Friday, October 2, 2020

-ଗାନ୍ଧୀ ଜୟନ୍ତୀ-

          ସୁକାନ୍ତ ଖଣ୍ଡା 

ହେ ମହାତ୍ମା ଗାନ୍ଧୀ ଓହ୍ଲାଇ ଆସନ୍ତୁ

ସରଗରୁ ମରତକୁ

ତୁମର ସପନ ସାକାର ନାମରେ

ଭରୁଛୁ ନିଜ ପେଟକୁ।୧

ଭଲ ଥିଲା ଦିନେ ପରାଧୀନ ଥିଲେ

ବୋହିନେଲେ ପଛେ ଧନ 

ଇଂରେଜ ଶାସନ ଦୁଃଖ ଦେଲେ ଦେଉ

ଯୋଡ଼ିଛନ୍ତି ସନମାନ।୨

ରେଳ ଚଳାଚଳ ଡାକ ପ୍ରଥା ଆଣି

ମଣ୍ଡିତ କରିଛି ଦେଖ

କିନ୍ତୁ ଆଜିକାଲି କି ଶାସନ ଚାଲେ

ବଳି ପଡ଼ିଲାଣି ଦୁଃଖ?୩

ତୁମର ଇଛା ଓ ଆଶାକୁ ପୂରଣ

ଏଠି କିଏ ଚାହୁଁନାହୁଁ

ଆମେ ହିଁ ମଣିଷ ଶାସନ ନାମରେ 

ନିଜ ସ୍ବାର୍ଥେ ଚାଲୁଥାଉ।୪

ଚାରିଆଡ଼େ ଆଜି ହିଂସାର ରାଜୁତି

ଇଂରେଜଠୁ ଦଶ ଗୁଣା

ଯେଉଁଆଡ଼େ ଯାଅ ଲାଞ୍ଚମିଛ ଚାଲେ

ଯେମିତି ସ୍ବାର୍ଥରେ ବଣା।୫

ତୁମେ ଥିବାବେଳେ ଅହିଂସା ବଳରେ

ଟାଣି ଆଣିଥିଲ ଯାହା

ସଞ୍ଚିଥିଲ ଯାହା ଧନ ସମ୍ପତ୍ତିକୁ

ଏ ଦିକୁ ପେଟରେ ସ୍ବାହା।୬

ତୁମ ଜନ୍ମଦିନ ଆସୁଛି ବୋଲିକି

ଆନନ୍ଦିତ ହେଉଅଛୁ

ଭକତି ନାମରେ ହୀନ କରମକୁ

ଜାବୁଡ଼ି ସବୁ ବସିଛୁ।୭

ଜଣେ ହେଲେ ଆମେ ସଚ୍ଚୋଟ ନୁହେଁରେ

ଆସି ବାପୁ ଦେଖିଯାଅ 

ସ୍ବପ୍ନର ଭାରତ ଭାଙ୍ଗିବା ହେଲାଣି

ବିଦେଶୀଙ୍କର ବି ସୁଅ।୮

ପାକିସ୍ଥାନ ଚୀନ ଶୋଷଣ ଆଶାରେ

ଦେଖି ଭାରତୀୟ ନୀତି

ମାଡ଼ି ଆସୁଛନ୍ତି ଅପାରଗ ଯୋଗୁଁ 

ଆଉ ମିଳିବନି ଶାନ୍ତି।୯

ଅବତରଣ ନ ହୋଇଲେ ତୁମର

ଭାଙ୍ଗିବ ସ୍ବପ୍ନର ଦେଶ

ତୁମ ଇଛା ଆଶା ଅପୂର୍ଣ୍ଣ ସହିତ

ରହିଯିବ ଅବଶୋସ।୧୦


ଶିକ୍ଷକ ମକାଶୁଖିଲା ପ୍ରାଥମିକ ବିଦ୍ୟାଳୟ 
ପୋ-ଚକ୍ରଧରପୁର ଭା-ହରିଚନ୍ଦନପୁର 
ଜି-କେନ୍ଦୁଝର ପି-୭୫୮୦୨୮



No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy