ଡ଼.ବି.ପ୍ରକାଶ ଚନ୍ଦ୍ର ପାତ୍ର
କାଲି ଆମ ଗାଁ କୁ- ଗାନ୍ଧୀ ଆସିଥିଲେ------!
ସେଇ ଚଷମା, ସେଇ ବାଡ଼ି
ସେମିତି ଆଣ୍ଠୁ ଯାଏଁ ଖଦୀ
ହାତରେ ଗୀତାବହି,ଅଣ୍ଟାରେ ଘଣ୍ଟା
ଲୁଗାଟିଏ ଘୋଡି ହୋଇ
ଗାନ୍ଧୀ ଆସିଥିଲେ ଆମ ଗାଁ କୁ-
ଗାଁ ଛକରେ ତାଙ୍କ ଐତିହାସିକ ହସକୁ ଦେଖି କୁନିକୁନି ପିଲାମାନେ
ଟାଣୀହୋଇ ଯାଉଥିଲେ----
ଯୁବ ପୀଢ଼ି ଉତ୍ସାହିତ ହେଉଥିଲେ-
ବୟସ୍କ ଲୋକ କେତେ, ତାଟି-କବାଟ ବନ୍ଦ କରିଦେଲେ--
କେଜାଣି କାହିଁକି ନିରୁତ୍ସାହିତ ଥିଲେ ସେମାନେ-------!
ବହିପତ୍ର ରେ ଗାନ୍ଧୀ ନାଁ ପଢ଼ି ଥିବା
ଝିଅବୋହୂ ମାନେ
କବାଟ ଫାଙ୍କାରେ ଚାହିଁଲେ--
ଆଉକେତେ ଗରୀବି, ନେତା ଭାବି
ତାଙ୍କ ପଛେ ପଛେ ହେଲେ---
କୋଠଘର ମଣ୍ଡପକୁ ଗାନ୍ଧୀ ଆସିଲା ବେଳକୁ ଜଣେବି ନଥଲେ
ବଡ ଆଶ୍ଚର୍ଯ୍ୟ ଗାଁ ଟେ' ଲୋକରେ
ମୁଁ ଜଣେ ଥିଲି ଗାନ୍ଧୀ ବାଦୀ-
ତିନୋଟି କଥା ସେଦିନ
ଗାନ୍ଧୀ କହିଥିଲେ--
ଯେ'ଯେତେ ଖରାପ ହେଉ
ଆତିଥ୍ଯରେ ହେଳା କରିବନି
ରାସ୍ତା ଠାରୁ ମନଯାଏଁ ନିର୍ମଳ
କରିବ,ସତ୍ୟର ସତ୍ୟାଗ୍ରହରେ
ଇଛା ପୁରଣ କରିବ----!
କିଏ ଜଣେ ନାଁ' ନାଁ ହେଇ ପାରିବନି କହି ପଛପଟେ ଚିତ୍କାର କରି କହୁଥିଲା--
ଗାନ୍ଧୀ ଗିରୀ ଚଳିବନି
ଅଂହିସା ପରମ ଧର୍ମ କହି
ଆମକୁ ଭାଗ କରି ପାରିବନି
ଆମେ ଠିକ୍ ଅଛୁ--
ଆମେ ଆମ ସୁଖଦୁଃଖ-ହସକାନ୍ଦ
ଆମ ଗାଁମାଟିର ମୋହରେ ବନ୍ଧା
ତମେ ଫେରି ଯାଅ ଗାନ୍ଧୀ ଫେରିଯାଅ---
ଚଳଚଞ୍ଚଳ ଗାଁ କୁ ଚାଲିବାକୁ ଦିଅ-
ସ୍ମିତହାସ୍ୟ କରି ଫେରିଗଲେ ଯେ'-
ଗାଁ'ଛକ ମୂର୍ତ୍ତିଭିତରେହିଁ ଲୁଚିଗଲେ
ସକାଳୁ ସକାଳୁ ସ୍କୁଲ୍ ପିଲାମାନେ
ମୂର୍ତ୍ତି ତଳେ ଜାତୀୟ ପତାକା ଧରି
ମହାତ୍ମା ଗାନ୍ଧୀଙ୍କ ଜୟ କହୁଥିଲେ-
***
"ଘୁମୁସର ର ସ୍ବର"
ବାଲିପଦର, ଗଞ୍ଜାମ-୭୬୧୧୧୭
No comments:
Post a Comment