Wednesday, November 11, 2020

ଜୟୀ ରାଜଗୁରୁ

✍ସୁରଥ କୁମାର ରାଉତ


ପ୍ରଥମ ଓଡିଆ ଶହୀଦ ଭାବରେ

    ରାଜଗୁରୁ ପରିଚିତ

ଦେଶ ଜାତି ପାଇଁ ଜୀବନ ଉତ୍ସର୍ଗୀ

      ହୋଇଗଲେ ସେ ବିଖ୍ୟାତ।

ସପ୍ତଦଶ ଶହ ଅଣଚାଳିଶିର

  ଉନତ୍ରିଂଶ ଅକ୍ଟୋବର୍ 

ଜନ୍ମ ହୋଇଥିଲେ ପୁରୀ ଜିଲ୍ଲାସ୍ଥିତ

   ଗ୍ରାମ ହରେକୃଷ୍ଣ ପୁର।

ଖୋରଧାର ରାଜା ମୁକୁନ୍ଦ ଦେବଙ୍କ

    ରାଜ ପୁରୋହିତ ଥିଲେ

ଦକ୍ଷତା ବଳରେ ସେନା ବାହିନୀର 

    ସେନାପତି ସାଜିଥିଲେ।

ପାଇକ ମାନଙ୍କୁ ଯୁଦ୍ଧ ଶିକ୍ଷା ଦେଇ

  ସୈନ୍ୟବାହିନୀ ଗଢିଲେ

ସ୍ବାଧୀନତା ପାଇଁ ଇଂରେଜ ବିରୁଦ୍ଧେ

   ସଂଗ୍ରାମ ଜାରୀ ରଖିଲେ।

ଦେଶଦ୍ରୋହୀଙ୍କର ଚକ୍ରାନ୍ତରେ ବନ୍ଦୀ

     ଜୟୀ ରାଜଗୁରୁ ହେଲେ

ନିର୍ଦ୍ଦୟ ଭାବରେ ଇଂରେଜ ଶାସକ

    ହତ୍ୟା ତାଙ୍କୁ କରିଥିଲେ।

ଜୟୀ ରାଜଗୁରୁ  ଜୀବନକୁ ଦେଲେ

    ନୁହାଁଇଲେ ନାହିଁ ମଥା

ଦେଶ ଜାତି ପାଇଁ ପ୍ରାଣବଳୀ ଦେଇ

   ରଖିଗଲେ କୀର୍ତ୍ତୀ ଗାଥା। 

ଆଜି ଭଳି ଶୁଭଜନମ ଦିନରେ

  ପାଦ ତଳେ ଦଣ୍ତବତ

ଉତ୍କଳ ମାଟିରେ ତୁମ ପରି ବୀର

    ଜନ୍ମୁଥାନ୍ତୁ ଶତ ଶତ।

<============<<

ବନ୍ଧୁପୁର,ସମିତଙ୍ଗା,କଟକ

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy