Friday, October 2, 2020

ଫେରିଆସ

ଫେରିଆସ ବାପୁ ଦେଖିଯାଅ ଥରେ

ତୁମ ଦୁଇଭାଗ କରିଥିବା ଭାରତ ଭିତରେ

କେତେ ମନାନ୍ତର।

ସିମାନ୍ତରେ ଚାଲିଛି ଲଢେଇ

 କାଶ୍ମିରକୁ ନେଇ ଟଣାଓଟାରା

ପରଷ୍ପର ଦୁଇଦଳର  ।

ଆତଙ୍କିତ କାଶ୍ମିରୀବାସୀ

ଦୀର୍ଘ ବର୍ଷପରେ ପାଇଛି ମାନ୍ୟତା

ସେ ବି ଅଂଶ ଭାରତର।

ତଥାପି ଚାଲିଛି ଆତଙ୍କବାଦି ଆକ୍ରମଣ

କେବେ ପୁଲ୍ବାମା କାଣ୍ଡ

ତ କେବେ ସର୍ଜିକାଲ ଷ୍ଟ୍ରାଇକ୍।

ଦେଖିଥିଲ ସ୍ବପ୍ନ ଶାନ୍ତିର ଭାରତ ଗଢିବାକୁ।

ସ୍ବଚ୍ଛତାରେ ଭରା  ସୁସ୍ଥ ସମାଜର

ନଥିବ ବ୍ୟଭିଚାର ଭ୍ରଷ୍ଟାଚାର 

ନାରୀ ଅତ୍ୟାଚାର।

ହେଲେ ଦେଖ ବାପୁ ଚାରିଆଡେ

 ତ୍ରାହୀ ତ୍ରାହୀ ଡାକ।

ଭୋକ ଆଉ ଭୋକ ଚାରିଆଡେ

ଚିରାଫଟାପିନ୍ଧା ଗରିବଙ୍କ ଡାକ।

କରୋନା ଆତଙ୍କ ଭିତରେ

ଆଜି ସବୁଲୋକ।

ଅସୁସ୍ଥ ଆଜି ସଂପର୍କର ମାନ

ଦୂରେଇ ରହେ ପ୍ରିୟଜନ

ମହାମାରୀର କରାଳ ଗ୍ରାସରେ

ଯାଉଛି ଲକ୍ଷ ଜୀବନ।

ତଥାପି ହଟୁନାହିଁ ନାରୀ ବଳତ୍କାର

ସୁରକ୍ଷିତ ନୁହେଁ ଏଠି ନାରୀ

ହଁ ଆଜି ନାରୀ ହେଇଛି ସ୍ବାକ୍ଷର

ଉପାର୍ଜନ କ୍ଷମ।

ହେଲେ ଆଜିବି ପରାଧିନ

ଚାହୁଁଥିଲ ନାରୀ ସ୍ବାଧିନତା

ହେଲେ ନାରୀ ଆଜିବି ଧର୍ଷିତା

ଅଗଣିତ ପିଡିତା।

ଗୁରୁଜନ ଆଜି ଜରାଶ୍ରମେ

କାଟନ୍ତି ଅନ୍ତିମ ଜୀବନ।

ସମୟ ନାହିଁ ସନ୍ତାନ ପାଖରେ

ସେ ଆଜି ଦାୟିତ୍ବହିନ।

ଏସବୁ ଦେଖିବାପାଇଁ

ଲଢିଥିଲ  ଖାଇ ଲାଠିମାଡ।

ସ୍ବାଧିନତା ପରଶିଦେଲ

ହେଲେ କାହିଁ ତୁମ ସ୍ବପ୍ନର ଭାରତ?

ଭ୍ରଷ୍ଟାଚାରୀ ଆଜି ଚାରିଆଡେ

ରାଜନେତା ଭଣ୍ଡ ଧୋଖାବାଜ

ଭୋଟବେଳେ ମୁହେଁ ଗୋଟେ କଥା

ମିଳିଗଲେ ଗାଦି

ଭୁଲିଯାନ୍ତି ନିଜ କଥା।

ବଡ ଦୁଃଖହେବ ବାପୁ

ହାତରେ  ଯାର ଛାଡିଥିଲ ଗାଦୀ

ତୁମର ସେ ସୁନା ଭାରତକୁ

 ଭୋଗିଲା ପିଢିପିଢି ଧରି

ସାଜି ଭୋଗବାଦୀ।

ହେଲେ ଦିନୁଦିନ

ଲୁଣ୍ଠିତ ଭାରତମାତା

କାନ୍ଦୁଛି ଅଶ୍ରୁଝାରି। 

ଫେରିବକି ଥରେ ପୁଣି

ସଜାଡିବ ଆପଣା ହାତରେ

ନିସ୍ବ ଏଇ ଭାରତମାଟି

 ପୁଣି ହସିବ ଉସ୍ବାସରେ 

ଆନନ୍ଦରେ ମନଭରି।


ମାଧବୀ ପଟେଲ।

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy