Tuesday, October 13, 2020

🔥🔥 ବିଷାଦ ର ଲକ୍ଷଣ 🔥🔥

✍ଗୌରୀ ବେହେରା


ବିଷାଦ ଅଟଇ ଏକ ଅଦୃଶ୍ୟ ରାକ୍ଷସ

ଦୁର୍ବଳ ମନକୁ କରଇ ସେ ଗ୍ରାସ

ରାକ୍ଷସ ଠାରୁ ଭି ଅତି ଶକ୍ତିଶାଳୀ

ସେ ଅଟଇ ,ଯାହାକୁ ବଶ କରଇ

ସେ ଯେ ଜୀଅନ୍ତା ନର୍କ ଯନ୍ତ୍ରଣା

ଅନୁଭବ କରଇ ।


ବିଷାଦର ଅଟଇ ଯେ ଅନେକ ଲକ୍ଷଣ

ଆବାଳ ବୃଦ୍ଧା କୁ କରଇ ସେ ଭକ୍ଷଣ ।


ବଚନ କର୍ମରେ ତାର ସ୍ଥିରତା ନ ଥାଏ

ଅଳପ କଥାରେ ସଦା ସେ ଚିଡ଼ି ଯାଉଥାଏ।


ଏକାନ୍ତରେ ରହିବାକୁ ଇଚ୍ଛା କରୁଥାଏ

ନକାରାତ୍ମକ ଚିନ୍ତାରେ ବୁଡି ରହୁଥାଏ ।


ଟିକିଏ କଥାରେ ଭୟଭୀତ ହେଉଥାଏ

କାହାପ୍ରତି ତାହାର ଯେ ବିଶ୍ୱାସ ନ ଥାଏ ।


ଦୁଃଖଦ କାହାଣୀ ଆଉ ସଙ୍ଗୀତ ରେ 

ମନ ସେ  ଦିଅଇ

ଅନ୍ତରେ ଅନ୍ତରେ ସଦା 

ରୋଦନ କରୁଥାଇ ।


ଯେଉଁ ପ୍ରାଣୀ ସମ୍ପୂର୍ଣ୍ଣ ରୂପେ

ବିଷାଦ ର ଶୀକାର ହୁଅଇ

ମାନସିକ ଭାରସାମ୍ୟ ହରାଇ 

ପାଗଳ ପ୍ରାୟେ ଏଣେ ତେଣେ

ସେ ଯେ ବୁଲଇ  ।


ଆଉ କିଛି ପ୍ରାଣୀ ଦେହତ୍ୟାଗ

କଥା ମନେ ଯେ ଚିନ୍ତନ କରଇ

ଆତ୍ମହତ୍ୟାର ବାଟ ସେ 

ଚୟନ କରଇ ।

ବିଷାଦର ଲକ୍ଷଣ ସବୁ ବୁଝାଇ କହିଲି

କିଛି ଭୁଲ୍ ଥିଲେ କ୍ଷମାଦେବ ବୋଲି

ମନରେ ଆଶା ମୁଁ ବାନ୍ଧିଲି ।


ପାରଳାଖେମୁଣ୍ଡି ,ଗଜପତି,


2 comments:

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy