Friday, October 2, 2020

ବାପୁ ତୁମେ ମହାନ୍





ଜାତିର ଗର୍ବ ଗୌରବ ତୁମେ
ଥିଲ ତ କର୍ଣ୍ଣଧାର
ଆକୃଷ୍ଟ କଲ ସଭ୍ୟ ସମାଜେ
ମନ୍ତ୍ର ଅହିଂସାର।୧।
କେତେ ଯେ ଶକ୍ତି ଥିଲା ତୁମର
ଲବଣ ସତ୍ୟାଗ୍ରହେ
ଅସଂଖ୍ୟ ଲୋକ ଝାସ ଦେଲେ ଯେ
ଆପଣାର ଆଗ୍ରହେ।୨।
ନଥିଲା ଅସ୍ତ୍ର ଅବା ଯେ ଶସ୍ତ୍ର
ବାଡି ଖଣ୍ଡିଏ ଧରି
ଥାରାଇ ଥିଲ ଫିରିଙ୍ଗି ଗଣେ
ଭାଷା ପ୍ରହାର କରି।୩।
କାଶ୍ମୀର ଠାରୁ କନ୍ୟା କୁମାରୀ
ଶୁଣିଲା ତୁମ ଡାକ
ଏକାଠି ହୋଇ ଲଢ଼ିଲେ ସର୍ବେ
ରହିଲା ଜାତି ଟେକ।୪।
ମହାନ ଥିଲା ମନ୍ତ୍ର ତୁମରି
ମହାନ ଆଦର୍ଶ ବାଣୀ
ସେଥି ପାଇଁ ତ ବାପୁଜୀ ତୁମେ
ସଭିଙ୍କ ମନ ଜିଣି।୫।


ଅରୁଣ କୁମାର ମହାପାତ୍ର
ଅଶ୍ୱ ପୁରମ୍, ତେଲେଙ୍ଗାନା
(ପ୍ରତାପ ପୁର,ଗଞ୍ଜାମ)


 

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy