ନିର୍ମଳ ନାୟକ
ଦୁଇ ଚକ ସମାଜର ନାରୀ ଓ ପୁରୁଷ...
ଭାଗ୍ୟର ବିଡମ୍ବନା ପୁରୁଷ ଉପେକ୍ଷୀତ...
କୋଟି କୋଟି ଲେଖା ମିଳେ ନାରୀ ସମ୍ବଦ୍ଧିୟ
ଦୁଃଖି ପୁରୁଷ ଜୀବନ ସତେ ଦୁଃଖମୟ !!
କେବେ ଦେଖିଛକି ଦୁଃଖରେ ଭାଙ୍ଗିପଡିବା...
କେବେ ଅନୁଭବ କରିଛ ଦୁଃଖେ କାନ୍ଦିବା..
କେବେ ଶୁଣିଛ ଖୁସିରେ ଆତ୍ମହରାହେବା..
କେବେ ଜାଣିଛ କର୍ତ୍ତବ୍ୟ ପଥ ଚ୍ୟୁତହେବା !!
ସାରସ୍ୱତ ପ୍ରେମୀ ଲେଖନୀ ନିସୃତ ଧାର...
ନାରୀ ପ୍ରେମ,ସୌନ୍ଦର୍ଯ୍ୟ,ଓ ଅତ୍ୟାଚାର ସାର...
ସତେ ଭୁଲନ୍ତି ସର୍ବେ ପୁରୁଷ ମାଳିକା ର...
ରଚନା, ବର୍ଣ୍ଣନା, ଛନ୍ଦ, କବିତା ସମ୍ଭାର !!
ଭାଗ୍ୟର ବିଡମ୍ବନା ମାତ୍ର ସେ ଉପକ୍ଷୀତ..
ଯନ୍ତ୍ରଣା ର ବୋଝ ବୋହି ଚାଲୁଥିବ ମାତ୍ର..
ଦୁଃଖର ହଳାହଳ ପି ବାଂଟୁଛି ଅମୃତ....
ସବୁ ସେବା, ତ୍ୟାଗ, ପରେବି ଅବହେଳିତ !!
କହନ୍ତି ସର୍ବେ ପୁରୁଷ ପ୍ରଧାନ ସମାଜ...
ସତେ କାହିଁ ରହିଗଲା ତାଜ,ବାଜା,ସଜ..
ଅକୁହା, କଷ୍ଟ,କ୍ଳେଶ, ଯନ୍ତ୍ରଣା ର ବୋଝ..
ଭାରବାହି, ମରୁବାହି ଓଟ ସମ ସଜ !!
151, ନାଗାର୍ଜୁନ କଲୋନୀ
ନାରା ରୋଡ, ଜରିପଟକା
ନାଗପୁର, ମହାରାଷ୍ଟ୍ର
440014
ନାରା ରୋଡ, ଜରିପଟକା
ନାଗପୁର, ମହାରାଷ୍ଟ୍ର
440014
No comments:
Post a Comment