Wednesday, October 7, 2020

ମୁଠାଏ ଖୁସି

✍ନିର୍ମଳ  ନାୟକ 


ଖୋଜୁଥିଲି ସହର, ବଜାର, ଗଳି... 

ସତେ ଅବା କାହିଁ ଯିବ ମିଳି... 

ସପନ କୁ ସତ କରିବାକୁ ଯାଇଥିଲି... 

ଇନ୍ଦ୍ରଧନୁର ସାତ ରଙ୍ଗ ତୋଳି !!


ଅନେକ ସପନ  କାହିଁ ହଜିଗଲେ... 

ସମୟର କରାଳ ଚକ୍ରରେ... 

ଯଦିଓ  କିଛି କିଛି  ମନେ ଥିଲେ... 

ଅଭାବ ସମୟ ପାଇଁ ସମୟରେ !!


ମୁଠାଏ  ଖୁସି ର ତଲାସ ଜାରିଥିଲା... 

ସମୟର ଶେଷ ସୀମା ଯାଏ... 

କିଛି କଷ୍ଟସାଧ୍ୟ ରାହା, କଣ୍ଟକିତ ଥିଲା.. 

ପ୍ରଚେଷ୍ଟା ଥିଲା ମିଳିବା ଯାଏ !!


ନିଃସଙ୍ଗ ପଦାଦିକ ଜୀବନଯାତ୍ରା ରେ.. 

ମୋହ, ମାୟା, ବନ୍ଧନ ରେ.. 

ପଛରୁ  ଟାଣୁଛନ୍ତି ଏମାନେ ଏକାକାରେ.. 

ସତ୍ମାର୍ଗରୁ ବିଚ୍ୟୁତ ଭାବନାରେ !!


ସମୟ  କହୁଛି ବେଳହୁଁ  ସାବଧାନ... 

ପରଂବ୍ରହ୍ମ ପଦେ କର ତୁ ଧ୍ୟାନ... 

କାହିଁ ସମୟ ବିତାଉ ଭୋଗ ବ୍ୟସନେ.. 

ଓଁକାର ହିଁ ମୁଠାଏ ଖୁସିର ସନ୍ଧାନ !!


151, ନାଗାର୍ଜୁନ କଲୋନୀ 
ନାରା ରୋଡ, ଜରିପଟକା 
ନାଗପୁର, ମହାରାଷ୍ଟ୍ର 
440014

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy