Wednesday, October 7, 2020

ସବୁ ନାହିଁ ଭିତରେ ହଁ' ଟିଏ

       ✍ଡ଼.ବି.ପ୍ରକାଶ ଚନ୍ଦ୍ର ପାତ୍ର


ନାହିଁ, ନାହିଁ ଭିତରେତ ଆଜି  ସବୁ ଶବ୍ଦ ହଁ- ହଁ ଥିଲା--

ଅଚାନକ ଅକସ୍ମାତ ସବୁ କିଛି  ଭାଙ୍ଗି ଚୁର୍ ମାର୍ ହେଲା--

ସବୁ ଥାଇ ଅଭାବରେ ସନ୍ତୁଳିତ ଜୀବନ-ଜୀବିକା --

ସମ୍ପର୍କରେ ଚାହୁଁ ଚାହୁଁ ସୃଷ୍ଟି ହେଲା ଶୁନ୍ୟ ଭଟ୍ଟାରିକା--

ଦେଖଦେଖ ଖାପଛଡା ମଣିଷକୁ ପ୍ରକୃତିର କ୍ରୁର ପରିହାସ--

ଈଶ୍ୱରୀୟ ସତ୍ତା ତାକୁ ବାରଂବାର କରେ ଅଟ୍ଟହାସ୍ୟ--

ଚେରାପୁଞ୍ଜୀରେ ବର୍ଷା ନାହିଁ ଆଜି

ରାଜସ୍ଥାନରେ ବନ୍ୟା--

ମୁମ୍ବାଇ ସହର ଜଳବନ୍ଦୀ ଏବେ

ଚେନ୍ନାଇ କଂସେଇ ଖାନା--

ଲଦାଖ୍ ସୀମାରେ ବିଶ୍ବାସ ଘାତକ

ସଜାଉଛି ଅସ୍ତ୍ରଶସ୍ତ୍ର--

ଶିତରେ ଥରୁଛି ବୀର ଯବାନ

ମାଟିକୁ କରି ଶପଥ----

ବିଶ୍ବ ମହାମାରି ସଂକ୍ରମିତ ହୋଇ ଦେଶେ କରେ ଭୀତକ୍ରସ୍ତ--

ସବୁ ଶବ୍ଦକୁ ନିସ୍ତବ୍ଧ କରି 

ପୁଳା ପୁଳା ସ୍ମିତହାସ୍ୟ---

ବହୁ ସ୍ଥିତପ୍ରଜ୍ଞ, ଜ୍ଞାନି ,ଗୁଣି, ବୀର

ମରଣ କବଳେ ପଡି--

ବେଳ ଥାଉଥାଉ ବୀରଗତି ହେଲେ

କେହି ପାରିଲେନି ଧରି---

ସାର ମିଳୁନାହିଁ ପାଣି ମିଳୁନାହିଁ

ଚାଷୀ ହରତାଳ କରେ---

ଯେତିକି ପ୍ରଗତୀ ସେତିକି ଉନ୍ନତି

ଲୋକ ଲୋଚନରେ ପଡେ--

ହେ-! ମହାପୁରୁଷ ଘେନ ପ୍ରଣିପାତ

ତୁମ ବାଣୀ ଶୁଣି ଅଛି---

ଠିକ୍ ବେଳେ ସବୁ ତାକୁ ଭୁଲିଯାଇ

ଦୋଷ ଦେଉ ବାଛି ବାଛି--

ଯେତେଦିନ ଯାଏଁ ସବୁ ନାହିଁ ମଧ୍ୟେ

ହଁ ଭରି ନରହିଛି---

ସେଯାଏଁ ପୁର୍ଣ୍ଣତା ସୂର୍ଯ୍ୟର କୀରଣ

ବାଧକ ହୋଇ ରହିଛି--

ବେଳ ଥାଉ ଥାଉ ବାଳବାନ୍ଧ ସର୍ବେ

ଲୁଚିଯାଉ ଅବିଶ୍ବାସ---

ବିଶ୍ବାସେ ଆଦରି ନେବା ପ୍ରକୃତିକୁ

କରି ନପାରିବ ଧ୍ବଂସ-----!!

             ***

          - ସଭାପତି-
        "ଘୁମୁସର ର ସ୍ବର
ବାଲିପଦର, ଗଞ୍ଜାମ-୭୬୧୧୧୭

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy