Friday, October 16, 2020

ଶରତ ଆସିଲା


ଅସ୍ତ ସୂର୍ଯ୍ୟର ବର୍ଣ୍ଣ ବିଭାରେ
ଧରଣୀ ମୁରୁକି ହସିଲା
ବିଲ,ବଣ,ପାଟ,ଗହିର ମଥାରେ
କାଶତଣ୍ଡୀ ଫୁଲ ଫୁଟିଲା
ପରସ୍ତ ପରସ୍ତ ଅନ୍ଧାରକୁ ଠେଲି
ମତୁଆଲା ଜହ୍ନ ଉଇଁଲା
ଶିଶିର ବିନ୍ଦୁରେ ମାଟି ମାଆ
ପ୍ରତିଟି ରାତିରେ ଭିଜିଲା
ଚାରିଆଡେ ଦେଖ ପାର୍ବଣର
ରଙ୍ଗୀନ୍ ମାହୋଲ ଜମିଲା
ଋତୁ ଚକ୍ରରେ ଏ ଧରାପୃଷ୍ଠକୁ
ପୁଣି ଶରତ ଆସିଲା
ସଭିଁଙ୍କ ମନ ମୋହିଲା ାା

ଶାରଦୀୟ ଦୂର୍ଗା ପୂଜାର ଆସର
ଗାଁ ଠୁ ସହର ନାନା ପଟୁଆର
ସୁଦୃଶ୍ୟ ତୋରଣ ଝଲସିଲା
ପୂଜା ମଣ୍ଡପେ ମା ଦୂର୍ଗତିନାଶିନୀଙ୍କ
ମୃଣ୍ମୟୀ ମୂର୍ତ୍ତୀ ଶୋଭା ପାଇଲା
ନୂଆଁ ଜାମା ପିନ୍ଧି ଗାଁ ଠୁ ସହରେ
ଲୋକଙ୍କ ମେଳା ଜମିଲା
ପୂଜା ,ନୈବେଦ୍ୟ,ମନ୍ତ୍ର,ଶ୍ଳୋକରେ
ଗଗନ ପବନ କଂପିଲା
ଚାରିଆଡେ ଦେଖ ପାର୍ବଣର
ରଙ୍ଗୀନ୍ ମାହୋଲ ଜମିଲା
ଋତୁ ଚକ୍ରରେ ଏ ଧରାପୃଷ୍ଠକୁ
ପୁଣି ଶରତ ଆସିଲା
ସଭିଁଙ୍କ ମନ ମୋହିଲା ାା


ତ୍ରିନାଥ ବେହେରା
ବଡକୋଦଣ୍ଡା ,ଭଞ୍ଜନଗର ,ଗଞ୍ଜାମ 

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy