Monday, November 30, 2020

ଆଜି ଛାଡଖାଇ

ଆମିଷ ପାଇଁ କି ବଜାରରେ ଭିଡ଼ 

 ହୋ ହାଲ୍ଲା ପୁଣି ଶୁଭିଲାଣି 

ରାତି ଚାରିଟା ରୁ ଦୋକାନ ମେଲାଇ

ଛାଡିଖାଇ କଥା କହିଲେଣି ।।


ସାଧା ଖାଇ ଖାଇ ଏକ ମାସ ହେବ

ଅରୁଚି ପାଟିଟା ଥକିଲାଣି

କେତେବେଳେ ଯିବ କାର୍ତ୍ତିକ ମାସଟି

ମାସ ଆରମ୍ଭ ରୁ ଭାବିଲେଣି ।।


ଆମିଷ ଟିକିଏ ପାଟିରେ ବାଜିନି

ସାଧାରୁ ତ ମୋହ ଭାଙ୍ଗିଲାଣି

ସୁଯୋଗ ଆସିଛି ଏତେ ଦିନ ପରେ

ଆଜି ଛାଡ଼ଖାଇ  ହେବ ପୁଣି ।।


ଲୋକଙ୍କର ହାଉ ଯାଉ ଦେଖିକରି

ମଟନ୍ ର ଭାଉ ବଢ଼ିଲାଣି

କୁକୁଡ଼ା ମାଂସ ଦର ଆକାଶ ଛୁଆଁ ଯେ

ବଜାରରେ ପଡିଛି ଏ ଭାଳେଣି ।।


ମାଛର ଚାହିଦା ଅନେକ ରହିଛି

ଫ୍ରେସ୍ ମାଛ କାହୁଁ ମିଳୁନି

କୁକୁଡ଼ା ଅଣ୍ଡାରେ କାମ ଚଳେଇବା 

ଘରଣୀର ମନ ବୁଝୁନି ।।


 ମଟନ୍ ଚିକେନ୍ ଚଢ଼ା ଦର ଦେଖି

ବଜାର ରେ ନିଆଁ ଲାଗିଲାଣି

ଏତେ ମୂଲ୍ୟରେ ଯେ ଛାଡ଼ଖାଇ ପାଳିବା

ମୁଣ୍ଡରେ ତ ହାତ ଦେଲେଣି ।।


ପକେଟରେ ନାହିଁ ପଇସା ବୋଲି ତ

କିଛି ଲୋକଙ୍କର ଜୀବେଦୟା ଭାବ ଜାଗିଲାଣି

ଆମିଷ ନଖାଇ କି ଛାଡଖାଇ ପାଳିବା

ସତରେ ଏ ବୁଦ୍ଧି ଜୁଟିଲାଣି  ।।


ନିରୀହ ପ୍ରାଣୀଙ୍କ ଜୀବନ ବଦଳେ

କି ଛାଡ଼ଖାଇ ଆମେ କରୁଛେ

କୋଉଁ ଜିନିଷକୁ ଛାଡ଼ିଥିଲେ ଆମେ

ଆଜି ଛାଡିଖାଇ ପାଳୁଛେ ।।


 ଶ୍ରୀ ସୁଦାମ ଦଳବରା
ତୁରୁମୁ, ଭଞ୍ଜନଗର, ଗଞ୍ଜାମ

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy