Friday, October 2, 2020

ହେ ମହାତ୍ମା ତୁମେ

✍ସୁଜାତା ରାଣୀ ଶତପଥୀ 


ହେ  ମହାତ୍ମା ତୁମେ ଅଭିମାନ କରି 

       ସ୍ୱାଭିମାନେ ଚାଲିଗଲ 

ସୁନାମ ଧନ୍ୟ ରୁ ଦୁର୍ନାମ ରେ ଆସି 

     ରହିଛି ଦେଶ ଆମର l

ଫେରି ଆସ ତୁମେ  ଦେଖି ନିଏ ଦୃଶ୍ୟ 

       ଆଜିର ଦେଶ ର ରୂପ 

ଅକର୍ତ୍ତବ୍ୟ ଏଠି   ଅଚଳ ମେରୁ ରେ 

ରହି ଅଛି ରୂପ ରେଖ l

ହିଂସା ଦୁର୍ନୀତି କୁ ପ୍ରଶୟ ନ ଥିଲା 

     ମାଆ ରୂପ ରେ ସୁବର୍ଣ୍ଣ 

ସେ ମାଆ ଆଜି ଜରାଜୀର୍ଣ୍ଣ ରୂପ 

କ୍ଷତ ବିକ୍ଷତ ର ଚିହ୍ନ l

ହେ ମହାତ୍ମା ତୁମେ.............. 

ମାତୃଭୂମି ଆଜି ଚାତକ ସାଜିଛି 

 ପୁର୍ନ ଜନ୍ମ ରେ ମହାତ୍ମା 

ସଂସାର ଚଳନ ଅନ୍ୟାୟ ମରଣ 

ଦୃଶ୍ୟ ଦେଖି କାନ୍ଦେ ଆତ୍ମା l

ଲୋତକ ଧାର ତା' କହୁଛି ଅହିଂସା 

ଭାଷା କହେ ତାର ନିଷ୍ଠା 

ହିଂସା ଅତ୍ୟାଚାର  ସାମାଜିକ ବ୍ୟାଧି 

    ଶରୀର କୁ ଦିଏ ବାଧା l

ହେ ମହାତ୍ମା ତୁମେ......... 

ସୁନାର ସଂସାର ଚୁନା କରିଦେଲ 

ଦୁର୍ନୀତି ଦୁଷ୍କର୍ମ ମିଶି 

ଗରିବ ରହିଛି ଅସହାୟେ  ପଡି 

ଦୁର୍ନୀତିଆ  କୋଟିପତି l

ତୋ ' ଅମର ଆତ୍ମା ବହ୍ନି ଜଳିବ 

  ଜିବାସ୍ମ ହେଉ ଦୁର୍ନୀତି 

ଆହୁତି ରେ ଶୁଭୁ ଅହିଂସା ର ବାର୍ତ୍ତା 

    ଜାଗି ଉଠୁ ତୋର କୀର୍ତ୍ତି l

ହେ  ମହାତ୍ମା ତୁମେ....... 

    *******
ଶିକ୍ଷୟିତ୍ରୀ 
ଦିଗପହଣ୍ଡି 
ଗଞ୍ଜାମ

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy