✍କଳ୍ପନା ରାୟ
ଆଶଙ୍କାରେ ଶଙ୍କା ପ୍ରତିଟି ମୂହୁର୍ତ୍ତ
ଏବେ ବୟସ ବଢ଼ୁଛି
ତାରୁଣ୍ୟରେ ସେହି କୃଷ୍ଣଚୂଡ଼ା ଗୁଛ
ଆଜି ସ୍ବପ୍ନ ପରି ଲାଗୁଛି
ଜୀବନ ଯେଉଁଠି ଜଞ୍ଜାଳ ସେଇଠି
ଯନ୍ତ୍ରଣା କିନ୍ତୁ ବଢୁଛି
ଘୋ ଘୋ ଶବ୍ଦର ସଂସାର ନଈଟି
କିନ୍ତୁ ଖୁବ୍ ଖାଁ ଖାଁ ଲାଗୁଛି
ଆଶାର ଦୀପାଳୀରେ ସହସ୍ର ସଳିତା ଜାଳି
ଆଜି ସ୍ବପ୍ନର ପ୍ରତୀକ୍ଷା କରୁଛି
ଆଶାର ସୌଧ ଭୂଷୁଡିବା ସହଜ ନୁହେଁ କି
ଆଚ୍ଛନ୍ନ ଦୁଃଖଟା ଧୂ ଧୂ ଜଳୁଛି
ପିଲାଦିନ ସ୍ମୃତି ଆଜି ଭାରି ମନେପଡେ
କେତେ କାମ ଏଇ ହାତ କରିଛି
ପ୍ରଶଂସା ପତ୍ରର ସ୍ମୃତି ସେଥି ଯୋଡେ
ଆଜି ଅଜଗର ପରି ପଡୁଛି
ଏତେ ବଳ ଦେଲୁ କେଉଁ ସୁଖ ପାଇଁ
ବୟସ ଅଧାରୁ ଛଡ଼ାଇ ନେଲୁ
ଏମିତି କଷ୍ଟ ସଳଖ ସୁନ୍ଦର ହାତଗୋଡ ଥାଇ
ଦୋଷ କାଳିଆ ମୋ ନ କହିଲୁ
ଆହେ ଜଗନ୍ନାଥ କାଳିଆ ସାଆନ୍ତ
ମୋତେ ବାପା ତୋତେ ଦେଲେ
ଆଉ ବୁଝିପାରିଵେନି କହିଲେ ସେ ସତ
ତୁ ମାୟା ଦେଖାଇଲୁ ଭଲେ
ତୋତେ ଡାକିବାକୁ ମନ ମୋର କହେ
ଦେଇଛୁ ଜଞ୍ଜାଳ ଭିଡ଼ି
ଜୀବନ ଯାତନା ଧୀରେ ଧୀରେ ବଢେ
ଜାଣିଛୁ ତ ଭାବଗ୍ରାହୀ
ଜୀବନଟା ଏବେ ଧୂସର ଟାଙ୍ଗର
ଦୁଃଖ ଧୂସରିତ ଖାଲି
ତୁମେ ପରା ତୋର ଅଛ ଜଗନ୍ନାଥ
ଜୀବନ କାହିଁକି ମରୁଵାଲି
କଳ୍ପନା ରାୟ, ଲଇଡା, ସମ୍ବଲପୁର
No comments:
Post a Comment