Wednesday, November 11, 2020

ଶୀତ

 ✍କଳ୍ପନା ରାୟ

 ଶୀତ, ତୁ ବୋଧେ ଆସୁ

କାର୍ତ୍ତିକ ହବିଷ ଡାଲମା ର ବାସ୍ନାରେ

କୁହୁକିନୀ କାଶତଣ୍ଡୀର ହିଲ୍ଲୋଳରେ

ସୁନା ଧାନକେଣ୍ଡାର ଆହଟରେ

କୃଷକ ଭାଇର ମନଖୋଲା ହସରେ


ଶୀତ, ତୁ ଆସୁ ନା !!!

ଗରିବର ହାଡ଼ଭଙ୍ଗା ଥରାରେ

ଧାନ ଉଷାଁ ହାଣ୍ଡିର ରଢନିଆଁରେ

ନା ବୁଢୀମାଉସୀର ନିଆଁ ଉହ୍ମେଇରେ

କଅଁଳ ଖରାର ଖଟି ମଜ୍ଜାରେ


ଶୀତ, ପୂର୍ବେ ତୁ ଆସୁଥିଲୁ ନା !!!

ମାଆର ଉଲ୍‌ ଵୁଣାକଣ୍ଟାସହ ଖୁସିରେ

ଗେଣ୍ଡୁଫୁଲର ଗହଳି ଭିତରେ

ବାଲିଆ,ଇନକାର ଅବଗାହନରେ

ସାରିଆଭଗିଆର ଅନୁନୟରେ


ଶୀତ, ତୁ ଆସୁ ପା  !!!

ନାଉଫୁଲ, ଶିମ୍ବ ଫୁଲ ସହ ନଟେଇ

ପୃଥିବୀ ସୁନ୍ଦରୀହୁଏ ଫୁଲଫଳରେ ସଜେଇ

ପିଲାମାନେ ପଢୁଥାନ୍ତି ଖରାରେ ସାପ ପକେଇ

ସହରରେ  କୋଠାଛାଇରେ‌‌ ଖରା ଯାଏ ଉଭେଇ


କଳ୍ପନା ରାୟ, ଲଇଡା, ସମ୍ବଲପୁର

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy