Wednesday, November 11, 2020

ତୁମେ ଅନନ୍ତ

 ✍ରାଜେନ୍ଦ୍ର କୁମାର ବିଷୋୟୀ

★★★★★★★★★★

ହେ ପ୍ରଭୁ !

ତୁମେ ତ ଅମୃତ ଆଶା 

ସକଳ ପ୍ରାଣର ସ୍ପନ୍ଦନ ତୁମେ

ତୁମେ ତ ଅକୁହା ଭାଷା ।।

ଅଖିଳର ତୁମେ 

ନିଖିଳର ତୁମେ

ପ୍ରାର୍ଥନାର ସ୍ୱର ତୁମେ

ଆଲୁଅର ତୁମେ 

ଅନ୍ଧାରର ତୁମେ

ମୂର୍ଛନାର ସ୍ୱର ତୁମେ ।।

ଜୀବନ ବେଦିର 

ଝଙ୍କାର ତୁମେ

ତୁମେ ତ ଅସରା ପ୍ରୀତି

ତୁମେ ତ ସକାଳ

ତୁମେ ତ ସନ୍ଧ୍ୟା

ତୁମେ ତ ଅଲିଭା ଜ୍ୟୋତି ।।

ଦୁଃଖୀର ତୁମେ 

ସୁଖିର ତୁମେ

ପାପୀର ତପୀର ତୁମେ 

ଆଦ୍ୟରେ ତୁମେ

ଅନ୍ତରେ ତୁମେ

ଦୂର ଦିଗ୍ ବଳୟେ ତୁମେ ।।

ପ୍ରଶ୍ଵାସ ତୁମେ

ନିଃଶ୍ଵାସ ତୁମେ

ଜୀବନ ମରଣେ ତୁମେ 

ସକଳ ସୃଷ୍ଟିର

ଆଧାର ତୁମେ

ମୋ ଜୀବନସ୍ଵାମୀ ତୁମେ ।।

ତୁମେ ଅଚ୍ୟୁତ 

ତୁମେ ଅନନ୍ତ

ତୁମେ ପ୍ରଭୁ ବଳବନ୍ତ

ତୁମରି ଚରଣେ

ପ୍ରଣତି ଢାଳି

ନିତି କରେ ପ୍ରଣିପାତ ।।

*******

ପଳାସପଲ୍ଲୀ,ଗଞ୍ଜାମ

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy