✍ଏଲିନା ଶତପଥୀ
ଧରା ରୂପରଙ୍ଗ ଦେଖ
ବଦଳୁଛି ପରା
ଶୀତୁଆ ପଵନେ
ଆଜି ଥରିଯାଏ ଧରା
ଧରା ରୂପରଙ୍ଗ ଦେଖ
ଵଦଳୁଛି ପରା।
ହଳଦୀବସନ୍ତ ଗଛୁ ଗଛ
ଉଡ଼ି ଯାଏ
ଆମ୍ବଗଛେ ଲୁଚି ଲୁଚି
କୋଇଲିଲୋ ଗାଏ
ସବୁଜ ଫସଲ ଲୋଟି
ଚୁମୁଥାଏ ଧରା
ଧରା ରୂପରଙ୍ଗ ଦେଖ
ବଦଳୁଛି ପରା।
ଆଳସ୍ୟ ଭିଡି ଧରୁଛି
ସକାଳ ଶେଜରେ
କୂଳଵଧୁ ଉଠିବାକୁ
ଡେରି ଏଵେ କରେ
କୁହୁଡି ଢାଙ୍କିଦେଉଛି
ସୂର୍ଯ୍ୟଙ୍କୁ ଆଜିପରା
ସଭିଏଁ ଖୋଜିଲେଣି ଲୋ
କଁଳିଆ ଖରା
ଧରା ରୂପରଙ୍ଗ ଦେଖ
ବଦଳୁଛି ପରା।
କ୍ଷେତରେ ଫସଲ ଦେଖି
କୃଷକମନ ଆନନ୍ଦରେ ଭରା
ବରଷାକୁ ମେଲାଣି
ଏଵେ ଦଉଛିଲୋ ଧରା
କେତେ ଓଷାବ୍ରତ ଏହି
ଶୀତଋତୁ ସାରା
ଧରା ରୂପରଙ୍ଗ ଦେଖ
ବଦଳୁଛି ପରା।
ମାଲକାନଗିରି।
No comments:
Post a Comment