Wednesday, October 7, 2020

ଶିକ୍ଷକ

କବୟିତ୍ରୀ-ତାପ୍ତିମୟୀ ପଣ୍ଡାମିଶ୍ର, ମେଲଛାମୁଣ୍ଡା ବରଗଡ ।।


ଶି--ଶିକ୍ଷାର ସାଗର ଗୁରୁଜୀ ଆମର 

ଆପଣାର ଭାବି ସଦା

ଶିଷ୍ଟାଚାର ସଦା ଶିଖାନ୍ତି ସଭିଙ୍କୁ 

ନମ୍ର ସହନଶୀଳତା ।।


କ୍ଷ--କ୍ଷମାମୟ ସିଏ କ୍ଷମାର ବାରିଧି 

କ୍ଷମିଣ ଶିଷ୍ୟଙ୍କ ଦୋଷ 

କ୍ଷଣିକେ ବାନ୍ଧନ୍ତି ସ୍ନେହର ବନ୍ଧନେ 

କରି ଅଜ୍ଞାନକୁ ଶେଷ ।।


କ-କର୍ମରେ ତାଙ୍କର ସଦାଚାରିତାର

ସୁଗନ୍ଧ ମହକୁ ଥାଏ 

କର୍ତ୍ତବ୍ୟ ପଥରେ ବ୍ରତୀ ହୋଇ ସଦା

ଆଲୋକ ବର୍ତ୍ତିକା ହୁଏ ।।


ଶିକ୍ଷକ ନିଜେ ତ' ଶିକ୍ଷାର ଭଣ୍ଡାର 

ଶିଶୁର ଭାଗ୍ୟ ବିଧାତା 

ମାଟି ପିଣ୍ଡୁଳାକୁ ସୁଢଳେ ଗଢନ୍ତି 

ସଂସ୍କାର ଭରିଣ ସଦା ।।


ଶିଶୁ ପାଇଁ ସେତ ବ୍ରହ୍ମା, ବିଷ୍ଣୁ, ହର 

ଅନ୍ଧାରେ ଆଲୋକ ଧାରା 

ସେ ପୂଜ୍ୟ ଗୁରୁଜୀ ଚରଣେ ପ୍ରଣାମ 

ପାଦେ ଦିଅ ହେ ଆସରା ।।

*********

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy