Wednesday, October 7, 2020

କିଏ ଉତ୍ତର ଦେବ ?? ?

ତାପ୍ତିମୟୀ ପଣ୍ଡାମିଶ୍ର, 
ମେଲଛାମୁଣ୍ଡା ବରଗଡ


ଏତେ ନୃଶଂସ ତମେ ମାନେ

ନାରୀ ମାଂସ ପାଇଁ 

ଏତେ ଲାଳାୟିତ କାହିଁକି ?

କାହିଁକି ତମର ଏ ଅମଣିଷତା ?

ଟିକିଏ ସ୍ବାର୍ଥ ପାଇଁ 

କ୍ଷଣିକ ଦୈହିକ ସୁଖ ପାଇଁ 

ଜାଳି ଦେଲ ଏକ 

ନିର୍ମୋହୀ ଜୀବନ.....।


ମଣିଷତ୍ବ ବୋଲି କଣ କିଛି ନାହିଁ ?

ଦେହ ସୁଖ କଣ ସର୍ବସ୍ବ ?

ପର ମାଁ, ଭଉଣୀ ସହ

ଦେହାତିତ ହେବା ପାଇଁ 

ଏତେ ସରାଗ ??

ଅଶ୍ଳିଳତାର ବି ଗୋଟିଏ ସୀମା ଥାଏ ।।


ଆରେ କାପୁରୁଷ ! ଅମଣିଷ !

ମାନବିକତାକୁ ଜଳାଞଳୀ ଦେଇ

କଣ ଲାଭ ପାଉଛ ?।


ନିରିମାଖୀ, ଅଭାଗିନୀ ଝିଅଟା 

ଝଡିଗଲା ଅକାରଣେ ,

ନିଜ ଦେହର ତାତିକୁ

ଶୀତଳ କରିବାକୁ ଯାଇ

ପର ଝିଅ ଉପରେ ନଜର ...

ଛିଛି...ଛି....ଏତେ ଘୃଣ୍ୟ ତମେ ?

ପୁରୁଷ ଜାତି ପାଇଁ ଏକ କଳଙ୍କ 

ଚନ୍ଦ୍ରରେ ସିନା କଳଙ୍କ ଲାଗେ 

ହେଲେ ତମେ ନିଜେ ଏକ କାଳିମା 

ଶତଧିକ୍ ତୁମ ପୁରୁଷ ପଣିଆଁ କୁ ?।


ମୁକ ପାଳଟିଛି ଶାସକ.....

ଘୋଡେଇ ରଖୁଛି ପୋଲିସ୍ 

ମୁକ ପାଳଟିଛି ଜନତା...

ଆରେ....ତାକୁ ଜିଅନ୍ତା ଜାଳି ଦିଅ

"ଯେମିତି ବୁଣିବ ସେମିତି ପାଇବ"

ନାରୀର ତତଳା ନିଶ୍ବାସରେ 

ସଭିଏଁ ଜଳିଯିବ

ତାର ଦୁଃଖାଗ୍ନିର ଖର ନିଶ୍ବାସ ସଭିଙ୍କୁ 

ଜାଳି ପୋଡି ପାଉଁଶ କରିଦେବ।


ଯେଉଁ ଦେଶରେ ମାଁ, ଭଉଣୀ ର

ଇଜ୍ଜତ ସଙ୍ଗେ ଖେଳ ଖେଳା ଯାଉଛି

ସେ ଦେଶର ଜନତା କଣ ମୁକ ??

ଏଇଥି ପାଇଁ ଆଇନ କଣ ଅନ୍ଧ ??

ଆଉ କେତେ ନୀରିହା ଟଳି ପଡିଲେ ଯାଇ

ଏ ଜନତା, ଏ ଶାସକ ଚେଇଁବ ??

କିଏ ଉତ୍ତର ଦେବ ???

ତମେ ?, ଆପଣ ମାନେ ???

ନା ଭଗବାନ ????

2 comments:

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy