ଅଂହିସାର ବିକଳ୍ପ ବୋଧେ-
ଏକ ପବିତ୍ର ପାପ
ଯାହା ଦ୍ବାରା ଦେଶ ବଂଚେ
ବଂଚେ ସଂସ୍କାର ସଂସ୍କୃତି ସ୍ଥାପତ୍ୟ
ପୁରା ସମାଜ ରହେ ସୁରକ୍ଷିତ।
ଅମାନବୀୟ ଉତ୍ପାତକୁ ସହି
ଗୋଟିଏ ଗାଲ ପରେ
ଅନ୍ୟ ଗାଲଟିକୁ ଦେଲେ ଦେଖାଇ
ଯଦି ହିଂସକର ହାଣୁଆ ଚରିତ୍ର
ପୁଣି ବଢାଇବ ତା ବଳିଷ୍ଟ ଭୁଜ
ଆମକୁ ମାରିବା ପାଇଁ
କେଉଁଠୁ ଆଣି ଆସିବା
ଅନ୍ୟ ଏକ ଗାଲ ନେଇ।
ଅଂହିସାର ମାନେ-
ଯେଉଁଠି କେବଳ ମାତ୍ର ସହନ
ସେଠି ଅଂହିସକ
ନିଜକୁ ନିଜେ
ମାରି କରିଦିଏ ଦହନ।
ଅଂହିସାର କେଉଁ ମନ୍ତ୍ର ଜପି
ସାଧିହେବ ବଳତ୍କାରୀକୁ
କେମିତି ବଂଚାଇବା
ତା କୁତ୍ସିତ କବଳୁ
ଆମ ମା ଭଉଣୀ ଘର ଚିରାଗକୁ
ବିବେକାନନ୍ଦ ଧର୍ମ ପୁରୁଷ
ବିଶ୍ବ ବିଜୟୀ
ବୁଦ୍ଧ ଭଗବାନ ବିଶ୍ବ ବନ୍ଦିତ
ଏ ମାଟିରେ
ଜନ୍ମ ନେଇ।
ତଥାପି
ଆତଂକବାଦର କୁଦୃଷ୍ଟି
ବୌଦ୍ଧିକ ଆତଂକବାଦୀଂକ
ବିଷ ବୀଜ ବୃଷ୍ଡି
ଏମାଟି ଉପରେ ହୁଏ।
ହୁଏ ଶକ୍ତ ପ୍ରହାର
କ୍ଷତାକ୍ତ ହୁଏ ୟେ ମାଟି ହଜାରେ ବାର
ନିର୍ଦୋଷ ମାନବ ମରେ
ବହେ ତାଜା ରୁଧିର
ତଥାପି ମାଳି ଗଡାଇ ବସିବା ଅଂହିସାର??
ଅହଂ ଅଭିମାନର ପ୍ରଭୁତ୍ବ ମରେନା
କେବଳ ହିତ ଉପଦେଶରେ
କୁହନ୍ତୁ"ଶ୍ରୀକୃଷ୍ଣ ବନ୍ଦେ ଜଗତ୍ ଗୁରୁ"
ବୁଝାଇ ହାରି ରଚିଥିଲେ
ଯୁଦ୍ଧ କୁରୁକ୍ଷେତ୍ରରେ।
ପଂଚଜନ୍ୟ ବାଜିଉଠୁ
ରଣ କ୍ଷେତ୍ରେ ପୁଣି ଥରେ
ଧର ଖର କୃପଣ,ଭାଲ,କ୍ଷେପଣି କରେ
ବାଜି ଉଠୁ ଦୁନ୍ଦୁଭି,ମାଦଳ,ରଣଭେରୀ
ଶିବାଜୀ,ମହାରାଣାଜୀ,ସୁଭାଷଂକ
ପ୍ରତାପି ଆତ୍ମା ପସିଯାଉ
ପ୍ରତି ଭାରତିୟ ଶରୀରେ।
କୋପରେ କଂପିତ ହେଉ
ୟେ ମା ମାଟି ଏମିତି
ଥରଥର ଅନୁଭବ ହେଉ
ସାରା ବିଶ୍ବରେ।
ହେ ! ଲୌହପୁରୁଷ ବଂଶଜ
ଶାବ୍ଦିକ ଅଂହିସାର ଭୁତକୁ ପାଳନା
ନିଜ ଭିତରେ,ନିଜ ଘରେ,ନିଜ ସମାଜରେ
ୟେ ଏକ ବିହ୍ବ ପକ୍ଷପାତି
ୟେ ଏକ ଆତ୍ମଘାତି
ଆତ୍ମ ଦ୍ରୋହି ପ୍ରବୃତ୍ତି।
ୟେ ମାଟି କହେ ଆଜି ବିକଳରେ ରଡି
କର ଯୁଦ୍ଧ ଶକ୍ତିର ସହ
ୟେ ଏକ ହେବାର ସଂକଲ୍ପ ଘଡି
ଭର ଶତ ସିଂଘର ଗର୍ଜନା
ବିଚାରର କ୍ରାନ୍ତି ଆସୁ ମାଡି
ନଚେତ୍ ବହୁ ରକ୍ତର ନଦୀ
ମରୁ ଅତଙ୍କି,ବଳତ୍କାରୀ,ବ୍ୟଭିଚାରୀ
ଯାଉ ଅନ୍ୟାୟ ଅନୀତି ଦୁର୍ନୀତି ଛାଡି।
କୃପାସିନ୍ଧୁପୁର
ଶେରଗଡ
ଗଞ୍ଜାମ
No comments:
Post a Comment