣ୍ଡପ

ସରବାହାଲ ପୂଜା।

ଲକ୍ଷ କୋଟିକୁ ପହଞ୍ଚିଯାଏ

ଆଡମ୍ବରରେ ସଜା।

ରଥଯାତରା ଶିବରାତ୍ରୀ

ଅନେକ ପୂଜାପର୍ବ।

ସଭିଏଁ ମିଳି ପାଳନ୍ତି ଏଠି

ଏହା ଏଠାର ଗର୍ବ।

ଭାଇଚାରାର ମିଳନ ଏଠି

ସମସ୍ତେ ଭାରତୀୟ।

ସହଯୋଗର ହାତ ବାଟନ୍ତି

କରି କର୍ମର ଜୟ।

ଝାଡେଶ୍ବରଙ୍କ ଆଶିର୍ବାଦରେ

ସୁଖପ୍ରସୁ ଏ ଭୂଇଁ।

ତାଙ୍କ କୃପାରୁ ରୋଗ ମହାମାରୀ

ନିଶ୍ଚେ ଯିବ ଦୂରେଇ।

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy