Wednesday, November 11, 2020

🙏ପ୍ରଭାତ ବନ୍ଦନା🙏

           ✍ଏଲିନା ଶତପଥୀ


ପ୍ରଭାତୁ ଉଠିଣ ମାଗେ

      କରହେ ଆଶିଷ

ଦିନ ଆଜ ଶୁଭେ କଟୁ

    ନହୁଏ ନିରାଶ।


ସେ ପଥେମୋ ପାଦ ପଡୁ

      ଯେଉଁ ମାର୍ଗ ତୁମ ଶ୍ରେଷ୍ଠ

ଚକ୍ଷୁ ଆଜ ଦେଖୁମୋର

       ଯାହା ସବୁଠୁ ପବିତ୍ର।


ମନ୍ଦବାଟୁ ପାଦ ମୋର

       ଆସୁ ପ୍ରଭୁ ଫେରି

ପାପ କର୍ମ ଯାହା ନଦେଖୁ

      ଚକ୍ଷୁ ଅନ୍ଧକାର ଯାଉ ଘେରି।


ଅନ୍ୟର ସେବାରେ ଆଜି

      ହାତ ହେଉ ତତ୍ପର

ମିଠା,ମିଠା କଥା ଝରୁ

       ତୁଣ୍ଡରୁ ମୋହର।


କର୍ଣ୍ଣକୁ ଶୁଭୁ ମୋ ପ୍ରଭୁ

     ତୁମ ମଙ୍ଗଳ ସଙ୍ଗୀତ

ହୃଦୟରେ ପରମ ବ୍ରହ୍ମ

           କର ଆଜି ବାସ।


କାହା ମନରେ କଷ୍ଟ

    ନ'ଆସୁ ମୋର ପାଇଁ

ଏମିତି ମୋ ଦିନ କଟୁ

      ଜଗତ ଗୋସାଇଁ।


ଧନ ଐଶ୍ୱର୍ଯ୍ୟ ଠାରୁ

    ରଖିଵ ଦୂରରେ

ଏତିକି ଆଶିଷ ଝରୁ

      ଆଜି ପ୍ରଭାତରେ।


          ମାଲକାନଗିରି

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy