Thursday, October 29, 2020

ତବ ସାଥେ ଅନୁଗାମେ

ତାପ୍ତିମୟୀ ପଣ୍ଡାମିଶ୍ର, 
ମେଲଛାମୁଣ୍ଡା ବରଗଡ ।

ଆହେ ଆର୍ତ୍ତତ୍ରାଣ କର ପରିତ୍ରାଣ 

ମୋକ୍ଷ ନିର୍ବାଣ ମୋ ଅର୍ଥେ 

କରେ ମୁଁ ବିନତି ହାତ ଯୋଡି ପଦେ 

ଭାଗ୍ୟ ଡୋରୀ ତୁମ ହାତେ ।।


ବିଧିର ବିଧାନ କରିଦିଅ ଆନ 

ନିରାଶା ଜୁଆରେ ଡୁବେ 

ପଥହରା ମୁଁ ଯେ ପଥିକ ଟିଏ ହେ

ଦୁଃଖ ସାଗର ଏଭବେ ।।


ପୂଣ୍ୟ ତରି ଟିଏ ତୁମେ ତ' କାଳିଆ 

ଭରସା କରି ଚାଲିଛି 

ଜୀବନ ପରିଧି ବେଷ୍ଟନୀ ଭିତରେ 

ନିତି ତୁମକୁ ଖୋଜୁଛି ।।


ତୁଣ୍ଡେ ହରି ନାମ ମହାମନ୍ତ୍ର ଧରି 

କୃଷ୍ଣମୟ କରି ପ୍ରାଣ 

ସାନିଧ୍ୟ ଟିକିଏ ପାଇବା ପାଇଁ କି 

ପ୍ରତିକ୍ଷିତ ଏ ଜୀବନ ।।


କୃଷ୍ଣ ନାମ ସାର ସବୁ ତ' ଅସାର 

କଳି ଯୁଗେ ତରିବାକୁ 

ହୃଦୟ ବୀଣା ମୋ ଝଙ୍କୃତ ହେଉଛି 

ସଂକିର୍ତ୍ତନ ଶୁଣିବାକୁ ।।


ନାମାମୃତ ପିଇ ତୃଷ୍ଣା ମେଣ୍ଟାଉଛି 

ମଜ୍ଜି ରହି କୃଷ୍ଣ ନାମେ 

ଛନ୍ଦି ଦିଅ ଥରେ ମୋ ହୃଦ ତନ୍ତ୍ରୀକୁ 

ତବ ସାଥେ ଅନୁଗାମେ ।।


1 comment:

  1. ଜୟ ଜଗନ୍ନାଥ ।ସହୃଦୟ ଧନ୍ୟବାଦ ଜଣାଉଛି ମଧୁଛନ୍ଦା ଇ ପତ୍ରିକାର ସମସ୍ତ ସମ୍ପାଦନା ମଣ୍ଡଳୀ ଙ୍କୁ ଯିଏ କି ମୋ କବିତା କୁ ପରିଚୟ ପ୍ରଦାନ କରିଛନ୍ତି ।

    ReplyDelete

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy