Friday, October 16, 2020

" *ଶରତାଙ୍ଗନେ ଦଶହରା* "

                 _ପ୍ରିୟରଞ୍ଜନ ସାହୁ_

ଶାରଦୀୟ ମହୀପରେ ଶେଫାଳୀର ବାସ୍ନା
ସତେ..! କାଶତଣ୍ଡୀ ସୃଷ୍ଟି କରେ 'ପାର୍ବଣ'ର ତୃଷ୍ଣା ।

ଅପୂର୍ବ ଲାଳିତ୍ୟେ ମାତ ଯୋଗମାୟା
ତା' ଦର୍ଶନେ ପୁଲକିତ ଜୀବନର କାୟା ।

ମାହେଶ୍ଵରୀ-କାତ୍ୟାୟନୀ ଉମା ବିଶ୍ଵେଶ୍ୱରୀ
ରମ୍ୟ ବଦନେ ଗଳାରେ ରତ୍ନାଢ଼୍ୟମାଳାଧାରୀ ।

ଆଶ୍ଵିନର ନବରାତ୍ରେ ଜଗତତାରିଣୀ 
ନବପତ୍ରିକା କିଶଳୟେ ମହିଷାମର୍ଦିନୀ ।

ତା'ସ୍ଵାଗତ ଆୟୋଜନେ ଧରଣୀ ପ୍ରକୃତି
କୁସୁମାଞ୍ଜଳି ସଙ୍ଗେ ତୋଳିଧରେ ଛତ୍ରୀ ।

ଧରାପରେ ନାଶଯାଉ କନ୍ୟା-ଅସୂୟା
ସନ୍ତାନର କାୟା ପଛେ ସେ ବିଧିର ଛାୟା ।

ସାଥେ ବଜ୍ର-ଶପଥ ଆଣୁ ଦଶହରା
ବିଶ୍ଵଭ୍ରାତୃତ୍ଵର ସାଥେ ଶାନ୍ତିର ପସରା ।

ଜୀବମଧ୍ୟେ ହେଉ ଜ୍ଞାନଚକ୍ଷୁ ଉନ୍ମୀଳନ
ସୁସାର୍ଥକ ହୋଇଉଠୁ ମାତୃବନ୍ଦନ ।

ଜଗତ ଦେଖିବ 'ଭିନ୍ନ ରଙ୍ଗେ ଦଶହରା' 
ମା'ର ଓଠେ ଯେବେ ଖେଳିବ ହସ ଧାରା ।

ରସୁଲଗଡ଼, ଭୁବନେଶ୍ୱର-751010, ଖୋର୍ଦ୍ଧା 


No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy