Tuesday, October 13, 2020

-ମୁଁ-

  ✍ସୁକାନ୍ତ ଖଣ୍ଡା 

ସବୁ କବି ଭାଇ ଭଉଣୀଙ୍କ ମଧ୍ୟରେ 

ମୁଁ ହିଁ ଅପାରଗ,ଗୋଟେ ତୁଚ୍ଛ ଫୋନ ପାଇଁ 

ଗୁଗଲ ମିଟରେ ଯୋଗ ଦେଇ ପାରିଲିନି

ଯଦିବା ଯୋଗ ଦେଇଛି

କଥାବାର୍ତ୍ତାରୁ ବଞ୍ଚିତ। 

ମୁଁ ଆରମ୍ଭରୁ ଯୋଗ ଦେଇଥିଲି

କହିବା ବି ସୁଯୋଗ ମିଳିଛି

ହେଲେ ଫୋନକୁ ସୁପରିଚାଳନା 

କରି ନ ପାରି ଲୁହ ଗଡ଼ାଇଲି

ହତାଶ ଆଉ ଆବେଗରେ 

ବସି ରହିଲି ନିରବେ

ଅବଶ୍ୟ ସଭିଙ୍କୁ ଦେଖିଛି,କଥାକୁ ଶୁଣିଛି 

ନଅଟା ସାତ ମିନିଟରେ ଓହୋରିଲି।କେତେ ହତଭାଗା ସତେ

ଏ ମଣିଷ ବୁଦ୍ଧି ଓ କୌଶଳରେ

ଚଦ୍ର ପୃଷ୍ଠାରେ ଘର

ସମୁଦ୍ର ଓ ମାଟିର ଗର୍ଭରୁ ଧନରତ୍ନ

ବୋହି ଆଣିଲେଣି

ହେଲେ ମୋତେ ଜଣା ନାହିଁ ଫୋନର ସୁପରିଚାଳନା 

ଦୁଇ ଦୁଇଟା ଗୁଗୁଲ ମିଟ ହରେଇଛି

ଧିକ୍ ମୋ ଜୀବନ।

ମୋତେ ଖୁସି ଲାଗିଲା ଉପସ୍ଥାପନା ଶୈଳୀ 

ଆଉ କାର୍ଯ୍ୟକ୍ରମକୁ ଆଗେଇବା

ଏବେ ତ ହାତକୁ ନେଇଛନ୍ତି ଭିଡ଼ିଓ ବନେଇ 

ବିଶ୍ୱ ମାନଚିତ୍ରରେ ଯୋଡ଼ିବା 

ଆଉ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ମାଗାଜିନ ହେବ

ସଭିଙ୍କୁ ସୁଯୋଗ ସକାଶେ ହାତ ଲେଖାକୁ ଗୁରୁତ୍ବ 

କିନ୍ତୁ ଏତେ କବି ଭାଇ ଭଉଣୀ ଥାଇ ବି 

ପ୍ରତିଯୋଗିତାରେ ଅଳ୍ପ ସଂଖ୍ୟକ ମାତ୍ର 

ଭାଗନେବା ସଭାପତିଙ୍କୁ ବ୍ୟଥିତ କରିଛି

ଆଶା ରଖିଛନ୍ତି ଆଗାମୀ ଦିନରେ

ଶହରୁ ଶହେ ଭାଗ ନେଇ 

ଲକ୍ଷ୍ଯ ଓ ଉଦ୍ଦେଶ୍ୟକୁ ପୂରଣ କରିବେ। 

ଜଣେ ଭାଇ କହୁଥିଲେ

କୁଆଡ଼େ ସେ ଲେଖନ୍ତିନି

ଏବେ ଏବେ ଲେଖିବା ଆରମ୍ଭ ହୋଇଛି 

ଗ୍ରୋପକୁ ଆସି ପୁଣି 

ଏବେ ପ୍ରତିଯୋଗିତାରେ ସଫଳ 

ଗଳ୍ପ ତାଙ୍କ ରେଡିଓରେ ପ୍ରସାରିତ।

ଆଉ ଜଣେ ଭଉଣୀ ଗ୍ରୋପର ସବୁ କବିତା ପଢ଼ନ୍ତି

ଅଥଚ ମୁଁ ହାତ ଗଣନ୍ତି ମାତ୍ର କେଇଟା। 

ମୁଁ  ଧନ୍ଯବାଦ ଦେଉଛି ଏ ଦୁଇ ଭାଇ ଭଉଣୀଙ୍କୁ

ଲିଖନ/ପଠନ ଅବ୍ଯାହତ ରହୁ

ଚଢ଼ି ଯା'ନ୍ତୁ ଶିଖରକୁ 

ପକ୍ଷୀଟିଏ ପରି। 

ସଭାପତି,ସଂପାଦକ ଆଉ ସଂଯୋଜକଙ୍କୁ 

ମୋର ଅନୁରୋଧ 

ମାସରେ ଥରେ ତ ପ୍ରତିଯୋଗିତା ହେଉଛି

ଯାହା ମାନପତ୍ର ସହ କୃତାର୍ଥ କରୁଛନ୍ତି

ହେଲେ ବିନା ମାନପତ୍ରରେ 

ପ୍ରତି ରବିବାର 

ସ୍ବତନ୍ତ୍ର ବିଷୟ ଯଥା 

ଗଳ୍ପ,ପ୍ରବଦ୍ଧ,କବିତା ଆଦି 

ପ୍ରତିଯୋଗିତା କରାଇଲେ

କେମିତି ହୁଅନ୍ତା?

ଯେଉଁଥିରୁ ବାଛି ପାରନ୍ତେ ପତ୍ରିକା ପାଇଁ 

ଆଉ ବି ପ୍ରତିଯୋଗି ମନୋଭାବ 

ଖୁନ୍ଦି ହୁଅନ୍ତା ସଭିଙ୍କ ହୃଦୟେ।

ଏ ଅଧମ ଲେଖୁଲେଖୁ ଲେଖିଦେଲା କେତେ 

ଯାହା ଦେଖି/ଶୁଣିଥିଲା 

ଗୁଗୁଲ ମିଟରେ

ଯଦି କିଛି ଭୁଲ ଲେଖିଥାଏ 

କ୍ଷମା ଦେବେ ନିଜସ୍ବ ଗୁଣରେ।

ହେ ସଭାପତି !

ଆଶା ରଖିଛି ଆଗାମୀ ଗୁଗୁଲ ମିଟକୁ

ଅପେକ୍ଷା କରିବି 

ଯଦି ବଞ୍ଚିଥାଏ 

ସଂଯୋଜକ କହିବାନୁସାରେ 

ପୂଜା ସଂଖ୍ୟାରେ କବିତା ପଢ଼ିବି

ଆଉ ଧନ୍ଯ କରିବି ଦେହ ମନକୁ।

ଧନ୍ଯ ସଭାପତି,ସଂପାଦକ ଆଉ ସଂଯୋଜକ 

ଆପଣଙ୍କ ଇଛା ଉଜ୍ଜୀବିତ ହେଉ

ଗଢ଼ିଦିଅନ୍ତୁ ତାଜମହଲ ଆଉ କୋଣାର୍କ

ବିଶ୍ବ ମାନଚିତ୍ରରେ ନାଚିଯାଉ

ଓଡ଼ିଆ ଭାଷା ସାହିତ୍ୟ

ରାଧାନାଥ,ଫକୀରମୋହନ,ଉପେନ୍ଦ୍ରମଞ୍ଜ 

କି ଗଙ୍ଗାଧର ପରି ନ ହେଲେ ବି

ଆପଣଙ୍କ ଇଛାର ଆଲୋକ 

ଗୁଣ୍ଡୁଚି ପରି ଯଥାସାଧ୍ୟ 

କରୁଥାନ୍ତୁ ଭାଷା ସାହିତ୍ୟର କର୍ମ।

                *

ଶିକ୍ଷକ ମକାଶୁଖିଲା ପ୍ରାଥମିକ ବିଦ୍ୟାଳୟ 
ପୋ-ଚକାରଧରପୁର ଭା-ହରିଚନ୍ଦନପୁର 
ଜି-କେନ୍ଦୁଝର ପି-୭୫୮୦୨୮

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy