✍ସନ୍ତୋଷ କୁମାର ସାହୁ
ଜାଣେନା କେହି ମୁଁ କବିତା ଲେଖେ
ଲେଖାପରେ ତାକୁ ସାଇତି ରଖେ l
ଚିତ୍ରକର ପରି କବିତା ଗୁଚ୍ଛକୁ
ସଜାଇ ପାରିନି ରଙ୍ଗ ମୁଁ ଦେଇ
ଲେଖିଛି ଯେତେ ମୁଁ ଗଳ୍ପ କବିତା
ପାରିନି ଏଯାଏଁ କାହାକୁ କହି l
ଯେତେବଳେ ଯାହା ଭାବନା ଆସଇ
ତାହାକୁ ରୂପ ଦିଅଇ ମୁଁହି l
ଦୁନିଆରେ ମୋର କବିତା ଗଦ୍ୟ
ନହେଉ ପଛେ ସେ ଅନବଦ୍ୟ
ନ ଆସିପାରୁ ଲୋକଲୋଚନକୁ
ସେଥିରେ ମୋ ଦୁଃଖ ନାହିଁ l
କରେ ସରସ୍ଵତୀ ପାଶେ ମିନତୀ
କୁରୁପା ତାହାର ସଦା ବରଷୁ
ଲେଖନୀ ମୁନକୁ ଛାଡିବିନି କେବେ
ଯେତେ ଝଡ଼ ଝଞ୍ଜା ଜୀବନେ ଆସୁ l
ନବରଙ୍ଗପୁର
No comments:
Post a Comment