Tuesday, October 13, 2020

* ଏଇ ତ ଜୀବନ *

ଜୀବନର ସଂଜ୍ଞା ବୁଝିବା କଷ୍ଟକର 

ଏଇ ଦୁନିଆରେ ସମସ୍ତେ ନିଜର 

ତଥାପି ନୁହେଁ କେହି କାହାର 

ବଡ ଅଜବ ଏଇ ଦୁନିଆଁ 


ସୁଖବେଳେ ସମସ୍ତେ ନିଜର 

ଦୁଃଖରେ କେହି ନୁହଁନ୍ତି ଆପଣାର 

ତଥାପି ସବୁ ଜାଣି ମଧ୍ୟ 

ପାର୍ଥିବ ସୁଖ ମୋହରେ 

ଛନ୍ଦି ହୁଏ ମଣିଷ 


ଭୂଲି ଯାଏ ନିଜ ସତ୍ତା ,

ନିଜ ସ୍ବାଭିମାନ

ଅହଂର ବଶବର୍ତ୍ତୀ ହୋଇ

କରିଥାଏ ଅପକର୍ମ 

ଏଇ ତ ଜୀବନ 


ଜନ୍ମ ମୃତ୍ୟୁର ପରିଧି ମଧ୍ୟରେ 

କିଛି ତୃପ୍ତି ଓ ଅତୃପ୍ତିର ମୋହରେ 

କିଛି ପାଇବାର ଆଶା ନ ରଖି 

କିଛି ସତ୍ କର୍ମ କରିବା 

ଏଇ ତ ଜୀବନ 


ସ୍ବର୍ଣ୍ଣରେଖା ପଣ୍ଡା 
ନୂଆପଡା

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy