Friday, October 2, 2020

ଦାମ୍ପତ୍ୟ

ଦାମ୍ପତ୍ୟ ସମାଜ ବକ୍ଷରେ

ଏକ ମଧୁର କଳରବ

ପରିଭାଷା ଅନ୍ତହୀନ ସଂପର୍କର 

ଯୁଗ ଯୁଗକୁ ଏକ ଆଲେଖ୍ୟ

ପ୍ରଣୟର, ସ୍ମୃତିର ଓ ଇତିବୃତ୍ତି

ଜୀବନ ଜିଇଁବା କଳାର ାା


ଏଠି ନିଇତି 

ଚାଲେ ନିଛକ ଅଭିନୟ

ପ୍ରେମର, ସଦଇଛାର

କଳାକାର ଦୁଇଜଣ ତୋଳନ୍ତି

ମୁକ୍ତ କଣ୍ଠରେ ମତୁଆଲା ହୋଇ

ସ୍ବର୍ଗପୁର, ଭଲପାଇବାର

ମୂଲ୍ୟାୟନ କରନ୍ତି ଜନତା

ନିରୂତା ଦାମ୍ପତ୍ୟର ାା


ବେଳେ ବେଳେ ଘୋଟିଯାଏ 

କଳା କଳା ବଉଦ

ଯେହ୍ନେ ଚନ୍ଦ୍ରରେ କଳଙ୍କ

ଦାମ୍ପତ୍ୟେ କଳହ ରଚେ

ଭିନ୍ନ ସ୍ବର ଆବେଗ 

ଅବମୂଲ୍ୟାୟନ କରିଥାଏ

କାଳର କରାଳେ 

କବଳିତ ଏ ସମାଜ ।।


 ତ୍ରିନାଥ ବେହେରା, ବଡକୋଦଣ୍ଡା 
ଭଞ୍ଜନଗର,ଗଞ୍ଜାମ 


No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy