ମୁଁ ଚାହିଁଥିଲି ତା ନିଷ୍ପ୍ରଭ ମୁହଁ କୁ..
ହତାଶ ଚେହେରା କୁ..
ନିରୁପାୟ ଭାବଭଙ୍ଗି କୁ..
କିଙ୍ଗକର୍ତ୍ତବ୍ୟବିମୁଢତା କୁ..
ନିରାଶ୍ରୟ ପରିବାର ବର୍ଗ କୁ...
ବିଛଣା ରେ କଡ଼ ଲେଉଟାଇ..
ମିନତି ଭାବାବେଗ ସହିତ..
"ସାର " ସମ୍ବୋଧନ କୁ....
ମୋ ପ୍ରିୟ ଇସ୍ତ୍ରୀ ଵାଲା କୁ..
ଶଯ୍ୟାସାୟୀ ବେମାର ମିତ୍ର କୁ..
ଘରବାଲୀ ର ଅଭିଯୋଗ କୁ..
ପ୍ରତ୍ୟହ ଦେଶୀମଦ ପାନ କୁ..
ଆଜିର ଏ ଦୈନ ଅବସ୍ଥା କୁ..
କେତେ ବୁଝାଇଲେ ବି ବୁଝେନି..
ଶପଥ କରୁଛି ଆଜିଠାରୁ ବନ୍ଦ..
କାହାର କାଲି ଆସେନି ୟା' ର ଆଜି..
ପୁଣି ସେହି କଥା.. ପୁଣି ସେହି ନିଶା..
ମୋତେ ଯେତେ ମାଠିବୁ ମାଠ...
ମୁଁ ସେହି ଦରପୋଡା କାଠ..
ଭାବୁଥିଲି ନିଶା ମୁକ୍ତି ଅନିର୍ବାଯ୍ୟ..
ପରନ୍ତୁ, ବନ୍ଧୁ ଙ୍କ ନିଶାଯୁକ୍ତ ଭାବ..
ଅନ୍ତଦ୍ଵନ୍ଦ ଆନ୍ଦୋଳିତ ହୃଦୟ...
ଭାବୁଥିଲି କାଲି କଣ ହେବ..
ତାଙ୍କ ନିର୍ଭରଶିଳ ପରିବାର ର !!
151, ନାଗାର୍ଜୁନ କଲୋନୀ
ନାରା ରୋଡ, ଜରିପଟକା
ନାଗପୁର, ମହାରାଷ୍ଟ୍ର
ନାରା ରୋଡ, ଜରିପଟକା
ନାଗପୁର, ମହାରାଷ୍ଟ୍ର
No comments:
Post a Comment