✍ବାସନ୍ତୀ ଲତା ଜେନା
ଏଇତ ଜୀବନ ଅଢେଇ ଦିନର
ଦୁଃଖ ସୁଖ ସବୁ ପରା
ଲୋଭ ମୋହ ମାୟା ସ୍ନେହ ଦୟା କ୍ଷମା
ଗୁଞ୍ଜରଣ କରେ ଧରା l1l
କିଏ ବସି ଥାଏ ରlଜ ସିଂହl ସନେ
କିଏ ଭିକ ମାଗୁ ଥାଏ
କିଏ ଭୋଗ କରେ ଛପନ ବ୍ୟଞ୍ଜନ
କାହା ପେଟ ଜଳୁ ଥାଏ l2l
କେତେ ଆଶା କରି ବାପା ମା ମୋର
ପଢ଼ାଇଲେ ପାଠ ମୋତେ
ଡିଗ୍ରୀ ପରେ ଡିଗ୍ରୀ ହାସଲ କରିଲି
ଅକାରଣ ହେଲା ସତେ l3l
ଅଫିସ ଅଫିସ ଘୂରି ବୁଲିଲି ମୁଁ
ନ ପାଇଲି ତ ଚାକିରୀ
ଇସ୍ତାହାର ଦେଖି ଦରଖାସ୍ତ କଲି
ହୋଇ ଗଲି ମୁଁ ବେକାରୀ l4l
ବାପା ମାଆ ମୁଖେ ହସ ଦେବା ପାଇଁ
ଆଜି ଚିନ୍ତା କରୁ ଅଛି
ଯେ କୌଣସି କାମ କରିବି ମୁଁ ପଛେ
ଡ଼ିଗ୍ରୀର ମୋହ ଭାଙ୍ଗିଛି l5l
ଚାଷ କରିବି ମୁଁ ଯନ୍ତ୍ର ପାତି ନେଇ
ବୁଣି ଉନ୍ନତ ବିହନ
ଜୀବନରେ କେବେ ହାରି ଯିବି ନାହିଁ
ଏଇ ମୋର ସ୍ୱାଭିମାନ l6l
ଏଇତ ଜୀବନ ସଂସାରେ ଆମର
ଏଠି ନର୍କ ଏଠି ସ୍ୱର୍ଗ
ନର୍କ ତ୍ୟାଗ କରି ସ୍ୱର୍ଗର ସ୍ଥାପନା
ଏ ହେବ ଆମରି ମାର୍ଗ l 7l
ଦୁଃଖୀ ରଙ୍କି ମୁଖେ ହସ ଫୁଟାଇବି
ଆହାର ମୁଠାଏ ଦେଇ
ପର ସେବାରେ ମୁଁ ଦିନ ବିତାଇବି
ସତ୍ୟ ମୋ ବଚନ ଏହି l8l
ମାତା ଜନ୍ମ ଭୂମି ସେବା ମୁଁ କରିବି
ଜୀଇଁ ଥିବି ଯେତେ ଦିନ
ନାରାୟଣ ପଦେ ଲୟ ଥିବ ମୋର
କର୍ତ୍ତବ୍ୟରେ ବିତୁ ଦିନ l9l
ଗାନ୍ଧିନଗର, ନବରଙ୍ଗପୁର l
No comments:
Post a Comment